www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ପରିଚାଳନା: ୫ ଜିଲା ପାଇଁ ୧୫ ବରିଷ୍ଠ ଓଏଏସଙ୍କୁ ଦାୟିତ୍ବ

ଭୁବନେଶ୍ବର: ରାଜ୍ୟରେ କ୍ରମବର୍ଧିଷ୍ଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୫ ଜିଲା ପାଇଁ ୧୫ ବରିଷ୍ଠ ଓଏଏସ୍ ଅଧିକାରୀ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ଏହି ଅଧିକାରୀମାନେ ୫ଟି ଜିଲାରେ କରୋନା ସଂକ୍ରାନ୍ତ ସମସ୍ତ ଦାୟିତ୍ବ ଅନୁଧ୍ୟାନ କରିବେ ।

 ଏହି ଅଫିସରମାନେ କଟକ ଓ ଭୁବନେଶ୍ୱରରେ ରାଜ୍ୟ ପ୍ରଶାସନର ପ୍ରମୁଖ ପଦପଦବୀରେ କାର୍ଯ୍ୟରତ ରହିଛନ୍ତି । ସେମାନଙ୍କୁ ନିଜ ଦାୟିତ୍ବରୁ ରିଲିଭ୍ ହୋଇ ପରବର୍ତୀ ନିର୍ଦେଶ ପର୍ଯ୍ୟନ୍ତ କରୋନା ପରିଚାଳନା ଦାୟିତ୍ବ ନିର୍ବାହ କରିବାକୁ ନିର୍ଦେଶ ଦିଆଯାଇଛି । ସୂଚନା ଅନୁସାରେ  ଭଦ୍ରକ ଜିଲ୍ଲା ଦାୟିତ୍ୱରେ  ନିଗମାନନ୍ଦ ପଣ୍ଡା ଓ ଅଶୋକ କୁମାର ବେହୁରିଆ ରହିଥିବାବେଳେ,  ବଲାଙ୍ଗିର ଜିଲ୍ଲା ଦାୟିତ୍ୱରେ ସୁରେନ୍ଦ୍ର କୁମାର ପଣ୍ଡା, ବିକାଶ ଚନ୍ଦ୍ର ବାଇନ ଓ ଅଶ୍ୱିନୀ କୁମାର ମେହେରଙ୍କୁ ମୁତୟନ କରାଯାଇଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ନିମନ୍ତେ ମନୋରଞ୍ଜନ ମଲ୍ଲିକ, ସନ୍ତୋଷ କୁମାର ଦାଶ, ଦୀପକ ରାଉତରାଏ ଓ ଶୈଳେନ୍ଦ୍ର କୁମାର ଜେନା; ଯାଜପୁର ଜିଲ୍ଲା ନିମନ୍ତେ  ଦିଲ୍ଲୀପ କୁମାର ସାହୁ, ବୀରେନ୍ଦ୍ର କୋରକୋରା, ନୃପରାଜ ସାହୁ ଓ ଲଲାଟେନ୍ଦୁ ସାହୁଙ୍କୁ  ଦାୟିତ୍ୱ ନ୍ୟସ୍ତ କରାଯାଇଛି ।  ବାଲେଶ୍ୱର ଜିଲ୍ଲା ପାଇଁ ଲକ୍ଷ୍ମଣ ମଲ୍ଲିକ ଓ ସୁଚାରୂ କୁମାର ବଳଙ୍କୁ ଦାୟିତ୍ବ ଦିଆଯାଇଛି । ଏହି ଅଫିସରମାନେ ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କ ଅଧୀନରେ କାର୍ଯ୍ୟ କରିବେ ଓ ସିଧାସଳଖ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବେ । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗରୁ ନିର୍ଦେଶନାମା ଜାରି କରାଯାଇଛି । 

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories