www.samajalive.in
Sunday, December 7, 2025
14.1 C
Bhubaneswar

ସିଂହ ପରେ ସିଂହୀ କରୋନା ସଂକ୍ରମିତ, ଘାରିଲା ବନ୍ୟପ୍ରାଣୀଙ୍କ ସୁରକ୍ଷା ଚିନ୍ତା

ହରଭଙ୍ଗା: କରୋନାର ଦ୍ୱିତୀୟ ଲହର ମାନବ ସମାଜକୁ ପୂରା ବିଚଳିତ କରିପକାଇଛି। ଏଭଳି ଏକ ସମ୍ବେଦନଶୀଳ ପରିସ୍ଥିତିରେ ମଣିଷ ମହାମାରୀରୁ ବଂଚିବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇଛି। ଇତି ମଧ୍ୟରେ ହାଇଦ୍ରାବାଦ ଓ ଉତରପ୍ରଦେଶରେ କିଛି ସିଂହ କରୋନା ସଂକ୍ରମିତ ହୋଇଥିବା ଖବର ଜଣାପଡ଼ିବା ପରେ ସାତକୋଶିଆ ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି।

ପ୍ରକାଶ ଯେ, ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ରହିଥିବା ବୌଦ୍ଧ ଜିଲ୍ଲା ଅର୍ନ୍ତଗତ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ହାତୀ, କଲରାପତରିଆ ବାଘ, ହରିଣ, କୁଟୁରା, ସମ୍ବର, ବାରହା, ଗୟଳ, ଭାଲୁ, ଠେକୁଆ, ଝିଙ୍କ ଭଳି ବିଭିନ୍ନ ପ୍ରଜାତିର ୧୦ହଜାରରୁ ଅଧିକ ବନ୍ୟପ୍ରାଣୀ ଥିବା ଜଣାପଡିଛି। ଏକ ହଜାର ବର୍ଗ କିମିରୁ ଅଧିକ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର ସୀମା ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜର ହାତୀଧରା ଏବଂ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ ସୀମାକୁ ଲାଗିଛି। ଅଭୟାରଣ୍ୟ ମଧ୍ୟରେ ବର୍ତମାନ ମାରଡା, ଅତଲସରା, ବୁଢାଆମ୍ବ, ନୂଆପଡା, ହାତିଗଡ, ଭାବପୁର, ଘୁମୁରିପଡା,ସିରିପାଜୁ, ଗେରେଡିସାହି, ତଇଳା ସାହି କୁଟୀବାରୀ, ହିଞ୍ଜଳ, ନନ୍ଦାଗାଡୁ, ସାତଖଣ୍ଡ, ଧାଡିଆମ୍ବ, ପଦ୍ମତୋଳା ଭଲି ଛୋଟ ଛୋଟ ଗାଁ ରହିଛି। ଦିନକୁ ଦିନ ଗାଁରୁ ଗାଁ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଅଭୟାରଣ୍ୟ ମଧ୍ୟରେ ଥିବା ଗାଁଗୁଡିକୁ ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ କରିବା ଜରୁରୀ ରହିଛି।

- Advertisement -

ଖାଲି ସେତିକି ନୁହେଁ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ରହିଥିବା କୁଶଙ୍ଗ ବନ୍ୟପ୍ରାଣୀ ବିଭାଗର ରେଞ୍ଜଅଫିସର, ଫରେଷ୍ଟର, ଗାର୍ଡ, ଡ୍ରାଇଭର, ଡାଟାଏଂଟ୍ରି ଭଳି ୧୩ଜଣ କର୍ମଚାରୀଙ୍କ ସମେତ ୪୯ଜଣ ସ୍କ୍ୱାଡ଼୍ କର୍ମଚାରୀ ଭଳି ସମୁଦାୟ ୬୨ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ପ୍ରତିଦିନ ସ୍କ୍ୱାଡ଼୍ ଟିମ ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ମନିଟରିଂ କାର୍ଯ୍ୟ ତଦାରଖ କରୁଥିବାବେଳେ ଏମାନେ କରୋନା ସଂକ୍ରମିତ ହେଲେ ଏମାନଙ୍କଠାରୁ ବନ୍ୟଜନ୍ତଙ୍କୁ ସଂକ୍ରମିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ସିଂହ ଭଳି ପ୍ରାଣୀଙ୍କଠାରେ କରୋନା ଭୂତାଣୁ ଠାବ ପରେ ଏମାନଙ୍କ ସୁରକ୍ଷା ଦିଗରେ ଚିନ୍ତାପ୍ରକଟ କରିବାର ସମୟ ଆସିଛି। ବନ୍ୟପ୍ରାଣୀଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରାଥମିକତା ଭିତିରେ କର୍ମଚାରୀଙ୍କୁ କରୋନା ଟୀକାକରଣ କରାଯିବା ଜରୁରୀ ରହିଛି। ଏହା ସହିତ ଅଭୟାରଣ୍ୟ ମଧ୍ୟରେ ରହିଥିବା ୧୫ଟି ଛୋଟ ଛୋଟ ଗାଁଗୁଡିକରେ କରୋନା ଟୀକାକରଣ କରାଯାଇ ବନ୍ୟପ୍ରାଣୀଙ୍କୁ କରୋନା ସଂକ୍ରମଣରୁ ରକ୍ଷାକରିବା ପାଇଁ ବନ୍ୟପ୍ରାଣୀ ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ବନ୍ୟଜନ୍ତୁ ପ୍ରେମୀଙ୍କ ପାଖରୁ ମତପ୍ରକାଶ ପାଉଛି। ଏ ସଂର୍ପକରେ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଅଫିସର ପ୍ରଦୀପ ଭୂତିଆଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ କର୍ଲାପାଟ ହାତୀ ମଡକ ଘଟଣା ପରେ ବର୍ତମାନ ବନ୍ୟଜନ୍ତୁ ହାତୀଙ୍କ ସୁରକ୍ଷା ପାଇଁ ତାଙ୍କ ରେଞ୍ଜ ଅଧିନରେ ଥିବା ୧୫ଟି ଅଭୟାରଣ୍ୟ ଗାଁଗୁଡିକରେ ରହିଥିବା ୩୨ଶହ ଛେଳି, ଗାଈ, ଗୋରୁ, ମେଣ୍ଢା, ପୋଢ, ମଇଁଷିଙ୍କୁ ସାହାଣ ଭଳି ପ୍ରତିଷେଧକ ଟୀକାକରଣ ଗତ ଏକମାସତଳେ କରାଯାଇଛି। ବନ୍ୟପ୍ରାଣୀଙ୍କ କରୋନା ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ସେଭଳି କୌଣସି ନିର୍ଦ୍ଦେଶ ଆସିନଥିବା କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ହାଇଦ୍ରାବାଦସ୍ଥିତ ଏକ ଚିଡିଆଖାନାରୁ ଏକାବେଳେ ୮ଟି ସିଂହ କରୋନା ସଂକ୍ରମିତ ଖବର ସମସ୍ତଙ୍କୁ ଚକିତ କରିଛି। ଏହାର ଦିନ କେଇଟା ନ ପୂରୁଣୁ ପୂର୍ନବାର ଉତରପ୍ରଦେଶର ଇଟାୱା ସଫାରୀ ପାର୍କର ଦୁଇଟି ସିଂହୀ କରୋନା ଭୂତାଣୁରେ ସଂକ୍ରମିତ ହେବା ଘଟଣା ବଡ ବଡ ପ୍ରାଣୀ ବିଶେଷଜ୍ଞମାନଙ୍କୁ ବିଚଳିତ କରିଛି। ଏଭଳି ପରିସ୍ଥିତିରେ ପୋଷା କୁକୁର, ବିରାଡୀ ଭଳି ପ୍ରାଣୀଙ୍କୁ ମଧ୍ୟ ମଣିଷଠାରୁ କରୋନା ଭୂତାଣୂ ସଂକ୍ରମଣ ହେବା ଯଥେଷ୍ଟ ଆଶଙ୍କା ରହିଥିବା ପ୍ରାଣୀ ବିଶେଷଜ୍ଞମାନେ ମଧ୍ୟ ମତପ୍ରକାଶ କରୁଛନ୍ତି। ଏଭଳି ଘଟଣା ବନ୍ୟପ୍ରାଣୀ ବିଭାଗକୁ ଚିନ୍ତାରେ ପକାଇଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories