ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କନରାଡ୍ ସାଙ୍ଗମା

ସିଲଂ : କନରାଡ୍ କେ. ସାଙ୍ଗମା ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେ କ୍ରମାନ୍ୱୟରେ ଦ୍ୱିତୀୟ ଥର ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବହୁ ବିଜେପି ନେତା ଉପସ୍ଥିତ ଥିଲେ । ମେଘାଳୟ ରାଜ୍ୟପାଳ ଫାଗୁ ଚୌହ୍ୱାନ ତାଙ୍କୁ ସିଲଂ ଠାରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ବିଜେପି ସଭାପି ଜେ.ପି.ନଡ୍ଡା ମଧ୍ୟ ଉପସ୍ଥିତ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିଲେ। କନରାଡ ସାଙ୍ଗମାଙ୍କ ସହ ପ୍ରିଷ୍ଟୋନ ତିନସଙ୍ଗ ଓ ସ୍ନିୟଭାଲଙ୍ଗ ଧର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଲେକଜେଣ୍ଡାର ଲାଲୁ ହେକ୍‌, ଅମ୍ପାରିନି ଲିଙ୍ଗଡୋ, ପଲ୍‌ ଲିଙ୍ଗଡୋ ଓ କମିଙ୍ଗୋନ୍‌ ୟାମ୍ବନ ରାଜ୍ୟ କ୍ୟାବିନେଟ୍‌ରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

Comments are closed.