www.samajalive.in
Sunday, December 7, 2025
23.1 C
Bhubaneswar

ବିପର୍ଯ୍ୟୟ କ୍ଷତିଗ୍ରସ୍ତ ଚାଷୀଙ୍କୁ ଦୁଇଗୁଣ ଇନପୁଟ ସବ୍‌ସିଡି ଦେବାକୁ କଂଗ୍ରେସର ଦାବି

ଭୁବନେଶ୍ବର : ପ୍ରାକୃତିକ ବିପର୍ଯ୍ୟୟରେ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଜାତୀୟ ବିପର୍ଯ୍ୟୟ ପାଣ୍ଠି ଓ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ପୂର୍ବ ପ୍ରଚଳିତ ଇନପୁଟ ସବ୍‌ସିଡିର ଦୁଇଗୁଣ ଦେବାକୁ ରାଜ୍ୟ କଂଗ୍ରେସ କୃଷକ ସେଲ ଦାବି କରିଛି। ସେଲର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଓ କାର୍ଯ୍ୟକାରୀ ଉପାଧ୍ୟକ୍ଷ ଶଶି ଭୂଷଣ ପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଦର୍ଶାଇଛନ୍ତି ଯେ ରାଜ୍ୟରେ କୃଷକଙ୍କ ସ୍ଥିତି ଭଲ ନଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ସେମାନେ ଅଧିକ କ୍ଷତିଗସ୍ତ ହେଉଛନ୍ତି। ଆର୍ଥିକ ସଂକଟ ଯୋଗୁ ଅନେକ ଚାଷୀ ଆତ୍ମହତ୍ୟା ମଧ୍ୟ କରୁଥିବା ନଜିର ରହିଛି। ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷତିଗସ୍ତ ଚାଷୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ସହାୟତା କରୁଛନ୍ତି। ଜଳସେଚିତ ଜମି ହେକ୍ଟର ପିଛା ୧୩,୫୦୦ଟଙ୍କା ଓ ଅଣ ଜଳସେଚିତ ଜମି ହେକ୍ଟର ପିଛା ୬,୮୦୦ଟଙ୍କା ଇନପୁଟ ସବସିଡି ଆକାରରେ ଚାଷୀଙ୍କୁ ଦିଆଯାଉଛି। ଯାହା ସମୁଦ୍ରକୁ ସଂଖେ। ଚାଷୀଙ୍କୁ ଆର୍ଥିକ ସଂକଟରୁ ମୁକାଳଇବା ପାଇଁ ଏହି ସହାୟତା ଦୁଇଗୁଣ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ତା’ଛଡା ସର୍ବନିମ୍ନ ସହାୟକ ସହାୟତା କ୍ଷେତ୍ରରେ ଚାଷୀଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ୪ହଜାର ଓ ୬ ହଜାର ଲେଖାଏଁ ଟଙ୍କା ଦେବାକୁ ସେ ଦାବି କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories