www.samajalive.in
Sunday, December 7, 2025
14.1 C
Bhubaneswar

ବର୍ଦ୍ଧିତ ବିଦ୍ୟୁତ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ, ରାଜରାସ୍ତାରେ ଟିଭି ଓ କମ୍ପ୍ୟୁଟର ପୋଡି

 

ଭୁବନେଶ୍ୱର: ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ବିଦ୍ୟୁତ୍‍ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ ବିଦ୍ୟୁତ୍‍ ନିୟାମକ ବୋର୍ଡ ଅଫିସ୍‍ ସମ୍ମୁଖରେ ସମସ୍ତ କୋଭିଡ୍‍ ନିୟମର ପାଳନ ପୂର୍ବକ ଟିଭି ଓ କମ୍ପ୍ୟୁଟର ପୋଡି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଗଠନ ପକ୍ଷରୁ କୁହାଯାଇଛି ଯେ  କରୋନା ମହାମାରୀ ସମୟରେ ଜୀବନ ଜୀବିକା ପାଇଁ ଲଢ଼େଇ କରୁଥିବା ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ ଦର ବୃଦ୍ଧି ସେମାନଙ୍କ ଉପରେ ଏକ ଶକ୍ତ ଆଘାତ ଆଣିଦେଇଛି। ସବୁଠାରୁ ବଡ଼ ଦୁଃଖ ଓ ପରିତାପର ବିଷୟ ଏଯାବତ୍‍ ସମସ୍ତ ଦୋକାନୀ, କ୍ଷୁଦ୍ର ଓ ମଧ୍ୟମ ଧରଣର କଳକାରଖାନା ନିଜର ଆର୍ଥିକ ସ୍ଥିତିକୁ ସୁଧାରି ଅଂଟା ସଳଖି ପାରିନାହାଁନ୍ତି। ଅନ୍ୟପଟେ ପ୍ରବାସୀ ଶ୍ରମିକ ନିଜ ଗୁଜୁରାଣ ମେଂଟାଇବା ପାଇଁ ସକ୍ଷମ ହୋଇନଥିବା ବେଳେ ରାଜ୍ୟର ବହୁ ବେକାରକୀ ଯୁବକ ନିଜ ପରିବାରର ଭାର ବହନ କରିବା ପାଇଁ ମଧ୍ୟ ଅସମର୍ଥ ଅଟନ୍ତି। ଯେଉଁ ସମୟରେ ବିଦ୍ୟୁତ ବ୍ୟବହାରର ୨୨ଭାଗ ଜଳ ବିଦ୍ୟୁତରୁ ଆସୁଛି ଏବଂ ୧୦ ଭାଗ ସୌରଶକ୍ତିରୁ ତ୍ୱରାନ୍ୱିତ ହେଉଛି ସମସ୍ତ ଆବଶ୍ୟକ ବିଦ୍ୟୁତ କ୍ରୟକୁ ମିଶାଇଲେ ୟୁନିଟ୍‍ ପିଛା କ୍ରୟମୂଲ୍ୟ ସର୍ବମୋଟ ଟ. ୨.୮୦ ପଇସାରୁ ଊର୍ଦ୍ଧ୍ବ ହେବ ନାହିଁ। ଉତ୍ପାଦନ ଖର୍ଚ୍ଚ ଏତେ କମ୍‍ ଥାଇ ବିକ୍ରି ଖର୍ଚ୍ଚ ବୃଦ୍ଧି କରିବା ନିଶ୍ଚିତ ଭାବେ ନିନ୍ଦନୀୟ। ରାଜ୍ୟର ବଡ଼ ବିଭିନ୍ନ ବିତରକ କମ୍ପାନୀ ଓ ବଡ଼ ବଡ଼ କମ୍ପାନୀମାନଙ୍କ ଉପରେ ପାଖାପାଖି ୬ହଜାର କୋଟି ଟଙ୍କା ବକେୟା ଥିବାବେଳେ ରାଜ୍ୟ ସରକାରଙ୍କ ଉପରେ ବାକିଥିବା ୨.୫ ହଜାର କୋଟି ଟଙ୍କା ମଧ୍ୟ ଆଦାୟ ହୋଇନାହିଁ। ତେଣୁ ଏହିଭଳି ସ୍ଥଳେ ଘରୋଇ କମ୍ପାନୀମାନଙ୍କ ସ୍ୱାର୍ଥରେ ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ ଦର ବୃଦ୍ଧିକୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଦୃଢ଼ ବିରୋଧ କରୁଛି। ଓଡିଶା ବିଜୁଳି ଉତ୍ପାଦନରେ ସ୍ୱାବଲମ୍ବୀ ଥିବାବେଳେ ଅନ୍ୟ ରାଜ୍ୟକୁ ମଧ୍ୟ ବିଦ୍ୟୁତ୍‍ ଯୋଗାଣ କରୁଛି। ସେହି ରାଜ୍ୟଗୁଡିକ ବିଦ୍ୟୁତ୍‍ ଦର ରିହାତି ପ୍ରଦାନ କରୁଥିବା ବେଳେ ଓଡିଶା ସରକାର କାହା ସ୍ୱାର୍ଥରେ ବିଦ୍ୟୁତ୍‍ ଦର ବୃଦ୍ଧି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଂଜନ ଲେଙ୍କା। ଆଗାମୀ ଦିନରେ ଯଦି ବିଜୁଳି ଦର ହ୍ରାସ ନହୁଏ ତେବେ ଯୁବ କଂଗ୍ରେସ ସମସ୍ତ ଜିଲ୍ଲା ଓ ବ୍ଲକରେ ଆନ୍ଦୋଳନକୁ ତୀବ୍ରତର କରିବା ସହ ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ଆଇନ୍‍କୁ ହାତକୁ ନେବାକୁ ମଧ୍ୟ ପଛଘୁଂଚା ଦେବନାହିଁ ବୋଲି ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି।

- Advertisement -

ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍‍ଗୋ ଯୋଗଦେଇ ବିଦ୍ୟୁତ୍‍ ନିୟାମକ ବୋର୍ଡ ପ୍ରଶାସନ ଓ ରାଜ୍ୟ ସରକାର ବିଦ୍ୟୁତ୍‍ ଦର ବୃଦ୍ଧି ପ୍ରତିବାଦରେ ଉଭୟଙ୍କ ଉପରେ ବର୍ଷିଥିଲେ। ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା ସର୍ବଦଳୀୟ ତରଫରୁ ଅନୁରୋଧ କରାଯାଇଥିବା ଆସନ୍ତା ୨୨ ଅକ୍ଟୋବର ଗୁରୁବାର ଦିନ ସନ୍ଧ୍ୟା ୬ ଘଟିକାରୁ ୬ଟା ୧୫ ମିନିଟ୍‍ ପର୍ଯ୍ୟନ୍ତ ବିଦ୍ୟୁତ୍‍ ବ୍ୟବହାର ବନ୍ଦ କରିବା ପାଇଁ ରାଜ୍ୟର ସମସ୍ତ ଯୁବକ ବନ୍ଧୁମାନଙ୍କୁ ରାଜ୍ୟବାସୀଙ୍କ ସ୍ୱାର୍ଥ ଉଦ୍ଦେଶ୍ୟରେ ସମର୍ଥନ କରିବାକୁ ନିବେଦନ କରିଛନ୍ତି।

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସଂକୁନା କହଁର, ମାନସ ରଂଜନ କର, ନଳିନୀକାନ୍ତ ନାୟକ, ସ୍ୱାଗତ କର, ଆର୍ଯ୍ୟବୀର ଲେଙ୍କା, ରଂଜିତ୍‍ ପାତ୍ର, ନିହାର ରଂଜନ ବେହେରା, ଜ୍ଞାନରଂଜନ ରାଉତ, ବିଶ୍ୱରଂଜନ ଦାସ, ଆଶୁତୋଷ ଲେଙ୍କା, ରିତୁଲ୍‍ ମହାରଣା, ବିପ୍ଳବ ପରିଡା, ଅଖିଳେଶ ଯାଦବ, ଅହମ୍ମଦ ଖାନ୍‍, କାର୍ତିକେଶ୍ୱର କାଣ୍ଡି, କାଳନ୍ଦି ବେଉରା, ଦେବପ୍ରସାଦ ନାୟକ, ଇତିସ୍ମିତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories