www.samajalive.in
Monday, December 15, 2025
15.1 C
Bhubaneswar

ସିଉଳା ପଥରମୂର୍ତ୍ତି ଚୋରି ଘଟଣାର ପର୍ଦ୍ଧାଫାସ: ୧୪ଟି ପଥରମୂର୍ତ୍ତି ଓ ୨ଟି ଶିବଲିଙ୍ଗ ଜବତ, ଜଣେ ଗିରଫ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ତଥା ସିଉଳା ତଳସାହି ଛକ ସ୍ଥିତ ଏକ ପଥରମୂର୍ତ୍ତି ତିଆରି ପ୍ରତିଷ୍ଠାନରୁ ଚୋରି ହୋଇଥିବା ୧୪ଟି ବିଭିନ୍ନ ଦେବାଦେବୀଙ୍କ ମୁଗୁନି ପଥରରେ ନିର୍ମିତ ମୂର୍ତ୍ତି ସମେତ ୨ଟି ଶିବ ଲିଙ୍ଗକୁ ପିପିଲି ପୁଲିସ ଜବତ କରିବାରେ ସଫଳ ହୋଇଛି । ଏହି ଘଟଣାରେ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଜୟପୁର ଗ୍ରାମର ଚନ୍ଦ୍ରକାନ୍ତ ମୁଦୁଲି ଓରଫ ଚାନ୍ଦିନୀ ମୁଦୁଲି । ପୁଲିସ ତା ନିକଟରୁ ମୁଗୁନି ପଥରରେ ନିର୍ମିତ  ମା’କାଳୀଙ୍କର ୪ଗୋଟି ମୂର୍ତ୍ତି, ଲକ୍ଷ୍ମୀଙ୍କର ୫ଟି ମୂର୍ତ୍ତି, ସରସ୍ୱତୀଙ୍କର ୨ଟି ମୂର୍ତ୍ତି, ପ୍ରଭୁ ଶ୍ରୀହନୁମାନଙ୍କର ୩ଟି ମୂର୍ତ୍ତି ଓ ୨ଟି ଶିବ ଲିଙ୍ଗ ଜବତ କରିଛି ।

ସମସ୍ତ ମୂର୍ତ୍ତିର ଉଚ୍ଚତା ଏକ ଫୁଟରୁ ଦେଢ ଫୁଟ ମଧ୍ୟରେ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ସିଉଳା ତଳସାହିରେ ବାସ କରୁଥିବା ଭୁବନେଶ୍ୱର ଭିମଟାଙ୍ଗି ଅଞ୍ଚଳର ଇନ୍ଦ୍ରମଣି ମହାରଣାଙ୍କ ସିଉଳା ଛକ ସ୍ଥିତ  ତାରାଦେବୀ ଷ୍ଟୋନ ଏଣ୍ଡ ଉଡ୍‍ ମାନୁଫେକ୍‍ଚର ନାମକ ପ୍ରତିଷ୍ଠାନରୁ ଗତ ୬ମାସ ମଧ୍ୟରେ ୨୦ରୁ ଉର୍ଦ୍ଧ ପଥରମୂର୍ତ୍ତି ଚୋରି ହୋଇଥିଲା । ଉକ୍ତ ପ୍ରତିଷ୍ଠାନରେ ପଥରମୂର୍ତ୍ତି ନିର୍ମାଣ ହେବା ପରେ ସେସବୁକୁ ସେଠାରେ ଥିବା ଏକ ରାକ୍ ମଧ୍ୟରେ ରଖାଯାଇଥାଏ । ଗ୍ରାହକମାନେ ପ୍ରତ୍ୟହ ସେଠାକୁଆସି ପଥରମୂର୍ତ୍ତିକୁ ଦେଖିବା ସହ କ୍ରୟ କରିଥାନ୍ତି । କିଛିଦିନ ବ୍ୟବଧାନରେ ଲଗାତର ଭାବେ ସେଠାରୁ ଗୋଟିଏ ପରେ ଗୋଟିଏ ପଥରମୂର୍ତ୍ତି ଚୋରି ହେବାରୁ ପ୍ରତିଷ୍ଠାନର ମାଲିକ ଇନ୍ଦ୍ରମଣି ମହାରଣା ସେଠାରେ ସିସି କ୍ୟାମେରା ଲଗାଇଥିଲେ ।

- Advertisement -

ଜଣେ ମହିଳା ଭଳି ଦେଖାଯାଉଥିବା ବ୍ୟକ୍ତି ମୂର୍ତ୍ତି ଚୋରି କରୁଥିବା ଦୃଶ୍ୟ ସିସି କ୍ୟାମେରାରେ କଏଦ୍‍ ହେବା ପରେ ଇନ୍ଦ୍ରମଣି ଏ ସଂପର୍କରେ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଥାନାଧିକାରୀ ଦୀପକ କୁମାର ଖଣ୍ଡାୟତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାମଲାର ତଦନ୍ତକାରୀ ଅଧିକାରୀ ତଥା କୌଶଲ୍ୟାଗଙ୍ଗ ଫାଣ୍ଡିଅଧିକାରୀ ସୌମ୍ୟରଞ୍ଜନ ଜେନା ଘଟଣାର ଅନୁସନ୍ଧାନ କରିବା ସହ ସତ୍ୟବାଦୀ ଅଞ୍ଚଳରୁ ଅଭିଯୁକ୍ତ ଚନ୍ଦ୍ରକାନ୍ତ ଓରଫ ଚାନ୍ଦିନୀକୁ ଗିରଫ କରିବା ସହ ତା ନିକଟରୁ ମୁଗୁନି ପଥରରେ ନିର୍ମିତ ବିଭିନ୍ନ ଦେବାଦେବୀଙ୍କର ୧୪ଟି ମୂର୍ତ୍ତି ସମେତ ୨ଟି ଶିବଲିଙ୍ଗକୁ ଜବତ କରିଥିଲା । ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories