www.samajalive.in
Sunday, December 7, 2025
13.1 C
Bhubaneswar

ସୁର୍ବଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ୱର:  ଏଆଇସିସି ଦ୍ୱାରା ନିଯୁକ୍ତି ପ୍ରତିନିଧି ଦଳର ସଭ୍ୟ  ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବାଲେଶ୍ବର ଜିଲାର ଭୋଗରାଇ, ଜଳେଶ୍ବର, ବାଲିଆପାଳ ଅଞ୍ଚଳର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ।  ଏହି ଅବସରରେ ବନ୍ୟା ନିୟନ୍ତ୍ରଣ ନିମନ୍ତେ ସୁବର୍ଣରେଖା ସଂସ୍କାର ଯୋଜନାକୁ ସରକାର ତୁରନ୍ତ କାର୍ଯ୍ୟକାରୀ ନ କଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।

- Advertisement -

ଏହି ପ୍ରତିନିଧି ଦଳରେ ଗତ ନିର୍ବାଚନରେ କଂଗ୍ରେସର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, କଂଗ୍ରେସ ମୁଖପାତ୍ର ତଥା ଜଳେଶ୍ବର ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସ, ଭୋଗରାଇ ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସ, ବସ୍ତା ବିଧାୟକ ପ୍ରାର୍ଥୀ ବିଜନ ନାୟକ, ବାଲେଶ୍ୱର ସଦରର ବିଧାୟକ ପ୍ରାର୍ଥୀ ମାନସ ଦାସ ପଟ୍ଟନାୟକ ତଥା କଂଗ୍ରେସ ନେତା ସଞ୍ଜିବ ଗିରି, ହରମୋହନ ଦାସ ପ୍ରମୁଖ ବାଲେଶ୍ୱର ଜିଲ୍ଲାର ବନ୍ୟାପ୍ଲାବିତ ଅଂଚଳଗୁଡ଼ିକୁ ଗ୍ରସ୍ତ କରିଥିଲେ। ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ବନ୍ୟା ପ୍ରଭାବିତ ଅଂଚଳ ଦେଖିବା ପରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ରାଜଘାଟ, ଆମ୍ବଳିଅଠା, ନାମ୍ପୋ, ଇକିଡ଼ା ଇତ୍ୟାଦି ସ୍ଥାନରେ ବନ୍ୟା ପ୍ରଭାବିତ ଲୋକଙ୍କୁ ଭେଟିବା ସହିତ ଜଳବୁଡ଼ି ସମସ୍ୟାର ଦୃଶ୍ୟ ନିଜ ଆଖିରେ ଦେଖିଲେ। ସେହିପରି ଭୋଗରାଇ ଅଂଚଳ ଗ୍ରସ୍ତକରି ବିଭିନ୍ନ ସ୍ଥାନରେ ଲୋକଙ୍କୁ ଦେଖିବାପରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କର ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସରକାରଙ୍କର ଉଦାସୀନତାକୁ ତୀବ୍ର ସମାଲୋଚନା କରିଥିଲେ।

ତୁରନ୍ତ ଏ ଯୋଜନାକୁ କାର୍ଯ୍ୟକାରୀ କରିବା, ଚାଷୀମାନଙ୍କୁ ବନ୍ୟାର କ୍ଷୟକ୍ଷତି ପାଇଁ କ୍ଷତିପୂରଣ ଦେବା, ବନ୍ୟା ପ୍ରଭାବିତ ସମସ୍ତଲୋକଙ୍କୁ ୫୦କିଲୋ ଚାଉଳ ଏବଂ ୫୦୦ ଲେଖାଏଁ ଟଙ୍କା ସହାୟତା ଦେବାପାଇଁ ଦାବି କରିଥିଲେ ।  ଉତ୍ତର ବାଲେଶ୍ବରର ଏକ ପ୍ରମୁଖ ସମସ୍ୟା ହେଉଛି ସୁବର୍ଣ୍ଣରେଖାର ବନ୍ୟା। ପଶ୍ଚିମବଙ୍ଗର ପୂର୍ବମେଦିନପୁର ଅଂଚଳର ଉବୃତ ବର୍ଷାଜଳ ଭୋଗରାଇ ଓ ଜଳେଶ୍ୱର ଅଂଚଳରେ କୃତିମ ବନ୍ୟା ସୃଷ୍ଟିକରିଥାଏ। ବର୍ଷରେ ଚାରିମାସ ଧରି ଅନେକ ଗାଁର ଲୋକମାନେ ଜଳବନ୍ଦୀ ହୋଇ ରହନ୍ତି ଏବଂ ସେମାନଙ୍କର ଚାଷବାସ ଉଜୁଡ଼ିଯାଏ। ବନ୍ୟା ସମୟରେ ଅନେକ ଧନଜୀବନ ନଷ୍ଟ ହୁଏ ଏପରିକି ନିକଟ ଅତୀତରେ ଅନେକ ଗାଁ ଗୁଡ଼ିକ ନଦୀ ଗର୍ଭରେ ଲୀନ ହେବାର ନଜିର ମଧ୍ୟ ରହିଛି। ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଏବଂ ବସ୍ତା ଅଂଚଳରେ ନଦୀ ଭୀଷଣ ଭାବରେ କୂଳ ଖାଉଥିବା ବେଳେ ତାର ପ୍ରତିକାର କରିବା କ୍ଷେତ୍ରରେ ସରକାର ବ୍ୟର୍ଥ ହୋଇଛନ୍ତି। ନଦୀବନ୍ଧ, ପଥରପେକିଂ,ସ୍ପର ନିର୍ମାଣ ଇତ୍ୟାଦି ଅନେକ ଦିନ ଧରି ନହେବା ଫଳରେ ନଦୀରେ ସାମାନ୍ୟ ବନ୍ୟା ଆସିଲେ ଲୋକେ ହନ୍ତସନ୍ତ ହେଉଛନ୍ତି। ଜଳ ନିଷ୍କାସନର ପଥ ଗୁଡ଼ିକୁ ପରିସ୍କାର ଏବଂ ଖୋଳିବା ସହିତ ସୁବର୍ଣ୍ଣରେଖା ସଂସ୍କାର ଯୋଜନା ଏ ସମସ୍ୟାର ଏକମାତ୍ର ସମାଧାନ। ସରକାର ଯଦି ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତେବେ ବିଧାନସଭା ଭିତରେ ଏବଂ ବାହାରେ ଏହାର ତୀବ୍ର ପ୍ରତିବାଦ ହେବ ବୋଲି ତାରାପ୍ରସାଦ ବାହିନୀପତି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି। ଆସନ୍ତାକାଲି ଏହି ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏହି ସମସ୍ୟାଗୁଡ଼ିକ ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିବେ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories