www.samajalive.in
Sunday, December 14, 2025
26.1 C
Bhubaneswar

୧୩୫ କୋଟି ଟଙ୍କା ଆଦାୟ ପରେ କଂଗ୍ରେସର ୫୨୪ କୋଟି ଟଙ୍କାର ‘ବେହିସାବି କାରବାର’ ଉପରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ

ଡେସ୍କ: ଲୋକସଭା ନିର୍ବାଚନକୁ ଆଉ ମାତ୍ର ୩ ସପ୍ତାହ ବାକି ଅଛି। ସମସ୍ତ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ଆୟକର ବିଭାଗ (ଆଇଟି) ପକ୍ଷରୁ ବେହିସାବ କାରବାର ପାଇଁ ମୋଟ ୫୨୩.୮୭ କୋଟି ଟଙ୍କା ଉପରେ ଆଉ ଏକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିପାରେ। ଇଣ୍ଡିଆନ୍ ଏକ୍ସପ୍ରେସ୍ ଅନୁଯାୟୀ, ୨୦୧୪ରୁ ୨୦୨୧ ମଧ୍ୟରେ ଏହି କାରବାର ହୋଇଥିଲା।

ଅଂଶଧନ ବିକିଲେ ସେହି ଦିନ ମିଳିବ ପଇସା, ଅକ୍ଟୋବର ସୁଦ୍ଧା ନୂଆ ନିୟମ

- Advertisement -

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ହୋଇଥିବା ଚଢ଼ାଉରେ ୫୨୩.୮୭ କୋଟି ଟଙ୍କାର ବେଆଇନ କାରବାର ଅଭିଯୋଗରେ ଆୟକର ବିଭାଗ ଖୁବ୍ ଶୀଘ୍ର ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ନିକଟରେ ଆୟକର ବିଭାଗ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟରୁ ୧୩୫ କୋଟି ଟଙ୍କା ଆଦାୟ କରିଥିଲା।

ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି

ମାର୍ଚ୍ଚ ମାସରେ ଆୟକର ଆପିଲେଟ୍ ଟ୍ରିବ୍ୟୁନାଲରେ କଂଗ୍ରେସ ଦଳ ନିଜ ବ୍ୟାଙ୍କ ଆକାଉଣ୍ଟରୁ ୧୩୫ କୋଟି ଟଙ୍କା ଉଠାଣ ଉପରେ ରୋକ ଲଗାଇବା ପାଇଁ କରିଥିବା ଆବେଦନ ହାରିଯାଇଥିଲା। ଆଇଟିଏଟି ପରେ ମାର୍ଚ୍ଚ ୨୨ରେ ଦଳ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା, ଯେଉଁଠାରେ କଂଗ୍ରେସ ଆୟକର ବିଭାଗର ପଦକ୍ଷେପକୁ ଚ୍ୟାଲେଞ୍ଜ କରିଥିଲା। ଦଳ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ ଏହି କାର୍ଯ୍ୟାନୁଷ୍ଠାନ ବହୁତ ବିଳମ୍ବରେ ନିଆଯାଇଛି। କିନ୍ତୁ କଂଗ୍ରେସର ଏହି କଥାରେ କୋର୍ଟ ରାଜି ନ ହେବାରୁ ଦଳ ଏଠାରେ ମଧ୍ୟ ନିରାଶ ହୋଇଥିଲା।

ଅଶାନ୍ତ ଲଦାଖ: ୨୧ ଦିନ ପରେ ଅନଶନ ଶେଷ କଲେ ସୋନମ ୱାଙ୍ଗଚୁକ୍, ସରକାର ଚୁପ

ଏହା ପୂର୍ବରୁ ୨୦୧୯ ମେ ୨୪ ରିପୋର୍ଟରେ ନିର୍ବାଚନ ଆୟୋଗ ଏହି ଟିକସ ମାମଲାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ୱାରା ତଦନ୍ତ ଦାବି କରିଥିଲେ। ୨୦୧୯ ଏପ୍ରିଲ ୭ରେ ଆୟକର ବିଭାଗ ଏକା ସାଙ୍ଗରେ ୫୨ଟି ସ୍ଥାନରେ ଚଢ଼ାଉ କରିଥିଲା। ୨୦୨୩ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ, ୨୦୧୮ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଏବଂ ୨୦୧୯ ଲୋକସଭା ନିର୍ବାଚନ ପାଇଁ ମିଳିଥିବା ଅର୍ଥର ପରିମାଣ ଠାବ କରିବା ପାଇଁ ୨୦୨୩ରେ ଆୟକର ବିଭାଗ କଂଗ୍ରେସ ଦଳକୁ କହିଥିଲା।

ବିଜେଡିର ଟାର୍ଗେଟ – ନୂଆ ମୁହଁ, ବଦଳ ଆସନ

ଅଦାଲତ ଶୁଣାଣି ସମୟରେ କଂଗ୍ରେସ ଓକିଲମାନେ ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଥିଲେ ଯେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଅଡିଟ୍ ଖର୍ଚ୍ଚ ୮୬୦ କୋଟି ଟଙ୍କା ଥିଲା।

ସେପଟେ ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ କହିଛନ୍ତି ଯେ ୨୦୧୯ ମାମଲାରେ, ବର୍ତ୍ତମାନ ଲୋକସଭା ନିର୍ବାଚନର ମାତ୍ର କିଛି ସପ୍ତାହ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ହେଉଛି ପ୍ରତିଶୋଧର ରାଜନୀତି। ସେହିପରି ୧୯୯୪-୯୫ ବର୍ଷ ପାଇଁ ୧୪ ଲକ୍ଷ ଟଙ୍କାର ଉଲ୍ଲଂଘନ ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଦଳକୁ ନୋଟିସ୍ ଜାରି କରାଯାଇଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories