www.samajalive.in
Sunday, December 14, 2025
14.1 C
Bhubaneswar

ବିବାହ ଉତ୍ସବରେ ବୟସ୍କ, ଗର୍ଭବତୀ, ଶିଶୁ ଓ ଅସୁସ୍ଥଙ୍କ ଯୋଗଦାନ ମନା

କରୋନା ସମୟରେ ବାହାଘର ଓ ଅନ୍ତିମ ସଂସ୍କାର ନିମନ୍ତେ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି । ବିବାହରେ ସର୍ବାଧିକ ୫୦ ଓ ଅନ୍ତିମ ସଂସ୍କାରରେ ୨୦ରୁ ଅଧିକ ଲୋକ ଯୋଗ ଦେଇ ପାରିବେ ନାହିଁ ବୋଲି କୁହାଯାଇଛି । ମାତ୍ର ସରକାରୀ ନିୟମକୁ ଭାଙ୍ଗି ଅନେକ ବିବାହ ଓ ଅନ୍ତିମ ସଂସ୍କାରରେ ଯୋଗ ଦେଉଥିବା ଦେଖାଯାଉଛି । ଏଥିପାଇଁ ରାଜ୍ୟ ସରକାର କଡ଼ାକଡ଼ି ନିୟମ ଅନୁପାଳନ କରିବାକୁ ନିର୍ଦେଶ ଦେଇଛନ୍ତି ।

src guideline

- Advertisement -

ଯେଉଁମାନେ ଏହି ନିୟମ ଭାଙ୍ଗିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସରକାରୀ ନିୟମ ଅନୁସାରେ ବିବାହରେ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ, ଅସୁସ୍ଥ, ୧୦ ବର୍ଷରୁ କମ୍ ଶିଶୁଙ୍କ ଯୋଗଦାନ ଉପରେ କଟକଣା ଜାରି କରାଯାଇଛି । ବିବାହ ଓ ଶେଷ କୃତ୍ୟ କାର୍ଯ୍ୟ ପାଇଁ ସ୍ଥାନୀୟ ପୁଲିସଠାରୁ ଅନୁମତି ବାଧ୍ୟତାମୂଳକ ।   ବର ଓ କନ୍ୟା ପକ୍ଷ, ବନ୍ଧୁ ବାନ୍ଧବ, ପୁରୋହିତ, ବାରିକ, ରୋଷେୟା ଏବଂ ଖାଦ୍ୟ ବଣ୍ଟନ କରୁଥିବା ଲୋକଙ୍କୁ ମିଶାଇ ସର୍ବାଧିକ ୫୦ଜଣ  ଏଥିରେ ଯୋଗ ଦେଇପାରିବେ ।   ପ୍ରତ୍ୟେକ ବ୍ୟକ୍ତି ମୁହଁରେ ମାସ୍କ ଓ ୨ ମିଟର ଶାରୀରିକ ଦୂରତା ସଂକ୍ରାନ୍ତ ନିୟମ ପାଳନ କରିବାକୁ ବାଧ୍ୟ । ବିବାହରେ ପ୍ରସେସନ ହୋଇ ପାରିବ ନାହିଁ, କେହି ପାନ-ଜର୍ଦା-ଗୁଟଖା ଖାଇପାରିବେ ନାହିଁ । ବିବାହ ସ୍ଥାନରେ ପାଣି ସାବୁନ, ସାନିଟାଇଜର ଆଦି ରଖାଯିବ ।

ସେହିପରି ଅନ୍ତିମ ସଂସ୍କାର ନିମନ୍ତେ ମଧ୍ୟ ପୁଲିସ ଅନୁମତି ବାଧ୍ୟତାମୂଳକ । ଏଥିରେ ପରିଜନଙ୍କଠାରୁ ଆରମ୍ଭ କରି ଶବ ସତ୍କାରରେ ନିୟୋଜିତ ବ୍ୟକ୍ତିଙ୍କୁ ମିଶାଇ ସର୍ବାଧିକ ୨୦ ଜଣ ଯୋଗ ଦେଇ ପାରିବେ । ଏଠାରେ ମଧ୍ୟ ସାମାଜିକ ଦୂରତ୍ବ, ମାସ୍କ ଆଦି ବାଧ୍ୟତାମୂଳକ । ସାବୁନ, ସାନିଟାଇଜର ଆଦି ବ୍ୟବହାର ନିଶ୍ଚିତ ।

ଯେଉଁମାନେ ଏହି ନିୟମର ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏଥିରୁ ବିବାହ ଆୟୋଜିତ ହେଉଥିବା ସ୍ଥାନର ମାଲିକ (ହୋଟେଲ ହେଉ ବା ଘର)ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ । ସେହିପରି ଶବ ସତ୍କାର ସ୍ଥାନର ତତ୍ବାବଧାରକଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ନିର୍ଦେଶ ଦିଆଯାଇଛି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories