www.samajalive.in
Saturday, December 6, 2025
17.1 C
Bhubaneswar

ପୂର୍ବତନ ଆଇଏଏସ୍ ଅଧିକାରୀ ସଞ୍ଜୟ ଗୁପ୍ତାଙ୍କ ୧୪.୧୫ କୋଟି ମୂଲ୍ୟର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ଆଇନ-୨୦୦୨ ଅଧିନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂର୍ବନତ ଆଇଏଏସ ଅଧିକାରୀ ସଞ୍ଜୟ ଗୁପ୍ତାଙ୍କ ମାଲିକାନା ଥିବା ନେସା ଗ୍ରୁପର  ୧୪.୧୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି। ସେହିପରି ଏହି ଅଧିକାରୀଙ୍କ ମାଲିକାନାରେ ଥିବା  ଅହମ୍ମଦାବାଦ କମ୍ପାନୀ ଲିମିଟେଡ୍ ଦ୍ବାରା ଗାନ୍ଧିନଗର ମେଟ୍ରୋ ଲିଙ୍କ୍ ଏକ୍ସପ୍ରେସ ପାଇଁ ଅର୍ଥର ଅପବ୍ୟବହାର ମାମଲା ରହିଛି।

ଇଡି ଜବତ କରିଥିବା ସମ୍ପତ୍ତି ମଧ୍ୟରେ ନୋଏଡା ଠାରେ ଏକ ଫ୍ଲାଟ, ଡେହେଜ୍ ଏସଇଜେଡରେ ଇଣ୍ଡଷ୍ଟ୍ରିଆଲ୍ ପ୍ଲଟ୍, ଦେହେଜ୍, ଗୁଜୁରାଟ ଏବଂ ଥାଲଟେଜ୍, ଅହମ୍ମଦାବାଦର ହୋଟେଲ କାମ୍ବାଇ ଅନ୍ତର୍ଭୁକ୍ତ |

- Advertisement -

ଗାନ୍ଧିନଗର ଏବଂ ଅହମ୍ମଦାବାଦ ପାଇଁ ମେଟ୍ରୋ ଲିଙ୍କ୍ ଏକ୍ସପ୍ରେସ ପାଇଁ ଅର୍ଥର ଅପବ୍ୟବହାର ମାମଲାରେ ପୂର୍ବତନ ଆଇଏଏସ୍ ସଞ୍ଜୟ ଗୁପ୍ତାଙ୍କ ମାଲିକାନାରେ ଥିବା ନେସା ଗ୍ରୁପ୍ ନାମରେ ଗୁଜୁର ଇଣ୍ଡଷ୍ଟ୍ରିଆଲ୍ ପ୍ଲଟ୍ ଏବଂ ହୋଟେଲକୁ ବେଆଇନ ଅର୍ଥ କାରବାର ଆଇନ ଅଧୀନରେ ଇଡି ଜବତ କରିଛି ।

ସିଆଇଡି କ୍ରାଇମ, ଗାନ୍ଧିନଗର ଜୋନ୍, ଦୁର୍ନୀତି ନିବାରଣ ଅଧିନିୟମ, ୧୯୮୮ ଅଧୀନରେ ଦାଖଲ ହୋଇଥିବା ଏଫଆଇଆର ଏବଂ ଚାର୍ଜସିଟ୍ ଉପରେ ଆଧାରରେ ସଞ୍ଜୟ ଗୁପ୍ତା ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ମେଗା ଠାରୁ ସରକାରୀ ପାଣ୍ଠିର ଅପବ୍ୟବହାର ନେଇ ଇଡି ତଦନ୍ତ ଆରମ୍ଭ କରିଥିଲା।

ଅଭିଯୁକ୍ତ ସଞ୍ଜୟ ଗୁପ୍ତା ଗୁଜୁରାଟ କ୍ୟାଡରର ୧୯୮୫ ବ୍ୟାଚ୍ ଆଇଏଏସ  ଅଧିକାରୀ ଯିଏ ୨୦୦୨ ମସିହାରେ ଅବସର ନେଇଥିଲେ ଏବଂ ନେସା ଗ୍ରୁପ୍ ଅଫ୍ କମ୍ପାନୀ ନାମରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ସେ ଏପ୍ରିଲ୍ ୨୦୧୧ ରେ ମେଗାର ଚେୟାରମ୍ୟାନ୍ ହୋଇଥିଲେ ଏବଂ ଅଗଷ୍ଟ ୨୦୧୩ ପର୍ଯ୍ୟନ୍ତ ଏହି ପଦରେ ଥିଲେ ବୋଲି ଇଡି କହିଛି।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories