ଦଳ ଛାଡିବା ନେଇ ବ୍ରହ୍ମପୁରରେ କଂଗ୍ରେସର ସମାବେଶ

0

ବ୍ରହ୍ମପୁର: ଦଳ ଛାଡିବା ନେଇ କର୍ମୀ ଓ ସମର୍ଥକଙ୍କ ମତାମତ ସଂଗ୍ରହ ପାଇଁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ  ଚନ୍ଦ୍ରଶେଖର ସାହୁ ଓ ଯୁବନେତା ବିକ୍ରମ କୁମାର ପଣ୍ଡାଙ୍କହ ଦ୍ୱାରା ଆୟୋଜିତ ସମାବେଶ ଆରମ୍ଭ ହୋଇଛି । ଵ୍ରହ୍ମପୁର ହିଲପଟଣା ସସ୍ଥିତ ସତ୍ୟଭାମା କଲ୍ୟାଣ ମଣ୍ଡପରେ ଚାଲିଛି ସମାବେଶ।

ସମାବେଶରେ ଯୋଗ ଦେଲେ ଗଂଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ, ନଗର କଂଗ୍ରେସ ସଭାପତି ସଞ୍ଜିତ ପାଣିଗ୍ରାହୀ, ଏକାଧିକ କର୍ପୋରେଟର ଓ ପୂର୍ବତନ କାଉନସିଲର, ବହୁ ଛାତ୍ରନେତା। ମତାମତ ସଂଗ୍ରହ ପରେ ଭୁବନେଶ୍ୱର ଯାଇ କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ଆନୁଷ୍ଠାନିକ ଭାବେ ବିଜେଡି ଦଳରେ ମିଶିବା ସମ୍ଭାବନା ରହିଛି।

ଆସନ୍ତା ଏପ୍ରିଲ ୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଵ୍ରହ୍ମପୁର ଗସ୍ତ କାଳରେ ଆୟୋଜିତ ହେବାକୁ ଥିବା ମିଶ୍ରଣ ପର୍ବରେ ବିଜେଡିରେ ଯୋଗଦେବା ଏକରକମର ସ୍ପଷ୍ଟ ସୂଚନା ମିଳିଛି।

Leave A Reply