ଧାରା ୩୭୦ ଉଚ୍ଛେଦକୁ କଂଗ୍ରେସ ବିଧାୟିକା ଅଦିତି ସିଂହଙ୍କ ସମର୍ଥନ

କହିଲେ ଏଥିରେ ରାଜନୀତି କରନି

ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାୟବରେଲି ସଦରର କଂଗ୍ରେସ ବିଧାୟିକା ଅଦିତି ସିଂହ ଦଳ ବିରୋଧରେ ଯାଇ ଜାମ୍ମୁ କାଶ୍ମୀରରୁ ସମ୍ବିଧାନ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ମୋଦୀ ସରକାରଙ୍କ ଏହି ନିଷ୍ପତ୍ତିକୁ ଅଦିତି ସ୍ୱାଗତ କରିବା ସହ ଏହା ଉପରେ ରାଜନୀତି ନକରିବାକୁ ପରାମର୍ଶ ଦେଇଛନ୍ତି।
ସେ କହିଛନ୍ତି ଯେ ଏହା ଏକ ଐତିହାସିକ ନିଷ୍ପତ୍ତି ଅଟେ ଓ ଏହା ଉପରେ ରାଜନୀତି ହେବା କଥା ନୁହେଁ। ଏହା ଦ୍ୱାରା ଜାମ୍ମୁ କାଶ୍ମୀର ଲୋକେ ମୁଖ୍ୟଧାରାରେ ଯୋଡ଼ି ହୋଇଯିବେ। ଜଣେ ବିଧାୟକ ଭାବେ ମୁଁ ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛି।
ପ୍ରକାଶ ଯେ କଂଗ୍ରେସ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରୁଛି। ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ ସରକାରଙ୍କ ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ଗୁଲାମନବୀ କହିଛନ୍ତି ଯେ ଭୋଟ ପାଇଁ କାଶ୍ମୀରର ବିଭାଜନ କରାଯାଉଛି। ବିଜେପି ସମ୍ବିଧାନର ହତ୍ୟା କରି ଏକ ରାଜ୍ୟର ଇତିହାସକୁ ଅନ୍ତ କରିଦେଇଛି। ମାତ୍ର କଂଗ୍ରେସ ବିଧାୟିକା ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

kalyan agarbati

Comments are closed.