www.samajalive.in
Tuesday, December 9, 2025
17.1 C
Bhubaneswar

ବିଧାନସଭାରେ ୟୁସିସି ବିଧେୟକ ଆଗତ କଲେ ମୁଖ୍ୟମନ୍ତ୍ରୀ ଧାମୀ, ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ଗୃହ

ଡେରାଡୁନ୍‌: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଡେରାଡୁନସ୍ଥିତ ରାଜ୍ୟ ବିଧାନସଭାରେ ଏକକ ନାଗରିକ ସଂହିତା(ୟୁସିସି) ଉତ୍ତରାଖଣ୍ଡ ୨୦୨୪ ବିଧେୟକ ଆଗତ କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ୟୁସିସି ବିଲ୍‌ ଆଗତ କରାଯାଇଛି। ବିଧେୟକ ଆଗତ ହେବା ପରେ ବିଧାନସଭାରେ ବିଧାୟକମାନେ ‘ବନ୍ଦେ ମାତରମ୍‌’ ଓ ‘ଜୟ ଶ୍ରୀରାମ’ ନାରା ଲଗାଇଥିଲେ।

ମଙ୍ଗଳବାର ଉତ୍ତରାଖଣ୍ଡ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ୟୁସିସି ବିଲ୍‌କୁ ଆଗତ କରିଛନ୍ତି। ଏହି ସମୟରେ ବିରୋଧୀ ବିଧାୟକମାନେ ଲଗାତର ଭାବେ ଗୃହରେ ହଟ୍ଟଗୋଳ କରିଥିଲେ। ବିରୋଧୀ ଦଳ ନେତା ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏକକ ନାଗରିକ ସଂହିତା ଅଧ୍ୟୟନ ପାଇଁ ଗୃହ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।

- Advertisement -

ରାଜ୍ୟର ଧାମୀ ସରକାର ମାଙ୍ଗଳବାର ବିଧାନସଭାରେ ରାଜ୍ୟ ଆନ୍ଦୋଳନକାରୀ ଏବଂ ସେମାନଙ୍କ ସମର୍ଥକଙ୍କ ପାଇଁ ସରକାରୀ ଚାକିରି ​‌କ୍ଷେତ୍ରରେ​‌ ୧୦ ପ୍ରତିଶତ ସଂରକ୍ଷଣର ସଂଶୋଧିତ ବିଧେୟକ ମଧ୍ୟ ଉପସ୍ଥାପନ କରିବେ। ଗୃହରେ ସମସ୍ତ କାର୍ଯ୍ୟକୁ ବାଦ୍‌ ଦିଆଯାଇ କେବଳ ୟୁସିସି ଉପରେ ଆଲୋଚନା କରାଯିବା ନେଇ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories