www.samajalive.in
Monday, December 15, 2025
24.1 C
Bhubaneswar

ମୋଦୀଙ୍କୁ ‘ଭଗବାନ’ଙ୍କ ଆଖ୍ୟା ଦେଲା କଂଗ୍ରେସ- ଲେଖିଲା ଭଗବାନଙ୍କୁ ଭେଟିବାର ସୁଯୋଗ ପାଇଲେ ପୋପ୍‌‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନସିସ ପୋପଙ୍କୁ କଟାକ୍ଷ କରିଛି। ମୋଦୀଙ୍କୁ କଂଗ୍ରେସ ‘ଭଗବାନ’ଙ୍କ ଆଖ୍ୟା ଦେଇଥିବାବେଳେ ପୋପ୍‌‌ ଭଗବାନଙ୍କୁ ଭେଟିବାର ସୁଯୋଗ ପାଇଲେ ବୋଲି ଏକ ପୋଷ୍ଟରେ ଲେଖିଛି। ନିକଟରେ ଶେଷ ହୋଇଥିବା ଜି-୭ ଶିଖର ସମ୍ମିଳନୀରେ ମୋଦୀ ପୋପ୍‌‌ ଫ୍ରାନ୍‌‌ସିସଙ୍କୁ ଭେଟିଥିବାବେଳେ ଉଭୟଙ୍କର ଏକ ଫଟୋକୁ କଂଗ୍ରେସ ସାମାଜିକ ଗଣମାଧ୍ୟମ ଏକ୍ସରେ ଶେୟାର କରିବା ସହିତ ଲେଖିଛି- ‘ପରିଶେଷରେ ପୋପ୍‌‌ ଭଗବାନଙ୍କୁ ଭେଟିବାର ସୁଯୋଗ ପାଇଲେ।’ ଜାତୀୟ ସ୍ତରର ଦଳ କଂଗ୍ରେସର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

ଇଟାଲୀରେ ଶେଷ ହୋଇଥିବା ଜି-୭ ଶିଖର ସମ୍ମିଳନୀରେ ମୋଦୀ ଏବଂ ପୋପ୍‌‌ ଫ୍ରାନସିସଙ୍କ ମଧ୍ୟରେ ଐତିହାସିକ ସାକ୍ଷାତ ହୋଇଥିଲା। ଗତ ଜୁନ ୯ ତାରିଖରେ ମୋଦୀ ୩ୟ ପାଳିର ଶପଥ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ ଥିଲା। ଏହି ଅବସରରେ ସେ ପୋପ୍‌‌ଙ୍କୁ ଭେଟିବା ସହିତ ଭାରତ ଆସିବାକୁ ମଧ୍ୟ ନିମନ୍ତ୍ରଣ କରିଥିଲେ। ଉଭୟଙ୍କ ସାକ୍ଷାତ ସମୟର ଏକ ଫଟୋକୁ କଂଗ୍ରେସ ସାମାଜିକ ଗଣମାଧ୍ୟମରେ ଶେୟାର କରି ବ୍ୟଙ୍ଗାତ୍ମକ ଢଙ୍ଗରେ ମୋଦୀଙ୍କୁ ସମାଲୋଚନା କରିଛି।

- Advertisement -

ପ୍ରକୃତ କଥା ହେଲା ନିର୍ବାଚନ ସମୟରେ ମୋଦୀ ଏକ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଏକ ଉଦ୍ଦେଶ୍ୟ ନେଇ ଭଗବାନ ତାଙ୍କୁ ପଠାଇଛନ୍ତି ମୋଦୀ ମୋଦୀ କହିଥିଲେ। ସେତେବେଳେ ବି କଂଗ୍ରେସ ଓ ଅନ୍ୟ ବିରୋଧୀଙ୍କ ପକ୍ଷରୁ ମୋଦୀଙ୍କୁ ସମାଲୋଚନା କରାଯାଇଥିଲା।

କଂଗ୍ରେସର ଏହି ପୋଷ୍ଟଟି ପରବର୍ତ୍ତୀ ସମୟରେ ହଟାଇ ଦିଆଯାଇଥିଲା। ମାତ୍ର ବିଜେପି ପକ୍ଷରୁ ଏହାକୁ ନିନ୍ଦା କରାଯିବା ସହିତ କଂଗ୍ରେସ ଦେଶର ପ୍ରଧାନମନ୍ତ୍ରୀଙ୍କ ସହିତ ପୋପ୍‌‌ଙ୍କୁ ବି ଅପମାନିତ କରିଛି ବୋଲି କୁହାଯାଇଛି। କେରଳର ବିଜେପି ସଭାପତି କେ. ସୁରେନ୍ଦ୍ର ଟ୍ୱିଟ୍‌‌ କରି ଲେଖିଛନ୍ତି, ଯେଉଁ ଆକାଉଣ୍ଟରେ ଏହି ପୋଷ୍ଟ କରିଛି କଂଗ୍ରେସ ତାହାକୁ ବୋଧହୁଏ ମୌଳବାଦୀ ଇସଲାମୀ କିମ୍ବା ସହରୀ ଆତଙ୍କବାଦୀଙ୍କ ଦ୍ୱାରା ପରିଚାଳନା କରାଯାଉଛି। ଯେଉଁମାନେ ଜାତୀୟ ସ୍ତରର ନେତାମାନଙ୍କ ପ୍ରତି ଅପମାନଜନକ ବିଷୟ ପୋଷ୍ଟ କରୁଛନ୍ତି। ବର୍ତ୍ତମାନ ଏହି ଦଳ ସମ୍ମାନସ୍ପଦ ପୋପ୍‌‌ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ବି ପରିହାସ କରିବାକୁ ମଧ୍ୟ ପଛାଉନାହିଁ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories