www.samajalive.in
Monday, December 15, 2025
24.1 C
Bhubaneswar

ଓଡ଼ିଶାର ଦୁଇ ଶିଶୁଙ୍କୁ କରୋନା: ଜଣେ ୫ ବର୍ଷ, ଜଣେ ୯ ବର୍ଷ

ଭୁବନେଶ୍ବର (ବ୍ୟୁରୋ): ଓଡ଼ିଶାରେ କରୋନା ସଂକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିବା ଏକମାତ୍ର ବ୍ୟକ୍ତିଙ୍କର ସମ୍ପର୍କୀୟମାନେ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତ ୩ ଜଣଙ୍କ ମଧ୍ୟରୁ ଜଣେ ମହିଳା ଓ ଅନ୍ୟ ଦୁଇ ଜଣ ଶିଶୁ ।  ଶିଶୁଙ୍କ ମଧ୍ୟରୁ ଜଣକର ବୟସ ୫ ବର୍ଷ ଓ ଅନ୍ୟ ଜଣଙ୍କର ବୟସ ୯ ବର୍ଷ । ଭୁବନେଶ୍ବର ମହାନଗର ନିଗମ ଅନ୍ତର୍ଗତ ଝାରପଡ଼ାରେ ସେମାନଙ୍କ ଘର ଏବଂ ସେମାନଙ୍କୁ ଏବେ ଏକାନ୍ତବାସରେ ରଖାଯାଇଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଳିଛି ଏହି ସୂଚନା ।

ଏପ୍ରିଲ ୪ ତାରିଖରେ ଶ୍ବାସକ୍ରିୟାରେ ସମସ୍ୟା ଦେଖା ଦେବାରୁ ଏମ୍ସରେ ଭର୍ତି ହୋଇଥିବା ଓ ଏହାର ପରଦିନ ମୃତ୍ୟୁବରଣ କରିଥିବା ବୃଦ୍ଧଙ୍କୁ କରୋନା ହୋଇଥିବା ପରେ ଜଣା ପଡ଼ିଥିଲା। ଏମ୍ସ କର୍ତ୍ତୃପକ୍ଷ ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇଥିଲେ। ତା’ପରେ ସ୍ୱାସ୍ଥ୍ୟ ବିଭାଗ ପୁଣି ଥରେ ଆର୍‌ଏମ୍‌ସିରେ ତାଙ୍କର ରକ୍ତ ଓ ସ୍ୱାବ୍‌ ଟେଷ୍ଟ କରିଥିଲା । ପରୀକ୍ଷା ରିପୋର୍ଟରେ ତାଙ୍କୁ ‘କରୋନା’ ହୋଇଥିବା ସ୍ପଷ୍ଟ  ହୋଇଥିଲା।  ଏହା ପରେ ସ୍ୱାସ୍ଥ୍ୟ ବିଭାଗ ମୃତକଙ୍କ ସମ୍ପର୍କୀୟଙ୍କୁ ଆଣି ସଙ୍ଗରୋଧ କରି ରଖିଥିଲେ । ମାତ୍ର ୯ ତାରିଖ ବିଳମ୍ବିତ ରାତିରେ ଆସିଥିବା ରିପୋର୍ଟରେ ଦୁଇ ଶିଶୁ ତାଙ୍କର ଜଣେ ସମ୍ପର୍କୀୟା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories