www.samajalive.in
Monday, December 15, 2025
26.1 C
Bhubaneswar

କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୩ ମୃତ

ନୂଆଦିଲ୍ଲୀ : କରୋନାର ନୂଆ ଉପ ପ୍ରଜାତି ଭୂତାଣୁ (ଜେଏନ ଡଟ୍‌ ୱାନ)ରେ ଆଉ ୨୧ଜଣ ଆକ୍ରାନ୍ତ ହୋଇଛନ୍ତି। ଏହି ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ଗୋଆରେ ୧୯ଜଣ ମହାରାଷ୍ଟ୍ର ଓ କେରଳରେ ଜଣେ ଲେଖାଏଁ ଅଛନ୍ତି। ଜେଏନ ଡଟ୍ ୱାନ ଭୂତାଣୁ ଓମିକ୍ରନ ପ୍ରଜାତିରୁ ସୃଷ୍ଟି ହୋଇଛି। ଏହାର ମୃତ୍ୟୁହାର କମ୍ ହୋଇଥିବା ବେଳେ ସଂକ୍ରମଣ ବେଗ ଅଧିକ। ତେଣୁ ଜେଏନ୍ ଡଟ୍ ୱାନ ପ୍ରଜାତିକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ‘ଭାରିଏଣ୍ଟ ଅଫ୍ ଇନଟ୍ରେଷ୍ଟ’ ବୋଲି ବର୍ଗୀକରଣ କରିଛି। ଏହି ଉପପ୍ରଜାତି ସେପରି ଘାତକ ନୁହେଁ ବୋଲି ହୁ’ କହିଛି। ଅନ୍ୟପଟେ ଜେଏନ ଡଟ୍‌ ୱାନ ପ୍ରଜାତି ସଂକ୍ରମଣ ଆରମ୍ଭ ହୋଇଥିବା କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ ୩ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଗତ ୨ ସପ୍ତାହ ମଧ୍ୟରେ ୧୬ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଲେଣି। ସେହିପରି ସମଗ୍ର ଦେଶରେ ବୁଧବାର ୬୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

। ଏହି ଆକ୍ରାନ୍ତଙ୍କ ମଧ୍ୟରୁ କେବଳ କେରଳରେ ୨୯୨ଜଣ ଆକ୍ରାନ୍ତ ଅଛନ୍ତି। କେରଳ ସହିତ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଝାଡଖଣ୍ଡରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ବୁଧବାର ଦେଶରେ ଚିହ୍ନଟ ହୋଇଥିବା ଏହି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଗତ ମେ ୨୧ ତାରିଖ ପରଠାରୁ ସର୍ବାଧିକ। ଦେଶରେ କରୋନା ସଂକ୍ରମଣର ଏପରି ବୃଦ୍ଧିକୁ ନେଇ ଆତଙ୍କିତ ନ ହେବାକୁ ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ ପରାମର୍ଶ ଦେଇଛନ୍ତି। ତେବେ ପଲ୍ କହିଛନ୍ତି ଯେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ନିଜର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ ରଖିବା ଦରକାର। ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ସତର୍କ କରାଇଛନ୍ତି।

- Advertisement -

#samaja #Latest_Odisha_News, #LiveUpdates , #National_News_In_Odia, #corona #covid

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories