www.samajalive.in
Sunday, December 7, 2025
13.1 C
Bhubaneswar

ବ୍ରିଟେନ୍‌ ଫେରନ୍ତା ୪ବର୍ଷର ଶିଶୁଙ୍କୁ କରୋନା, ଭୁବନେଶ୍ବରେ ୩୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ବ୍ରିଟେନ୍‌ରୁ ଭୁବନେଶ୍ବର ଆସିଥିବା ୨୧ଜଣ ଯାତ୍ରୀଙ୍କ ମଧ୍ୟରୁ ଆଜି ଜଣେ ୪ ବର୍ଷର ଶିଶୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଗତ ୨୦ ତାରିଖରେ ଏହି ଶିଶୁଙ୍କ ସହିତ ତାଙ୍କର ବାପା-ମାଆ ବ୍ରିଟେନ୍‌ରୁ ଭୁବନେଶ୍ୱର ଫେରିଥିଲେ। ଭୁବନେଶ୍ବର ପହଞ୍ଚିବା ପରେ ସେମାନଙ୍କ ସମସ୍ତଙ୍କର କୋଭିଡ୍‌ ଟେଷ୍ଟ ହୋଇଥିଲା। ତେବେ ବାପା ଓ ମାଆଙ୍କର କୋଭିଡ୍‌ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ତାଙ୍କ ୪ ବର୍ଷର ସନ୍ତାନଙ୍କ ରିପୋର୍ଟ ପଜିଟିଭ୍‌ ଚିହ୍ନଟ ହୋଇଥିଲା। ସେମାନଙ୍କୁ ଇନ୍‌ଷ୍ଟିଚ୍ୟୁସନାଲ ଆଇସୋଲେସନରେ ରଖାଯାଇଛି। ଆସନ୍ତାକାଲି ବାପା ଓ ମାଆଙ୍କର ପୁଣି କୋଭିଡ୍‌ ଟେଷ୍ଟ। ବ୍ରିଟେନ୍‌ ଫେରନ୍ତା କରୋନା ଆକ୍ରାନ୍ତ ଶିଶୁଙ୍କ ପରିବାର ଭୁବନେଶ୍ବରର ଦକ୍ଷିଣ-ପୂର୍ବ ଜୋନ‌ରେ ରହୁଥିବା ଜଣା ପଡ଼ିଛି। ବ୍ରିଟେନ୍‌ ଫେରନ୍ତାଙ୍କଠାରେ କରୋନା ଆକ୍ରାନ୍ତ ଚିହ୍ନଟ ନେଇ ରାଜଧାନୀବାସୀ ବିଚଳିତ ହେବା ଆବଶ୍ୟକ ନାହିଁ। ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ କୋଭିଡ୍‌ ନିୟମ ପାଳନ କରିବା ଉଚିତ ବୋଲି ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅପରପକ୍ଷରେ ଆଜି ଭୁବନେଶ୍ବରରେ ୩୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ କେସ୍‌ ୬ ରହିଥିବାବେଳେ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ୨୫ ରହିଛି। କ୍ବାରେଣ୍ଟାଇନ୍‌ କେସ୍‌ ମଧ୍ୟରୁ ଆଚାର୍ଯ୍ୟ ବିହାର, ବରମୁଣ୍ଡା, ଜଗମୋହନ ନଗର, ନ୍ୟୁଗଭର୍ଣ୍ଣମେଣ୍ଟ କଲୋନୀ ଓ ପଳାଶୁଣିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରୁ ଓଲ୍ଡ ଏଜି କଲୋନୀ ୪, ଚନ୍ଦ୍ରଶେଖରପୁର ୨, ଆଇଆର୍‌ସି ଭିଲେଜ ୨, ପଟିଆ ୨, ଶୈଳଶ୍ରୀ ବିହାର ୨ ଏବଂ ୟୁନିଟ୍‌ ୩ରୁ ୨ ସମେତ ଡମଣା, ଘାଟିକିଆ, କଳିଙ୍ଗ ବିହାର, ଖଣ୍ଡଗିରି, ନୟାପଲ୍ଲୀ, ପୋଖରିପୁଟ, ପୋଖରାନ୍‌ ଭିଲେଜ, ସତ୍ୟସାହି, ଟଙ୍କପାଣି ରୋଡ୍‌, ୟୁନିଟ୍‌-୯ ଅଞ୍ଚଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଭୁବନେଶ୍ବରରେ ୩୧୫୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୩୦୯୧୧ ସୁସ୍ଥ ହୋଇଛନ୍ତି ଏବଂ ୩୫୧ ଚିକିତ୍ସିତ ହେଉଛନ୍ତି। ଆଜି ସୁଦ୍ଧା ୨୩୬ଜଣ କରେନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories