www.samajalive.in
Sunday, December 7, 2025
14.1 C
Bhubaneswar

କରୋନାରେ ଲଢି ଲଢି ପରାଜିତ ହେଲେ କରୋନା ଯୋଦ୍ଧା

କଲମପୁର: ଜଣେ କରୋନା ଯୋଦ୍ଧା କରୋନାରେ ଲଢି ଲଢି ଶେଷରେ ପରାଜିତ ହେବା ଭଳି ଦୁଃଖଦ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ସେହି କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସମଗ୍ର କଳାହାଣ୍ଡିରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ତରଫରୁ ଅମର ଆତ୍ମାଙ୍କ ସଦ୍‍ଗତି ପାଇଁ ଶୋକ ବ୍ୟକ୍ତ କରାଯାଇଛି।

ପ୍ରାପ୍ତ ସୁଚନା ଅନୁସାରେ, କଳାହାଣ୍ଡି ଜିଲା ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଥିବା ଡାକ୍ତର ନିହାର ରଞ୍ଜନ ପରିଡା ଗତ ୧୪ ତାରିଖରେ କରୋନା ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ। ତୁରନ୍ତ ତାଙ୍କୁ ଜିଲା କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥିତ କିମ୍ସ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସଂପୃକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରୁ ବାହାରିବା ପରେ ସେ ବାଲେଶ୍ୱର ସ୍ଥିତ ବାସଭବନରେ ସଙ୍ଗରୋଧରେ ରହିଥିଲେ। ଘରେ ସଙ୍ଗରୋଧ ଭାବେ ଥିବା ବେଳେ ମଙ୍ଗଳବାର ଦିନ ହଠାତ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପୁଣି ବାଲେଶ୍ୱର ଚିକିତ୍ସା କେନ୍ଦ୍ରରେ ଭର୍ତି କରାଯାଇଥିଲା। ମାତ୍ର ଗୁରୁବାର ଦିନ ୧୦ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଥିଲା।

- Advertisement -

ଡାକ୍ତରଜଣକ ପୂର୍ବରୁ ଡାଇବେଟିସ ରୋଗରେ ପିଡିତ ଥିବା ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରତାପ କୁମାର ବେହେରା ସୂଚନା ଦେଇଛନ୍ତି। ଅନ୍ୟପଟେ ଡାକ୍ତରଙ୍କ ଦେହାନ୍ତ ପରେ କଳାହାଣ୍ଡି ଜିଲାରେ କାର୍ୟ୍ୟରତ ସମସ୍ତ ଡାକ୍ତର ଶୋକ ବ୍ୟକ୍ତ କରିଛନ୍ତି। କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ କେନ୍ଦ୍ର ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ଉପସ୍ଥିତିରେ ଦିବଂଗତ ଡାକ୍ତରଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। ସେହିଭଳି ବାଲେଶ୍ୱର ପ୍ରଶାସନ ତରଫରୁ ମଧ୍ୟ ଡାକ୍ତରଙ୍କ ମରଶରୀର ନିକଟରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories