ଯନ୍ତ୍ରୀଙ୍କ ଉପରକୁ କାଦୁଅ ଫିଙ୍ଗିଥିବା ବିଧାୟକଙ୍କୁ ଜାମିନ
ସିନ୍ଧୁଦୁର୍ଗ : ପିଡବ୍ଲ୍ୟୁଡି ଯନ୍ତ୍ରୀ ପିଡବ୍ଲ୍ୟୁଡି ଯନ୍ତ୍ରୀ ପ୍ରକାଶ ଖାଦେକରଙ୍କ ଉପରକୁ କାଦୁଅ ଫିଙ୍ଗିଥିବା ମହାରାଷ୍ଟ୍ର କଂଗ୍ରେସ ବିଧାୟକ ନିତେଶ ରାଣେଙ୍କୁ ଅଦାଲତ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ୨୦ହଜାର ଟଙ୍କା ଜମାନତ ସହିତ ପ୍ରତି ରବିବାର କାଙ୍କଭାଲି ଥାନାରେ ହାଜର ହେବା ସର୍ତ୍ତରେ ଅଦାଲତ ରାଣେଙ୍କୁ ଜାମିନ ଦେଇଛନ୍ତି। ଏହା ସହିତ ଭବିଷ୍ୟତରେ ଏପରି ଅପରାଧ ନ ଘଟାଇବାକୁ ଅଦାଲତ ତାଙ୍କୁ ଦାଗିଦା କରିଛନ୍ତି।
ଜୁଲାଇ ୪ରେ ବିଧାୟକ ରାଣେ ମୁମ୍ବଇ-ଗୋଆ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟର ତଦାରଖ ବେଳେ ଘଟଣାସ୍ଥଳକୁ ପିଡବ୍ଲ୍ୟୁଡି ଯନ୍ତ୍ରୀ ପ୍ରକାଶ ଖାଦେକରଙ୍କୁ ଡକାଇଥିଲେ। ପ୍ରଶସ୍ତୀକରଣ କାର୍ଯ୍ୟରେ ବିଧାୟକ ଅସନ୍ତୋଷ ପ୍ରକାଶ କରିବା ସହିତ ଯନ୍ତ୍ରୀଙ୍କ ଉପରେ କାଦୁଅ ପକାଇବା ସହ ରାଜପଥ ପୋଲରେ ତାଙ୍କୁ ବାନ୍ଧି ଧମକ ଦେଇଥିଲେ। ଏହି ଘଟଣା ପରେ ରାଣେଙ୍କୁ ଗିରଫ କରାଯାଇଥିଲା। ମଙ୍ଗଳବାର ଅଦାଲତ ତାଙ୍କୁ ଜେଲ୍ ପଠାଇଥିଲେ।
Comments are closed.