www.samajalive.in
Tuesday, December 9, 2025
15.1 C
Bhubaneswar

୯ ବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ଯୁବକ ଗିରଫ

ଗୁରୁଗ୍ରାମ : ହରିୟାଣା ପୁଲିସ ଏକ ଶିଶୁକୁ ବଳାତ୍କାର ଅଭିଯୋଗକ୍ରମେ ଜଣେ ୨୦ବର୍ଷୀୟ ଯୁବକ ସୁନିଲକୁ ବୁଧବାର ଗିରଫ କରିଛି। ତା’ ବିରୋଧରେ ହୋଇଥିବା ତଦନ୍ତରୁ ମିଳିଥିବା ତଥ୍ୟ ସମସ୍ତଙ୍କୁ ଚମକାଇଦେଇଛି। ଏହି ଯୁବକ ଜଣେ ଅଭ୍ୟାସଗତ ବଳାତ୍କାରୀ ଓ ସେ ୮ଜଣ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟାକରିଥିବା ପୁଲିସ କହିଛି। ହତ୍ୟା ପୂର୍ବରୁ କେମିତି ସମ୍ପୃକ୍ତ ନାବାଳିକାଙ୍କୁ ଅତ୍ୟାଚାର କରୁଥିଲା ତାହା ପୁଲିସ ବର୍ଣ୍ଣନା କରିଛି।
ସୁନିଲର ସ୍ୱୀକାରୋକ୍ତି ଅନୁସାରେ ସେ ଚକୋଲଟ୍‍ ଦେବା ଲୋଭ ଦେଖାଇ ଛୋଟ ଛିଅଙ୍କୁ ଅପହରଣ ପରେ ବଳାତ୍କାର କରିଥାଏ। ବଳାତ୍କାର ପରେ ସେମାନଙ୍କୁ ଶାରୀରିକ ନିର୍ଯାତନା ଦେଇଥାଏ। ପୀଡ଼ିତା ଯଦି ତାକୁ ଉତ୍ତେଜିତ କରେ ତାହାହେଲେ ସେ ପ୍ରଥମେ ପୀଡ଼ିତାର ଗୋଡ଼କୁ ଇଟାରେ ଛେଚି ଭାଙ୍ଗି ଦେଇଥାଏ ଓ ସେଭଳି ଭାବରେ ଗୋଟିଏ ପରେ ଗୋଟିଏ ଅଙ୍ଗ ଜଖମ କରିବା ସହ ହତ୍ୟା କରିଥାଏ। ଏଥିରେ ସେ ଆନନ୍ଦ ପାଇଥାଏ ବୋଲି କହିଛି ସୁନିଲ।
୨୦୧୬ରୁ ସେ ଏପରି ଅପରାଧ ଘଟାଇବା ଆରମ୍ଭ କରିଛି। ଗୁରୁଗ୍ରାମସ୍ଥିତ ଏକ ମନ୍ଦିରରୁ ୪ବର୍ଷର ନାବାଳିକାକୁ ଅପହରଣ ପରେ ଏଭଳି ବଳାତ୍କାର ଓ ହତ୍ୟା କରିଥିଲା। ସମ୍ପୃକ୍ତ ନାବାଳିକାର ମୃତଦେହ ଦୁଇ ଦିନ ପରେ ସୋନା ରୋଡ୍‍ସ୍ଥିତ ଓମାକ୍ସ ମଲ୍‍ ପଛପଟୁ ମିଳିଥିଲା। ୨୦୧୭ ଜାନୁଆରୀରେ ଏକ ୫ବର୍ଷୀୟା ବାଳିକାକୁ ସମାନ ଢ଼ଙ୍ଗରେ ହତ୍ୟା କରିଥିଲା। ସେହିଭଳି ଦୁଇ ବର୍ଷ ମଧ୍ୟରେ ଦିଲ୍ଲୀରେ ୪ଜଣ, ଗ୍ୱୋଲିଅର ଓ ଝାନସୀରେ ଜଣେ ବାଳିକା ତାର ଶିକାର ହୋଇଥିବା ସୁନିଲ ସ୍ୱୀକାର କରିଛି। ଏକୁଟିଆ ପାଇଲା ମାତ୍ରେ କୁନି ଝିଅଙ୍କୁ ଉଠାଇନେଇ ସେ ଏଭଳି ଅପରାଧ ଘଟାଇଥାଏ। ଚଳିତ ମାସ ୧୩ତାରିଖରେ ସେକ୍ଟର ୬୬ ଅଞ୍ଚଳରୁ ପଲିଥିନ୍‍ରେ ଭର୍ତ୍ତି ଏକ ତିନିବର୍ଷର ଝିଅର ମୃତଦେହ ଉଦ୍ଧାର କରାଯାଇଥିଲା। ତାର ଗୋଡ଼ ଓ ଶରୀରର କେତେକ ସ୍ଥାନ ଇଟାରେ ଛେଚା ହୋଇଥିବା ଓ ଗୁପ୍ତାଙ୍ଗରେ ଛୋଟ କାଠି ରହିଥିବା ଦେଖାଯାଇଥିଲା। ଏହି ଘଟଣାର ତଦନ୍ତ କରୁକରୁ ପୁଲିସ ସୁନିଲକୁ ଗିରଫ କରିଛି। ସୁନିଲ ସବୁବେଳେ ସମ୍ପୃକ୍ତ ଅଞ୍ଚଳରେ ମୋବାଇଲ ଫୋନ୍‍ ଧରି ବୁଲୁଥିବା ଲୋକେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories