www.samajalive.in
Sunday, December 14, 2025
26.1 C
Bhubaneswar

ନିର୍ବାଚନ ୨୦୨୪ – ଓଡ଼ିଶାରେ ହେବ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା

ଡେସ୍କ: ଲୋକସଭା ନିର୍ବାଚନ ସହ ଓଡ଼ିଶାରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ରାଜ୍ୟରେ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନ ରହିଛି। ସାଧାରଣ ନିର୍ବାଚନର ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଏହି ଆସନଗୁଡ଼ିକରେ ମତଦାନ ହେବ। ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଏପ୍ରିଲ ୧୮ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ଏପ୍ରିଲ ୨୬ରେ ପଞ୍ଚମ ପର୍ଯ୍ୟାୟ, ଏପ୍ରିଲ ୨୯ରେ ଷଷ୍ଠ ପର୍ଯ୍ୟାୟ ଓ ମେ ୭ରେ ସପ୍ତମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।

୧୩୫ କୋଟି ଟଙ୍କା ଆଦାୟ ପରେ କଂଗ୍ରେସର ୫୨୪ କୋଟି ଟଙ୍କାର ‘ବେହିସାବି କାରବାର’ ଉପରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ

- Advertisement -

ଚତୁର୍ଥ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ପାଇଁ ଏପ୍ରିଲ ୧୩ରେ ମତଦାନ ହେବ। ଏପ୍ରିଲ ୨୦ରେ ପଞ୍ଚମ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଆସନରେ ମତଦାନ ହେବ। ଏପ୍ରିଲ ୨୫ରେ ଷଷ୍ଠ ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଆସନ ପାଇଁ ମତଦାନ ହେବ। ସପ୍ତମ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନ ପାଇଁ ଜୁନ୍ ପହିଲାରେ ମତଦାନ ହେବ। ଏହି ଲୋକସଭା ଆସନ ଅଧୀନରେ ଆସୁଥିବା ବିଧାନସଭା ଆସନଗୁଡ଼ିକରେ ମଧ୍ୟ ସାଧାରଣ ନିର୍ବାଚନ ପାଇଁ ଜାରି ବିଜ୍ଞପ୍ତି ଅନୁଯାୟୀ ମତଦାନ ହେବ।

ଅଂଶଧନ ବିକିଲେ ସେହି ଦିନ ମିଳିବ ପଇସା, ଅକ୍ଟୋବର ସୁଦ୍ଧା ନୂଆ ନିୟମ

ଓଡ଼ିଶାରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବା ପାଇଁ ନିର୍ବାଚନ ଆୟୋଗ ସମସ୍ତ ବ୍ୟବସ୍ଥା କରିଛନ୍ତି। ରାଜ୍ୟର ୩୭ ହଜାର ୮୦୯ଟି ମତଦାନ କେନ୍ଦ୍ରରେ ୩ କୋଟି ୩୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜନୈତିକ ଦଳମାନଙ୍କ ସହ ବୈଠକ କରିଛନ୍ତି।

ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି

ଏହି ନିର୍ବାଚନରେ ବିଜୁ ଜନତା ଦଳ, ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ବର୍ତ୍ତମାନ ସୁଦ୍ଧା କେବଳ ବିଜୁ ଜନତା ଦଳ ୧୫ଟି ଲୋକସଭା ଓ ୭୨ଟି ବିଧାନସଭା ନିମନ୍ତେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories