www.samajalive.in
Friday, December 5, 2025
20.1 C
Bhubaneswar

ଜିଏମୟୁ ପରିସରରେ ଲାଗିଲା ୟୁଭି ସାନିଟାଇଜର ଓ ଟନେଲ

ସମ୍ବଲପୁର: କରୋନା ମହାମାରୀ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ସମ୍ବଲପୁର ଜିଲାରେ ମଧ୍ୟ ଏହା ତା’ର କାୟା ବିସ୍ତାର କରିବାରେ ଲାଗିଛି। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ସମସ୍ତେ ନିଜର ସାମର୍ଥ୍ୟମତେ କିଛିନା କିଛି ଉପାୟ ବାହାର କରିବାରେ ଲାଗି ପଡିଛନ୍ତି। ଏହି କ୍ରମରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଫିଜିକ୍ସ ଓ କେମେଷ୍ଟ୍ରି ବିଭାଗର ମିଳିତ ଉଦ୍ୟମରେ ପ୍ରଥମ ଡିପ ୟୁଭି ସାନିଟାଇଜର କ୍ୟାବିନେଟ ମେସିନ ସାନିଟାଇଜର ଟନେଲ ଗୁରୁବାର ଲଗାଯାଇ ଉଦଘାଟନ କରାଯାଇଛି। ଏହା ଦ୍ୱାରା ଜିଏମୟୁକୁ ଆସୁଥିବା ସମସ୍ତ ବ୍ୟକ୍ତି ପରିସର ମଧ୍ୟକୁ ପ୍ରବେଶ ପୂର୍ବରୁ ସାନିଟାଇଜ ହୋଇ ପଶିବୋ ଏହା ସହିତ ଡିପ ୟୁଭି ସାନିଟାଇଜ କ୍ୟାବିନେଟ ମେସିନ ଦ୍ୱାରା ବିଶ୍ୱବିଦ୍ୟାଳୟର ସମସ୍ତ କାଗଜପତ୍ରକୁ ସାନିଟାଇଜ କରାଯାଇ ପରିସରକୁ କରୋନା ଭୂତାଣୁ ମୁକ୍ତ ରଖିବା ପ୍ରୟାସରେ ବିଶେଷ ସହାୟ ହେବା

- Advertisement -

ସାନିଟାଇଜର ଟନେଲକୁ ପ୍ରଫେସର ସୁଶାନ୍ତ କୁମାର ଦାଶ, ପ୍ରକାଶ ମିର୍ଦ୍ଧା ଓ ଦୁଇ ବିଭାଗର ସଦସ୍ୟମାନେ ଏକତ୍ର ଏହାକୁ ନିର୍ମାଣ କରିଛନ୍ତି। ଏହି ସାନିଟାଇଜର ଟନେଲ ଓ ୟୁଭି ମେସିନକୁ ବିଶ୍ୱ ବିଦ୍ୟାଳୟର ଉପ କୂଳପତି ପ୍ର. ଅତନୁ କୁମାର ପତି ଉଦଘାଟନ କରିଛନ୍ତି।

ଖୁବ କମ ଖର୍ଚ୍ଚରେ ନିର୍ମିତ ଟନେଲ ମେସିନକୁ ବିଭିନ୍ନ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ସପିଂ ମଲ, ଡାକ୍ତରଖାନା, ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ଆଦି ବିଭିନ୍ନ ଜନସମାବେଶ ସ୍ଥଳ ଗୁଡିକରେ ଲଗାଯାଇ ପାରିବ। ଏଥିରେ ବ୍ୟବହୃତ ହୋଇଥିବା ଲିକ୍ୟୁଇଡକୁ କମ ଖର୍ଚ୍ଚରେ ଘରେ ମଧ୍ୟ ନିର୍ମାଣ କରାଯାଇ ପାରିବା ସେହିଭଳି ୟୁଭି ମେସିନକୁ କାଗଜପତ୍ର, ପାର୍ସଲ, ପନିପରିବା, ପର୍ସ, ଟଙ୍କା ଓ ମୁଦ୍ରା, ରେଡିମେଡ ଫୁଡ ଇତ୍ୟାଦି ଦ୍ରବ୍ୟ ଗୁଡିକ ଯାହାକି ବାହାରୁ କିଣିବା ପରେ ଘରକୁ କିମ୍ବା କାର୍ଯ୍ୟାଳୟକୁ ଅଣାଯାଉଛି, ସେହି ସମସ୍ତ ବସ୍ତୁ ଗୁଡିକୁ ଏହା ଦ୍ୱାରା ସାନିଟାଇଜ କରାଯାଇ ପାରିବ। ଏହି ଟନେଲ ଓ ୟୁଭି ସାନିଟାଇଜରକୁ ନିର୍ମାଣ କରି କୋଭିଡ–୧୯ର ସଂକ୍ରମଣକୁ ପ୍ରତିହିତ କରିବା ସହିତ ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ସର୍ବସମ୍ମୁଖକୁ ଆଣିବା, ସ୍ୱଦେଶୀକୁ ପ୍ରୋତ୍ସାହନ, ଛାତ୍ରଛାତ୍ରୀମାନଙ୍କୁ ସ୍ୱାବଲମ୍ବୀ ପାଇଁ ଉତ୍ସାହିତ, ସାମାଜିକ ଦାୟିତ୍ୱକୁ ନିର୍ବାହ କରିବା ଆଦି ଲକ୍ଷ୍ୟ ନେଇ ପ୍ରସ୍ତୁତ କରାଯାଇଛି ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories