www.samajalive.in
Sunday, December 7, 2025
23.1 C
Bhubaneswar

ପୁଲିସ ହାତରେ ପାଞ୍ଚ ସ୍ତ୍ରୀଙ୍କ ସ୍ୱାମୀ; ମହିଳା ପୁଲିସ ସହ ଚାଟିଂ କରି ଦୁବାଇରୁ ଭୁବନେଶ୍ୱର ଆସିଲେ, ଲାଇନରେ ଥିଲେ ଆଉ ୪୯ଜଣ

ଭୁବନେଶ୍ୱର: କମିଶନରେଟ ପୁଲିସ ହାତରେ ଧରାପଡିଲେ ୫ ସ୍ତ୍ରୀଙ୍କ ସ୍ୱାମୀ। ନିଜକୁ ଗୁଇନ୍ଦା ଇନ୍ସପେକ୍ଟର ବୋଲି ବାୟୋଡାଟାରେ ଦର୍ଶାଇ ଯୁବତୀମାନଙ୍କୁ ଫସାଇ ଠକି ଚାଲିଥିଲେ ଏହି ବ୍ୟକ୍ତି। ଫୋନ ଯୋଗେ ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲେ। ଲାଇନରେ ଥିଲେ ଆହୁରି ୪୯ଜଣ ମହିଳା। ହେଲେ ଗୋଟିଏ ଭୁଲ ପାଇଁ ପୁଲିସ ହାତରେ ଧରାପଡିଗଲେ। ଜଣେ ମହିଳା ପୁଲିସ ସହିତ ଚାଟିଂ କରି କଥା ହେବା ଦ୍ୱାରା ପୁରା ମାମଲାର ଗୁମର ଖୋଲିଥିଲା। ଫଳରେ ଧରାପଡିଯାଇଥିଲେ ସଂପୃକ୍ତ ଯୁବକ। ପୁଲିସ ଦ୍ୱାରା ଗିରଫ ହୋଇଥିବା ୫ ସ୍ତ୍ରୀଙ୍କ ସ୍ୱାମୀ ହେଲେ ସତ୍ୟଜିତ ସାମଲ। ସତ୍ୟଜିତଙ୍କ ଟାର୍ଗେଟରେ ଥିଲେ ବିଧବା ଓ ବିବାହ ବିଚ୍ଛେଦ ହୋଇଥିବା ମହିଳା। ସେମାନଙ୍କୁ ଟାର୍ଗେଟ କରି ଫସାଇ ବାହା ହେବା ପରେ ଲୋନ ନେଇ ମସ୍ତି କରୁଥିଲେ।


ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଅଭିଯୁକ୍ତକୁ ଧରିବାକୁ କମିଶନରେଟ ପୁଲିସ ପ୍ରସ୍ତୁତି କରିଥିଲା। ହେଲେ ପୁଲିସ ହାତରେ ଧରାପଡିବା ପୂର୍ବରୁ ବିଦେଶକୁ ଖସି ପଳାଇବାକୁ ଯୋଜନା କରିଥିଲେ ସତ୍ୟଜିତ। ଏହା ପରେ ଜଣେ ମହିଳା ପୁଲିସଙ୍କ ସହ ଚାଟିଂ କରି ସତ୍ୟଜିତ ଦୁବାଇରୁ ଭୁବନେଶ୍ୱରକୁ ଡକାଯାଇଥିଲା। ଦୁବାଇରୁ ଭୁବନେଶ୍ୱରକୁ ଆସିବା ପରେ ସତ୍ୟଜିତକୁ ବାନ୍ଧିଛି ପୁଲିସ। ଅଭିଯୁକ୍ତ ଜଣଙ୍କ ଯାଜପୁର ଜିଲାର ହୋଇଥିବା ବେଳେ ଭୁବନେଶ୍ୱର ଚନ୍ଦ୍ରଶେଖପୁର ଅଞ୍ଚଳରେ ରହୁଥିଲେ ବୋଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା। ଅଭିଯୁକ୍ତଠାରୁ ୨ଲକ୍ଷ ୧୦ହଜାର ଟଙ୍କା ସହ କାର, ବନ୍ଧୁକ, ଗୁଳି ଓ ବୁଲେଟ ଜବତ କରାଯିବା ସହ ୩ଟି ବ୍ୟାଙ୍କ ଆକାଉଣ୍ଟ ସହ ଏଗ୍ରିମେଣ୍ଟ ପେପର ଜବତ କରିଛି ପୁଲିସ।

- Advertisement -

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories