www.samajalive.in
Monday, December 15, 2025
24.1 C
Bhubaneswar

ଜିଏସଟି ଚୋରିକୁ ରାଜ୍ୟ ସରକାର ସମର୍ଥନ କରୁଛନ୍ତି : କଂଗ୍ରେସ

ଭୁବନେଶ୍ୱର : ଦେଶରେ ଜିଏସଟିକୁ ନେଇ ଏକ ଲଜ୍ଜ୍ୟାଜନକ ସ୍ଥିତି ଦେଖାଦେଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ  ପଂଚାନନ କାନୁନଗୋ ଏକ ପ୍ରେସବାର୍ତାରେ କହିଛନ୍ତି। ସେ କହିଛନ୍ତି ଜିଏସଟିର କ୍ଷତିଭରଣା କରିବା ପାଇଁ ରାଜ୍ୟମାନଙ୍କୁ କେବଳ ପ୍ରତିଶୃତି ଦିଆଯାଇନଥିଲା ସାମ୍ବିଧାନିକ ବ୍ୟବସ୍ଥା କରାଯାଇ ୨୦୨୨ ମସିହା ପର୍ଯ୍ୟନ୍ତ ୧୪%ରୁ କମ ଆଦାୟ ହେଲେ ତାର କ୍ଷତିପୂରଣ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଦେବେ। କେବଳ ଏତିକି କୁହାଯାଇ ନଥିଲା ସେଥିପାଇଁ ଗୋଟିଏ ଅଧିନିୟମ ପ୍ରସ୍ତୁତ କରାଯାଇଥିଲା। ସେସ୍ ଆଦାୟ ହେବ, ସେସ୍ ଫଣ୍ଡ ତିଆରି ହେବ ଏବଂ ସେହି ଫଣ୍ଡରୁ ସମସ୍ତଙ୍କୁ ଟଙ୍କା ବଂଟା ଯିବ। ଯେଉଁ ରାଜ୍ୟ ମାନଙ୍କରେ କମ ଆଦାୟ ହୋଇଥିବ ସେହି ରାଜ୍ୟମାନଙ୍କୁ ଟଙ୍କା ବଂଟା ଯିବ। ଏବଂ ସେଥିରେ ଏକଥା ମଧ୍ୟ କୁହାଯାଇଥିଲା ଯଦି ସବା ଶେଷରେ ଟଙ୍କା ବଳିଲା ତାହାଲେ କିପରି ରାଜ୍ୟମାନଙ୍କ ଭତିରେ ଓ କେନ୍ଦ୍ର ଭିତରେ ବଂଟନ ହେବ ସେ ବ୍ୟବସ୍ଥା ଏଥିରେ ମଧ୍ୟ କରାଯାଇଥିଲା। ସେହି ଫଣ୍ଡ କ୍ରିଏଟ କରିବା ପାଇଁ ଯେଉଁ ସେସ୍ ଆଦାୟ ହେଉଥିଲା ଆଜି ସିଏଜି ରିପୋର୍ଟରେ ଆସିଲାଣି ଯେ ଏହାକୁ ସରକାର ନେଇଯାଇଛନ୍ତି ତାଙ୍କର କନ୍ସୋଲେଡେଟେଡ ଫଣ୍ଡକୁ।

ମାତ୍ର ସିଏଜି ରିପୋର୍ଟ ଅନୁସାରେ ସବୁଠାରୁ ବଡ଼ ଜିଏସଟି ଚୋର ଭାବରେ ସରକାର ନିଜକୁ ଉପସ୍ଥାପିତ କରିଛନ୍ତି ।  ୧୮-୧୯, ୧୭-୧୮ ଏବଂ ୧୬-୧୭ ମସିହାରେ ପାଖାପାଖି ୫୦ହଜାର କୋଟି ଟଙ୍କାରୁ ଉର୍ଦ୍ଧ ଜିଏସଟି ସେସ ଟଙ୍କାକୁ ଡାଇର୍ଭଟ କରିନେଇଛନ୍ତି। ତାହା ଯଦି ଥାଆନ୍ତା ତାହାଲେ ରାଜ୍ୟମାନେ ଆଜି ଯେଉଁ ବିକିଳିଆ ଅବସ୍ଥାରେ ଋଣ କରିବାକୁ ଯାଉଛନ୍ତି ହୁଏତ ସେଥିରୁ ଲାଘବ ହୋଇଥାନ୍ତା। ଏହି ଅବିଶ୍ୱାସନୀୟ ଅବସ୍ଥା ସାମ୍ବିଧାନିକ ବ୍ୟବସ୍ଥାକୁ ଲଂଘନ କରିବା, ଜିଏଷ୍ଟି ଟଙ୍କାକୁ ବାଟବାରଣା କରିବା ବା ଅନ୍ୟତ୍ର ନେଇଯିବା ଏହାକୁ ଅନ୍ୟଭାବରେ ଚୋରି ବୋଲି କୁହାଯାଇପାରେ ଏବଂ ସବୁଠାରୁ ବଡ଼ ବିଶ୍ୱାସଘାତକତା ସୃଷ୍ଟି କରି କେନ୍ଦ୍ର ସରକାର ଯାହାକି ମୋଦି ସାହାଙ୍କର ସରକାର ବା ସୀତାରମଣଙ୍କ ସରକାର ରାଜ୍ୟବାସୀଙ୍କୁ ସଂକଟକୁ ଠେଲି ଦେଇଛନ୍ତି। ଏ ସମ୍ପର୍କରେ ପ୍ରତ୍ୟେକ୍ଷ ଭାବରେ ଏକ ସ୍ପଷ୍ଟିକରଣ କେନ୍ଦ୍ରସରକାର ବା ତାଙ୍କ ଯେଉଁ ପ୍ରତିନିଧି ମାନେ ଭାରତୀୟ ଜନତାପାର୍ଟିରେ ଅଛନ୍ତି ରାଜ୍ୟମାନଙ୍କରେ ତାଙ୍କ ମନ୍ତ୍ରୀ ବା ତାଙ୍କ ଲୋକମାନେ ତାକୁ ସାଧାରଣରେ ଉପସ୍ଥାପନ କରିବା ଉଚିତ୍ ବୋଲି ଶ୍ରୀ କାନୁନଗୋ କହିଛନ୍ତି। ଜିଏସଟିକୁ ନେଇ ସେମାନେ ଆଉ କିଛି ଅଲଗା କହିପାରିବେନି କାରଣ ତାକୁ ନେଇକରି ୨୦୧୪ ମସିହାରେ ସରକାରକୁ ଆସିଥିଲେ। କେବଳ ସିଏଜି ହିଁ ତାଙ୍କର ସାହରା ଥିଲା ସାରା ଭାରତବର୍ଷରେ ସେହି ରିପୋର୍ଟକୁ ନେଇ ସେମାନେ ସରକାରକୁ ଆସିଥିଲେ। ସମସ୍ତେ ଏହା ଜାଣିଛନ୍ତି ଟେଲିକମୁନିକେସନ ହେଉ ବା କୋଇଲା ବାବଦରେ ହେଉ ସିଏଜିଙ୍କ ରିପୋର୍ଟକୁ ଆଧାର କରି ଏମାନେ ବହୁ ନାଟକବାଜି କରିଥିଲେ। ବହୁ ଅପପ୍ରଚାର କରି ସରକାରକୁ ଆସିଲେ। ଆଜି ଦିନରେ ଏହି ଚୋରି ଓଡ଼ିଶା ସରକାର ସହାୟତ ଦେଇଛନ୍ତି ତାହା ଏକ ବିଶ୍ୱାସ ଘାତକତା। କାରଣ ଓଡ଼ିଶା ସରକାର ଏହାର ପ୍ରତିବାଦ କଲେ ନାହିଁ। କିନ୍ତୁ ଅନ୍ୟ ଯେଉଁମାନେ କେନ୍ଦ୍ର ବିଜେପି ସରକାରଙ୍କ ବିରୋଧି ସହ ଅଛନ୍ତି ସେମାନେ ତାଙ୍କ ରାଜ୍ୟର ଓ ଲୋକଙ୍କ ସ୍ୱାର୍ଥପାଇଁ ଜିଏସିଟି ବାବଦରେ ପାଟିକରି ନିଜର ହକ ଦାବି କରୁଥିବା ବେଳେ ରାଜ୍ୟ ସରକାର ତାହା କଲେ ନାହିଁ। ସ୍ୱଛତାର ଡିଣ୍ଡିମ ପିଟୁଥିବା ନବୀନ ପଟ୍ଟନାୟକ ଚୋର ଆଉ ଚୋରିକୁ ସମର୍ଥନ ଦେଇ ନିଜେ ନିଜର ମୁଖା ଖୋଲିଦେଇଛନ୍ତି। ଜନସାଧାରଣଙ୍କୁ ଏ ସମ୍ପର୍କରେ ସ୍ପଷ୍ଟଭାବେ ଜଣାଇବା ପାଇଁ ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ ଦାବି କରିଛନ୍ତି।

- Advertisement -

 

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories