www.samajalive.in
Tuesday, December 9, 2025
23.1 C
Bhubaneswar

ଦେଶର ୨୦% ଗରିବଙ୍କୁ କଂଗ୍ରେସ ବର୍ଷକୁ ୭୨ ହଜାର ଟଙ୍କା ପ୍ରଦାନ କରିବ : ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ପୁଣି ଗରିବୀ ହଟାଓକୁ ନିର୍ବାଚନ ପ୍ରସଙ୍ଗ କରିଛି । ସୋମବାର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ୨୦% ଗରିବଙ୍କୁ ପ୍ରତି ବର୍ଷ ୭୨ ହଜାର ଟଙ୍କା ମିଳିବ। ଦେଶରେ ଗରିବଙ୍କୁ ସର୍ବନିମ୍ନ ଆୟର ଗ୍ୟାରେଣ୍ଟି ପ୍ରଦାନ ଉପରେ ଗୁରୁତ୍ବ ଦେଇ ଶ୍ରୀ ଗାନ୍ଧୀ କହିଛନ୍ତି, ଦେଶରେ ମୋଦୀ ସରକାର ପୁଞ୍ଜିପତି ମାନଙ୍କୁ ସାହାଯ୍ୟ ଏବଂ ସହଯୋଗ ଯୋଗାଉଛନ୍ତି ଏବଂ ଗରିବମାନଙ୍କୁ ଅଣ ଦେଖା କରୁଛନ୍ତି ।

ତେଣୁ ତାଙ୍କ ଦଳ କ୍ଷମତାକୁ ଆସିଲେ ଦେଶର ୨୦% ଗରିବଙ୍କୁ ପ୍ରତି ବର୍ଷ ୭୨ ହଜାର ଟଙ୍କା ମିଳିବ। ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାରେ ଜମା ହେବ। ଏହା ଦ୍ବାରା ଦେଶର ୫ କୋଟି ପରିବାରର ୨୫ କୋଟି ଲୋକ ଉପକୃତ ହେବେ ବୋଲି ସେ କହିଛନ୍ତି। ମନରେଗା ଭଳି ଏହି ଯୋଜନା ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଏହା ଐତିହାସିକ ପଦକ୍ଷେପ ହେବ ବୋଲି ରାହୁଲ କହିଛନ୍ତି।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories