ଛାତ୍ର ଓ ଯୁବ ନେତାଙ୍କ ପସନ୍ଦ ; ମହମ୍ମଦ ମୋକିମ ହୁଅନ୍ତୁ ପରବର୍ତ୍ତି ପିସିସି ସଭାପତି
ଟିଟିଲାଗଡ଼ : କଂଗ୍ରେସ ଦଳ ପକ୍ଷରୁ ରାଜ୍ୟସ୍ତରରେ ପିସିସି ସଭାପତି ପରିବର୍ତନ ନେଇ ଦୌଡ ଆରମ୍ଭ ହୋଇଛି। ନିରଞ୍ଜନଙ୍କ ସ୍ଥାନରେ ବିଧାୟକ ତଥା କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କ ସମର୍ଥନ ନେଇ ସମ୍ପ୍ରତି ଦଳର ଗୋଟିଏ ଗୋଷ୍ଠି ଲାଗିପଡିଛନ୍ତି। ଏନେଇ ସମ୍ବଲପୁର, ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ରାୟଗଡା, କୋରାପୁଟ ଆଦି ପଶ୍ଚିମ ଓଡିଶାର ବିଭିନ୍ନ ଜିଲାର ଯୁବନେତା ଶୁକ୍ରବାର ସ୍ଥାନୀୟ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ମୋକିମଙ୍କୁ ପୂର୍ଣ୍ଣ ସମର୍ଥନ ପ୍ରଦାନ ନେଇ ମନ୍ତ୍ରଣା କରିଛନ୍ତି।
ଯୁବ କଂଗ୍ରେସ ରାଜ୍ୟ ସମ୍ପାଦକ ବିରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଆହୁତ ଏହି ବୈଠକରେ ପ୍ରଦେଶ ଯୁବ ଉପ ସଭାପତି କମଲ ତାଣ୍ଡି, ସାହୁଲ ମଙ୍ଗରାଜ, ସୁଶାନ୍ତ ସାହୁ, ସାହରୁଖ ଖାଁ, ରଞ୍ଜନ ସେଠୀ, ମାଧବ ତାଣ୍ଡି, ଜୀବନ ସାର୍ଥକ, ବିକି ଚକ୍ରବର୍ତି, ଆର୍ଯବୀର ଲେଙ୍କା, ପ୍ରବୀଣ କୁମ୍ଭାର, ଆନନ୍ଦ ନାଏକ, ଅରୁଣ ତାଣ୍ଡି, ଭବାନୀ ନାଗ, ସୁଦର୍ଶନ କହଁର, ଆଶିଷ ଦାସ, ପ୍ରମୋଦ ହାଂସଦା, ମିଥୁନ ବାରିକ, ସୁମୁନ ଜେନା ପ୍ରମୁଖ ମୁକିମଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ମୁକିମ ଦଳର ଜଣେ ପୁରୁଖା ତଥା ଟାଣୁଆ ନେତା ସହିତ ଦଳର ରାଜ୍ୟ କୋଷାଧ୍ୟକ୍ଷ ଭାବରେ ବହୁ ବର୍ଷ କାର୍ଯ୍ୟ କରିଛନ୍ତି। ସଭାପତି ମନୋନୀତ ହେଲେ ସେ ଦଳର ଛାତ୍ର, ଯୁବ ତଥା ପୁରୁଖା ନେତାଙ୍କୁ ସାଙ୍ଗରେ ନେଇ ଦଳକୁ ସୁଦୃଢ କରିପାରିବେ ବୋଲି ବୈଠକରେ ଉପସ୍ଥିତ ଛାତ୍ର ଓ ଯୁବ ନେତା ମତପ୍ରକାଶ କରିଛନ୍ତି।
Comments are closed.