www.samajalive.in
Sunday, December 7, 2025
26.1 C
Bhubaneswar

ସରକାର ଚାଷୀଙ୍କୁ ଋଣର ମାୟା ଜାଲରେ ଛନ୍ଦନ୍ତୁ ନାହିଁ : କଂଗ୍ରେସ

ଭୁବନେଶ୍ଵର : କରୋନା ମହାମାରୀ ଜନିତ ତାଲାବନ୍ଦ ପରେ ପରେ ଅମ୍ପନ ମହାବାତ୍ୟା ଚାଷୀକୁଳର ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାଙ୍ଗିଦେଇଛି। ଚାଷୀକୁଳକୁ ରବି ଫସଲର କ୍ଷତି ମ୍ରିୟମାଣ କରି ଦେଇଥିବା ବେଳେ ଖରିଫ ଫସଲକୁ କିଭଳି ଆରମ୍ଭ କରିବ ତାହା ଚିନ୍ତାରେ ପକାଇଛି। ଠିକ ଏତିକିବେଳେ ରାଜ୍ୟ ସରକାର ଋଣର ମାୟାଜାଲରେ ସେମାନଙ୍କୁ ଛନ୍ଦି ଦେବାକୁ ହୀନ ପ୍ରୟାସ କରୁଛନ୍ତି ବୋଲି ମନେହୁଏ । ସରକାର ଆଜି ତାଙ୍କର ପ୍ରେସ ବିବୃତି ମାଧ୍ୟମରେ ଚାଷୀଙ୍କ ପାଇଁ ଋଣର ପରିମାଣ ୭୫୦୦ କୋଟି ଟଙ୍କାରୁ ୯୦୦୦ କୋଟି ଟଙ୍କା ପର୍ୟ୍ୟନ୍ତ ବୃଦ୍ଧି କରିବେ ବୋଲି ଘୋଷଣା କରିଛନ୍ତି। ଏହା ଦୁର୍ଭାଗ୍ୟଜନକ ଏବଂ ଚାଷୀଙ୍କ ଦୁର୍ଦ୍ଦିନ ସମୟରେ ଏକ ଉପହାସ କହିଲେ ଅତ୍ୟୁକ୍ତି ହେବ ନାହିଁ କ୍ଷ ଋଣର ମାୟାଜାଲରେ ଚାଷୀଙ୍କୁ ଛନ୍ଦିବା ପରିବର୍ତ୍ତେ ସେମାନଙ୍କୁ ବର୍ତ୍ତମାନର ଦୁର୍ଦ୍ଦିନରୁ ରକ୍ଷା କରିବା ପାଇଁ ସେମାନଙ୍କର ନଷ୍ଟ ହୋଇଥିବା ରବି ଫସଲର କ୍ଷତିପୂରଣ ଦିଅନ୍ତୁ, ରବି ଫସଲର ଉତ୍ପାଦିତ ଦ୍ରବ୍ୟକୁ ତୁରନ୍ତ କିଣନ୍ତୁ, ଖରିଫ ଫସଲ ପାଇଁ ମାଗଣା ବା ରିହାତି ଦରରେ ସାର, ବିହନ ଓ କୀଟନାଶକ ସହିତ ଏକର ପିଛା ୬୦ ଟି ମଜୁରୀ ଏନଆରଜିଏସ ରୁ ଭରଣା କରନ୍ତୁ। ଚାଷୀକୁଳ ପ୍ରତି ସରକାରଙ୍କର ଯଦି ଦରଦ ଥାଏ ତେବେ ଏହି କଥା ଗୁଡ଼ିକୁ ଗୁରୁତ୍ୱର ସହିତ ସରକାର ବିଚାରକୁ ନେଇ ବୀହିତ ପଦକ୍ଷେପ ନିଅନ୍ତୁ।

କରୋନା ସଂକ୍ରମଣ ଆସ୍ତେ ଆସ୍ତେ ତା’ର କାୟା ବିସ୍ତାର କରି ଚାଲିଛି। ବର୍ତ୍ତମାନ ସୁଦ୍ଧା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୧୦୦ ଛୁଇଁଲାଣି। ଏମାନଙ୍କ ଭିତରୁ ଅନେକ ବାହାର ରାଜ୍ୟରୁ ଆସିଥିବା ପ୍ରବାସୀ ଓଡ଼ିଆ କ୍ଷ ଯାହା ଜଣାଯାଏ ବାହାରୁ ଫେରୁଥିବା ଲୋକଙ୍କ କ୍ଷେତ୍ରରେ ଏହି ସଂକ୍ରମଣ ଅଧିକ ଦେଖାଦେଉଛି। ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୧୪ ହଜାର ଲୋକ ଫେରିଛନ୍ତି। ସେମାନଙ୍କ ଭିତରୁ ଅଧିକାଂଶ ଙ୍କର ଟେଷ୍ଟିଙ୍ଗ ହୋଇନାହିଁ କ୍ଷ ତୁରନ୍ତ ସେମାନଙ୍କର କରୋନା ଟେଷ୍ଟିଙ୍ଗ କରି ସଂକ୍ରମଣ କୁ ଚିନ୍ହଟ କରିବା ଅତ୍ୟନ୍ତ ଜରୁରୀ। ସରକାର ସେଥିପ୍ରତି ଗୁରୁତ୍ୱ ଦେବାକୁ ଆମେ ନିବେଦନ କରୁଛୁ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories