www.samajalive.in
Sunday, December 7, 2025
16.1 C
Bhubaneswar

ନିୟନ୍ତ୍ରଣ ବାହାରେ ଗଞ୍ଜାମ, ରାଜ୍ୟରେ ସଂକ୍ରମଣ ୮୦ ହଜାର ଛୁଇଁବା ସମ୍ଭାବନା

ଭୁବନେଶ୍ବର: ରାଜ୍ୟର ପ୍ରମୁଖ କରୋନା ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ଗଞ୍ଜାମରେ ଯେଉଁ କରୋନା ମହାମାରୀ ସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ଜରୁରୀ ଆମ୍ବୁଲାନ୍ସ ଓ ଚିକିତ୍ସା ସେବା କେତେକାଶଂରେ ଦାୟୀ। ଏହା ସହିତ ବ୍ୟାପକ ପରିଚାଳନା ଗତ ତ୍ରୁଟି ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଗଞ୍ଜାମରେ ଦୁଇ ଦିନିଆ ସମୀକ୍ଷା ବୈଠକରୁ ଜଣା ଯାଇଛି।

ବୈଠକର ସୂଚନା ଅନୁଯାୟୀ, ଯେଉଁଭଳି ଭାବେ କୋଭିଡ୍‌ କେୟାର ସେଣ୍ଟର ପରିଦର୍ଶନ କରାଯିବା କଥା ଏବଂ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ପରଖା ଯିବା କଥା, ତାହା ​ହେଉନାହିଁ। ଏମିତି କି ଥାଲାସେମିଆ ଓ କର୍କଟ ଭଳି କେତେକ ଜଟିଳ ରୋଗ ସହିତ ଟ୍ରମା, ପ୍ରସୂତି, ଅସ୍ଥିଶଲ୍ୟ ରୋଗୀମାନଙ୍କୁ ଠିକଣା ଭାବେ‌ରେ ସ୍ବାସ୍ଥ୍ୟସେବା‌ ମିଳୁନଥିବା ଅଭିଯୋଗ ହେଉଛି।

- Advertisement -

ଏହା ସହିତ ବିଭିନ୍ନ ଜଟିଳ ରୋଗୀଙ୍କ ଡାଇଲେସିସି ମଧ୍ୟ ଠିକଣା ଭାବେ ପରିଚାଳନା ହେଉନାହିଁ। ଯେଉଁ ରୋଗୀମାନେ ଆଇସୋଲେସନ ୱାର୍ଡରେ ଭର୍ତ୍ତି ହେଉଛନ୍ତି ସେମାନଙ୍କୁ ନିୟମିତ ପରୀକ୍ଷଣ କରାଯାଉନାହିଁ। ଯାହା ଫଳରେ ଗଞ୍ଜାମର ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି। ଗଞ୍ଜାମ-ନୟାଗଡ -କନ୍ଧମାଳ ଓ ଗଜପତିକୁ କୋଭିଡ୍‌ ପରିଚାଳନା ପାଇଁ ଗୋଟିଏ କ୍ଲଷ୍ଟର କରାଯାଇଛି; ମାତ୍ର ଗଞ୍ଜାମର ବହୁ ରୋଗୀ ଶୀତଳପଲ୍ଲୀ ଠାରେ ଥିବ। କୋଭିଡ୍‌ କେୟାର ହସ୍ପିଟାଲରେ ଅସ୍ବ୍ୟାସ୍ଥ୍ୟକର ପରିବେଶ ଏବଂ ପରିମଳ ବ୍ୟବସ୍ଥା ଭିତରେ ରହୁଥିବା ନେଇ ଅଭି‌ଯୋଗ କରିଛନ୍ତିି। କେତେକ କ୍ଷେତ୍ରରେ ହସ୍ପିଟାଲରେ କୋଭିଡ ରୋଗୀଙ୍କ ଆଗମନ ଓ ପ୍ରସ୍ଥାନ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ପାଳନ ହେଉନାହିଁ। ମାର୍ଗଦର୍ଶିକା ଅନୁଯାୟୀ ସାମାନ୍ୟ ବା ଲକ୍ଷଣ ନ ଥିବା ରୋଗୀ ଗୃହ ସଙ୍ଗରୋଧରେ ରହିବାର ନିୟମ ଥିଲେ ହେଁ କୋଭିଡ୍‌ ସେଣ୍ଟରରେ ଦୀର୍ଘ ଦିନ ଧରି ରହୁଛନ୍ତି। ମେଡିକାଲ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସମନ୍ବୟ ଅଭାବ ଯୋଗୁଁ ସରକାରଙ୍କ ଉପରେ ଖର୍ଚ୍ଚର ଭାର ବଢି ଯାଉଛି।

ବୈଠକର ସୂଚନା ଅନୁଯାୟୀ ରାଜ୍ୟରେ ଏବେ‌ ୩.୨ ପ୍ରତିଶତ କରୋନାର ବୃଦ୍ଧି ହାର ରହିଛି। ଯଦି ଏହି ହାର ବଜାୟ ରହେ ତେବେ ଅଗଷ୍ଟ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ଛୁଇଁବ। ଯଦି ପରିଚାଳନାରେ ଟିକେ ତ୍ରୁଟି ରହିଯିବ ତେବେ ଅଗଷ୍ଟରେ ସଂକ୍ରମଣ ୮୦ ହଜାର ଛୁଇଁବା ଆଶଙ୍କା ରହିଛି। ଶୀତଳପଲ୍ଲୀଠାରେ ଥିବା ଟାଟା କୋଭିଡ଼ ହସ୍ପିଟାଲ କୁ କିଭଳି ସୁବ୍ୟବସ୍ଥିତ କରାଯିବା ଏବଂ କୋଭିଡ ହସ୍ପିଟାଲ ଗୁଡିକର ଭିତ୍ତିଭୂମି ସୂଦୃଢ ହେବ ସେ ନେଇ ଶ୍ରୀ ମହାପାତ୍ର ଗୁରୁତ୍ୱାରୋପ କରିଛନ୍ତିି। ଏଥିସହିତ ବରିଷ୍ଠ ତଥା ଅଭିଜ୍ଞ ଡାକ୍ତର ଓ ପ୍ରଫେସରମାନେ ଅଧିକ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଗଞ୍ଜାମ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ସିଡିଏମ୍ ଅଫିସରୁ ୧୦ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ କୋଭିଡ୍‌ ହସ୍ପିଟାଲରେ ତୁରନ୍ତ ନିୟୋଜିତ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି। ଏହା ଏହିତ କୋଭିଡ୍‌ ହସ୍ପିଟାଲର ପରିମଳ ବ୍ୟବସ୍ଥା, ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଧାରିବା ଲାଗି ହାଇଟେକ୍‌ ମେଡିକାଲ କଲେଜକୁ ଦାୟିତ୍ବ ଦିଆଯାଇଛି। ଆସନ୍ତା ୨୦ ତାରିଖ ସୁଦ୍ଧା ୧୫ ଜଣ ନର୍ସଙ୍କୁ ନିୟୋଜିତ କରିବା ସହିତ ରୋଗୀ ପରିଚାଳନା କାର୍ୟ୍ୟକୁ ସୁବ୍ୟବସ୍ଥିତ କରିବା, ଜଟିଳ ରୋଗୀଙ୍କୁ ଠିକଣା ସମୟରେ ଅକ୍ସିଜେନ ଯୋଗାଇବା ଏବଂ ଆଇସିୟୁ ୱାର୍ଡ଼କୁ ସ୍ଥାନାନ୍ତରିତ କରିବା ଲାଗି ହାଇଟେକ୍‌ ମେଡିକାଲ ଅଧ୍ୟକ୍ଷକୁ ଶ୍ରୀ ମହାପାତ୍ର ତାଗିଦ କରିଛନ୍ତି। ଏହା ସହିତ ସେଠାରେ ବିଦ୍ୟୁତ କାଟକୁ ଦୃଷ୍ଟିରେ ରଖି ଆସନ୍ତା କାଲି ସୁଦ୍ଧା ଡିଜି ସେଟ ବ୍ୟବସ୍ଥା କରିବା ଏବଂ ସିସିଟିଭି ଲଗାଇବାକୁ ସେ ନିର୍ଦେଶ ଦେଇଛନ୍ତି।

ସେହିପରି ଠିକଣା ସମୟରେ ରୋଗୀମାନେ ‘୧୦୪’ ଏବଂ ‘୧୦୮’ ନମ୍ବର୍ କୁ ଡାଏଲ କଲେ ମଧ୍ୟ କେହି ଫୋନ ଉଠାଉ ନାହାନ୍ତି। ଯାହା ଫଳରେ ଜଟିଳ ପରିସ୍ଥିତିରେ ରୋଗୀମାନେ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି। ଯାହାକୁ ନେଇ ଶ୍ରୀ ମହାପାତ୍ର କ୍ଷୁବ୍ଧ ହେବା ସହିତ ଆମ୍ବୁଲନ୍ସର ରାଜ୍ୟ ହେଡ୍‌ ଓ ୧୦୪ ନମ୍ବର ନିୟନ୍ତ୍ରକଙ୍କୁ ତୁରନ୍ତ ଦୃଷ୍ଟି ଆକର୍ଷଣ କରିବା ଲାଗି ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories