www.samajalive.in
Saturday, December 13, 2025
26.1 C
Bhubaneswar

ଅଂଶଧନ ବିକିଲେ ସେହି ଦିନ ମିଳିବ ପଇସା, ଅକ୍ଟୋବର ସୁଦ୍ଧା ନୂଆ ନିୟମ

ନୂଆଦିଲ୍ଲୀ : ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସଇ) ଅଂଶଧନର କ୍ରୟ ଏବଂ ବିକ୍ରୟରେ ପୈଠ ବ୍ୟବସ୍ଥାରେ ସୁଧାର କରିବାକୁ ପ୍ରସ୍ତୁତ ହେଉଛି । ଗୁରୁବାର ଷ୍ଟକ୍ ଏକ୍ସଚେଞ୍ଜ ଟି+ଶୂନ୍ୟ ସମାଧାନ ବ୍ୟବସ୍ଥାର ପରୀକ୍ଷାମୂଳକ ଭାବେ ୨୫ ଅଂଶଧନ ସହିତ ଆରମ୍ଭ କରୁଛି । ଅର୍ଥାତ୍ ଯେଉଁ ଦିନ ଆପଣ ସେୟାର ବା ଅଂଶଧନ ବିକିବେ ସେହିଦିନ ଆପଣଙ୍କୁ ଆପଣଙ୍କ ପଇସା ମିଳିଯିବ ।

ଏବେ ସେୟାର ବଜାରରେ ଟି+୧ ସମାଧାନ ବ୍ୟବସ୍ଥା ଲାଗୁ ଅଛି । ଅର୍ଥାତ୍ ସେୟାର ବିକିବାର ଦିନକ ପରେ ପୈଠ ହୋଇଥାଏ । ୩ ମାସ ପୂର୍ବରୁ ବଜାର ରେଗୁଲେଟର ଟି+ଶୂନ୍ୟ ପାଇଁ ଦସ୍ତାବେଜ ପ୍ରସ୍ତୁତ କରିଥିଲା ଏବଂ ୧୨ ଜାନୁୟାରୀ ପର୍ଯ୍ୟନ୍ତ ଏହାକୁ ଲାଗୁ କରିବା ପାଇଁ ରାୟ ମାଗିଥିଲା । ୬ ଦିନ ପୂର୍ବରୁ ଷଷ୍ଟ ପର୍ଯ୍ୟାୟ ବିଶିଷ୍ଟ ନିର୍ଦ୍ଦେଶାବଳୀ ଜାରି କରିଥିଲା ସେବି ।

- Advertisement -

ସେବି କହିଛି କି ସମସ୍ତ ନିବେଶକ ଟି+ଶୂନ୍ୟ ସମାଧାନ ବ୍ୟବସ୍ଥା ପାଇଁ ଯୋଗ୍ୟ ହେବେ । ସମାନ ଦିନ ପୈଠ ନିୟମକୁ ୨ଟି ପର୍ଯ୍ୟାୟରେ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲା ସେବି । ପ୍ରଥମ ପର୍ଯ୍ୟାୟରେ ଯଦି ଆପଣ ବଜାର ଖୋଲା ଥିବା ଦିନ ସାଢେ ଗୋଟେ ସମୟରେ ଅଂଶଧନ ବିକୁଛନ୍ତି ତେବେ ଅପରାହ୍ନ ସାଢେ ୪ଟା ସମୟରେ ପୈଠ ହୋଇଯିବ । ଦ୍ବିତୀୟ ପର୍ଯ୍ୟାୟରେ ସାଢେ ୩ଟା ପର୍ଯ୍ୟନ୍ତ କରାଯାଇଥିବା ନେଣଦେଣର ସମାଧାନ ତୁରନ୍ତ ହେବ । କହିରଖୁଛୁ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଏହି ନିୟମ ସମ୍ପୂର୍ଣ୍ଣ ଲାଗୁ ହୋଇଯିବା ଆକଳନ କରାଯାଉଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories