www.samajalive.in
Saturday, December 6, 2025
14.1 C
Bhubaneswar

ଚୁକ୍ତିଭିତିକ କର୍ମଚାରୀଙ୍କ ଦାବୀ ମାନିନିଅନ୍ତୁ ସରକାର

ଭୁବନେଶ୍ୱର: ରାଜ୍ୟରେ ଥିବା ୫୦ ହଜାରରୁ ଅଧିକ ଚୁକ୍ତିଭିତିକ କର୍ମଚାରୀଙ୍କ ପ୍ରତି ସରକାରଙ୍କର ଅବହେଳା ଅକ୍ଷମଣୀୟ । ଏହି କର୍ମଚାରୀଙ୍କ ଭିତରୁ ଅଧିକାଂଶ କରୋନା ମହାମାରୀ ଯୁଦ୍ଧରେ ଆଗାଧାଡ଼ିର ସୈନିକ ଭାବରେ କାମକରୁଛନ୍ତି । ସେମାନଙ୍କ ଭିତରେ ଷ୍ଟାପନର୍ସ, ପାରାମେଡ଼ିକାଲ ଷ୍ଟାପ, ପୋଲିସ୍‌, ଶିକ୍ଷକ ଇତ୍ୟାଦି ଅର୍ନ୍ତର୍ଭୁକ୍ତ ଯେଉଁମାନେ ବର୍ତମାନ ସମୟରେ ଜୀବନକୁ ବାଜି ଲଗାଇ କରୋନା ମହାମାରୀ ଯୁଦ୍ଧରେ କାର୍ୟ୍ୟରତ । ସରକାର ଆଗଧାଡ଼ିର କରୋନା ଯୋଦ୍ଧାମାନଙ୍କ ପ୍ରତି ବାରମ୍ବାର ସହାନୁଭୁତି ଓ ସମ୍ମାନର କଥା କହୁଥିଲା ବେଳେ ଏମାନଙ୍କୁ ଦିନମଜୁରୀଆଙ୍କ ଠୁ କମ୍ ଦରମା ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତାଠୁ ଆହୁରି ଦୁର୍ଭାଗ୍ୟଜନକ ହେଉଛି ସେମାନେ ତାଙ୍କର ନ୍ୟାର୍ୟ୍ୟପ୍ରାପ୍ୟ ପାଇଁ ସାମାଜିକ ଗଣମାଧ୍ୟମରେ ସ୍ୱର ଉଠାଉଥିବା ବେଳେ ସେମାନଙ୍କୁ ସରକାର ନାଲିଆଖି ଦେଖାଉଛନ୍ତି ଏବଂ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି । ଏହା ଗଣତାନ୍ତ୍ରିକ ଓ ପ୍ରତିବାଦ କରିବାର ଅଧିକାରକୁ ଖର୍ବକରୁଛି । ସରକାର ତୁରନ୍ତ ସେମାନଙ୍କର ନ୍ୟାୟୋଚିତ ଦାବୀ ପୂରଣକରିବା ସହିତ ସେମାନଙ୍କୁ ନାଲିଆଖି ଦେଖାଇବାରୁ କ୍ଷାନ୍ତ ହୁଅନ୍ତୁ ବୋଲି କଂଗ୍ରେସ ଦାବୀ କରୁଛି ।
ପ୍ରକାଶଥାଉକି ଓଡ଼ିଶାର ବିଜେଡ଼ି ସରକାର ୨୦୧୩ ମସିହାରୁ ଠିକା ନିଯୁକ୍ତି ନିୟମ ଲାଗୁକରି ଗ୍ରୁପ-ବି,ସି ଓ ଡି ବର୍ଗରେ ନିଯୁକ୍ତି ଦେଇଆସୁଛନ୍ତି । ଏମାନେ ପବ୍ଲିକ୍ ସରିଭିସ୍ କମିଶନ ଓ ଷ୍ଟାପ ସିଲେକ୍‌ସନ ମାଧ୍ୟମରେ ଚୟନ ହୋଇ ସରକାରୀ ମଞ୍ଜରିପ୍ରାପ୍ତ ପଦବୀ ଗୁଡ଼ିକରେ ନିଯୁକ୍ତି ପାଇଁ କାର୍ୟ୍ୟକରୁଛନ୍ତି । ମାତ୍ର ଏମାନଙ୍କୁ ନିୟମିତ ସରକାରୀ କର୍ମଚାରୀଙ୍କର ପ୍ରାପ୍ୟ ମିଳୁନାହିଁ । ଆଜିବି ଗ୍ରୁପ୍‌-ସି ୮୮୦୦ ଟଙ୍କା ଏବଂ ଗ୍ରୁପ୍‌-ବି ୧୬୮୦୦ ଟଙ୍କାରେ କାର୍ୟ୍ୟକରୁଛନ୍ତି ଯାହାକି ରାଜ୍ୟର କୁଶଳୀ ଓ ଅଣକୁଶଳୀ ମଜୁରିଆଙ୍କ ମଜୁରିଠୁ ମଧ୍ୟ କମ୍ । ସରକାରଙ୍କର ନିର୍ଦ୍ଦେଶନାମା ଅନୁସାରେ ଜଣେ ଉଚ୍ଚକୁଶଳୀ ଦିନକୁ ୪୩୦ ଟଙ୍କା ହିସାବରେ ମାସିକ ୧୪ ହଜାରଟଙ୍କା ପାଇବା କଥା ତାଠୁ କମ୍ ଦରମାରେ ଉଚ୍ଚଶିକ୍ଷୀତ ଯୁବକଯୁବତୀଙ୍କୁ ଗୋତି ଖଟାଉଛନ୍ତି । ସମସ୍ତ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ ଲାଗୁକରିଥିବା ବେଳେ ଚୁକ୍ତିର୍ଭିତିକ କର୍ମଚାରୀଙ୍କ ପାଇଁ ସପ୍ତମବେତନ ଦେବେ କ’ଣ ମୁଳ ଦରମାବି ଦେଉନାହାଁନ୍ତି । ୨୦୧୬ ମସିହାରେ ମାନ୍ୟବର ସ୍ରୁପ୍ରିମକୋର୍ଟ ତାଙ୍କର ଏକ ରାୟରେ ଆନୁଷ୍ଠାନିକ ଚୟନ ପ୍ରକ୍ରିୟାରେ ନିଯୁକ୍ତି ପ୍ରାପ୍ତ ସମସ୍ତ କର୍ମଚାରୀ ମାନଙ୍କ ପାଇଁ ସମାନ କାମକୁ ସମାନ ଦରମା ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ରାଜ୍ୟ ସରକାର ତାକୁ କାର୍ୟ୍ୟକାରୀ ନକରିବା ଦୁର୍ଭାଗ୍ୟଜନକ । ବର୍ତମାନ ରାଜ୍ୟର ୩୯ଟି ବିଭାଗରେ କାର୍ୟ୍ୟରତ ଏହି କର୍ମଚାରୀମାନେ ଖୁବ୍ ଉଚ୍ଚଶିକ୍ଷିତ । ସେମାନଙ୍କ ଭିତରୁ ଅନେକ ବିଟେକ, ଏମ୍‌ଟେକ, ଏମ୍‌ବିଏ ଏପରିକି ପିଏଚଡି ଡିଗ୍ରୀ ହାସଲ କରିଛନ୍ତି । ସେମାନେ ବିଭିନ୍ନ ବିଭାଗରେ ସରକାରଙ୍କର ଖୁବ୍ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟ ତୁଲାଉଛନ୍ତି । ଏପରିକି କରୋନା ମହାମାରୀ ସମୟରେ ସେମାନଙ୍କର କାର୍ୟ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ମାତ୍ର ସରକାର ଏମାନଙ୍କ ପ୍ରତି ମର୍ୟ୍ୟାଦାଜନକ ଓ ଯୁକ୍ତିଯୁକ୍ତ ଦୃଷ୍ଟିଭଙ୍ଗୀ ନଦେବା ଖୁବ୍ ଦୁଃଖଦାୟକ । ସରକାର ତୁରନ୍ତ ଏମାନଙ୍କ ଦାବୀଗୁଡ଼ିକୁ ପୂରଣ କରନ୍ତୁ ଏବଂ ସେମାନଙ୍କୁ ନାଲିଆଖି ଦେଖାଇବାରୁ କ୍ଷାନ୍ତ ରୁହନ୍ତୁ ବୋଲି କଂଗ୍ରେସ ଦାବୀ କରିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ସୁଦର୍ଶନ ଦାସ, ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories