www.samajalive.in
Sunday, December 7, 2025
26.1 C
Bhubaneswar

କେନ୍ଦ୍ରାପଡା ଦେବାଶିଷ ହତ୍ୟା ମାମଲା ମାନବାଧିକାର କମିଶନଙ୍କୁ ଭେଟିଲା କଂଗ୍ରେସ

ଭୁବନେଶ୍ୱର : ଗତ ୪ ତାରିଖ ଦିନ କେନ୍ଦ୍ରାପଡା ଜମଧର ଗ୍ରାମରୁ ପୁରିକୁ ଡକାଇ ଦେବାଶିଷ ସେଠିଙ୍କୁ ହତ୍ୟା କରାଯାଇଥିବା ମାମଲା ନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଆଜି ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଦୋଷୀ ପୋଲିସ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ ଆଜି ଏକ ୧୫ ଜଣିଆ କଂଗ୍ରେସ ପ୍ରତିନିଧୀଦଳ କମିଶନଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରି ଏହି ହତ୍ୟା ମାମଲାରେ ଜଡିତ ପଟ୍ଟାମୁଣ୍ଡାଇ ଥାନାର ଏସ .ଆଇ ଚନ୍ଦ୍ରିକା ମହାପାତ୍ରଙ୍କୁ ଚାକିରିରୁ ବରଖାସ୍ତ କରି ଗିରଫ କରିବା,ମୃତ ଦେବାଶିଷଙ୍କ ଫୋନ କରି ପୁରୀ ଡାକିନେଇଥିବା ତାଙ୍କ ସହଯୋଗୀ ମନୋଜ ମହାପାତ୍ର ଏବଂ ପ୍ରମଥ ବିଶ୍ୱାସଙ୍କୁ ଗିରଫ କରିବା ସହ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଚିହ୍ନଟ କରିବା ଏବଂ ମୃତକଙ୍କ ବିଧବା ମାକୁ ୩୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ଦାବି କରିଛନ୍ତି।

ଜୁଲାଇ ୪ ତାରିଖ ଦିନ କେନ୍ଦ୍ରାପଡା ସମେତ କଟକ,ଭୁବନେଶ୍ୱର ଓ ପୁରୀ ସହର କରୋନା ପ୍ରତିକାର ପାଇଁ ସମ୍ପୂର୍ଣ୍ଣ ସଟଡାଉନ ଥିବା ବେଳେ ଦେବାଶିଷଙ୍କୁ ଚନ୍ଦ୍ରିକାଙ୍କ ସାଙ୍ଗମାନେ ବାଧ୍ୟ କରି ଜରୁରୀ କାମ ବାହାନାରେ କେନ୍ଦ୍ରାପଡା ଯମଧର ଗ୍ରାମରୁ ପୁରୀକୁ ଡାକିବା,ବଳିଆପଣ୍ଡା ଭାର୍ଗଭି ନଦୀ ମୁହାଣ ନିକଟରୁ ଜବତ ହୋଇଥିବା କୋରାପୁଟ ନମ୍ବର ଥିବା ମାରୁତି ୱାଗନର କାର ଭିତରେ ତକିଆ ,ବେଡ଼ସିଟ ଓ ଭଙ୍ଗା ମଦ ବୋତଲ ମିଳିବା,ଅପରିଚିତ ଦୁଇ ବ୍ୟକ୍ତି ପେଟ ଯାଏ ପାଣି ଥିବା ନଦୀର ଏକ ନିର୍ଦିଷ୍ଟ ସ୍ଥାନକୁ ପ୍ରବେଶ କରି ଶବ ଆବିଷ୍କାର କରିବା ଆଦି ବିଷୟକୁ ଅନୁସନ୍ଧାନରେ ଗୁରୁତ୍ୱ ନ ଦେବା ଯୋଗୁଁ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଦୀର୍ଘ ୧୨ ବର୍ଷ ତଳୁ ପ୍ରେମ କରୁଥିବା ଦେବାଶିଷଙ୍କୁ ଏସ ଆଇ ଚନ୍ଦ୍ରିକା ମହାପାତ୍ର ଚାକିରୀ ପାଇବା ପରେ ଗତ ୨୦୧୮ ମସିହାରୁ ବିବାହ ପାଇଁ ଅରାଜି ହେବା ଏବଂ ଗତ ଦେଢ଼ ମାସ ତଳେ ଦୁହିଁଙ୍କ ମଧ୍ୟରେ କିଛି ପୁଲିସ ଶୁଭେଛୁଙ୍କ ଦ୍ଵାରା ଆପୋଷ ବୁଝାମଣା ବିଷୟକୁ ମଧ୍ୟ ପୁଲିସ ଅଣଦେଖା କରିବା ନେଇ ଅଭିଯୋଗ ହେଇଛି।

- Advertisement -

ଦୀର୍ଘ ୨୪ ଦିନ ବିତିଯାଇଥିଲେ ମଧ୍ୟ କୌଣସି ଆସାମୀ ଗିରଫ ନହେବା ପୋଲିସର ତଦନ୍ତରେ ପ୍ରଶ୍ନବାଚି ସୃଷ୍ଟି କରିଛି। ପୁରୀ ବଳିଆପଣ୍ଡା ଥାନାରେ ରୁଜୁ ହୋଇଥିବା ଏହି ହତ୍ୟା ମାମଲାର ତଦନ୍ତ ରେ ପକ୍ଷପାତିତା କରାଯାଉଥିବା କଂଗ୍ରେସ ଅଭିଯୋଗ କରି କମିଶନଙ୍କ ହସ୍ତକ୍ଷେପ ଲୋଡିଛି।
କଂଗ୍ରେସ ର ଏହି ପ୍ରତିନିଧି ଦଳରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ,ସିବାନନ୍ଦ ରାୟ,ମନୋରଞ୍ଜନ ଦାଶ,ହଳଧର ସେଠି,ଦୀପକ କୁମାର ମହାପାତ୍ର,ଜମ୍ବେଶ୍ୱର ମଲ୍ଲିକ,ଲିଙ୍ଗରାଜ ସାହୂ,ମାନଶ କୁମାର ଆଚାର୍ଯ୍ୟ,ପ୍ରକାଶ ମିଶ୍ର,ସୁଶାନ୍ତ କୁମାର ତ୍ରିପାଠୀ, ଚିନ୍ମୟ ସୁନ୍ଦର ଦାଶ,ଦେବୀ ପ୍ରସାଦ ବାହାଲିଆ, ବୁନା ମହାନ୍ତି,ଜୟକୃଷ୍ଣ ସୁବୁଦ୍ଧି ଓ କଂହେଇ ସେଠି ପ୍ରମୁଖଙ୍କ ସହ ମୃତକ ଦେବାଶିଷ ସେଠୀଙ୍କ ବିଧବା ମା ଭଗବତୀ ସେଠି ଏବଂ ମଉସା ଉଛବାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories