www.samajalive.in
Wednesday, December 10, 2025
17.1 C
Bhubaneswar

ନିଜର ସମସ୍ତ ଶକ୍ତି ପ୍ରୟୋଗ କରି କଂଗ୍ରେସ ୟୁପିରେ ନିର୍ବାଚନ ଲଢ଼ିବ : ରାହୁଲ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ସମସ୍ତ ଶକ୍ତି ପ୍ରୟୋଗ କରି କଂଗ୍ରେସ ଦଳ ନିର୍ବାଚନ ଲଢ଼ିବ ବୋଲି ଦଳର ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧୀ କହିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସକୁ ବାଦ ଦେଇ ଉତ୍ତର ପ୍ରଦେଶରେ ସପା ଓ ବସପା ମେଣ୍ଟ ଗଠନ କରିବା ପରେ ଦୁବାଇରେ ଥିବା ରାହୁଲ ଗାନ୍ଧୀ ଏକ ପ୍ରତିକ୍ରିୟାରେ ଏହା କହିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଏସ୍‍ପି ଓ ବିଏସ୍‍ପିର ଦୁଇ ନେତାଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି ଏବଂ ସେମାନେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ବାଧ୍ୟ ବାଧକତାରେ ସେମାନଙ୍କ ଦଳ ପାଇଁ ନେଇଛନ୍ତି। ତେବେ କଂଗ୍ରେସ ଏହି ନିର୍ବାଚନରେ ନିଜର ସମସ୍ତ ଶକ୍ତି ଖଟାଇ ଲଢ଼ିବ ଏବଂ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦଳ ମାୟାବତୀଙ୍କ ନେତୃତ୍ୱରେ ପରିଚାଳିତ ବହୁଜନ ସମାଜବାଦୀ ପାର୍ଟି ଏବଂ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ୩୮ଟି ଲେଖାଏଁ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାପାଇଁ ମେଣ୍ଟ ଗଠନ କରିଛନ୍ତି। ପୂର୍ବରୁ ଏମାନେ କଂଗ୍ରେସ ନେତୃତ୍ୱରେ ଗଠନ ହେବାକୁଥିବା ମହାମେଣ୍ଟରେ ସାମିଲ ହେବା ନେଇ ସମହତ ହୋଇଥିଲେ ମଧ୍ୟ ଶେଷରେ ପରସ୍ପର ମଧ୍ୟରେ ମେଣ୍ଟ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories