ସମାଜ ଲାଇଭ: ପୂର୍ବତନ ମନ୍ତ୍ରୀ ସମୀର ଦେ ଥିଲେ ନୂଆ କଟକର ପ୍ରମୁଖ ବିନ୍ଧାଣି। ତିନି ଥର କଟକକୁ ପ୍ରତିନିଧିତ୍ୱ କରିବା ସହିତ ସେ କଟକ ବାସୀଙ୍କ ହୃଦୟରେ ଘର କରିଯାଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସମୀର ଦେଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କୁ ମନେ ପକାଇଛନ୍ତି ଅଗଣିତ କଟକ ବାସିନ୍ଦା ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନ ସମୁଦାୟ। କଟକର ସହିଦ ଭବନ ପରିସରରେ ଆୟୋଜିତ ସମୀର ଦେ ସ୍ମୁତି ସଭାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବହୁ ବିଶିଷ୍ଟ ଵ୍ୟକ୍ତି ତାଙ୍କ ସ୍ମୁତି ଚାରଣ କରିଛନ୍ତି। ସମୀର ଦେ କେବଳ ଜଣେ ରାଜନେତା ନୁହଁନ୍ତି ଜଣେ ଦକ୍ଷ ସଙ୍ଗଠକ, କ୍ରୀଡା ସଙ୍ଗଠକ ଏବଂ କଟକ ଭାଇଚାରାକୁ ଆଗକୁ ବଢ଼ାଇବାରେ ସେ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କ କାର୍ଯ୍ୟକାଳ ଭିତରେ ରେଭେନ୍ସା କଲେଜ ବିଶ୍ୱ ବିଦ୍ୟାଳୟରେ ପରିଣତ ହୋଇଥିଲା। କଟକରେ ସ୍ଥାପିତ ହୋଇଥିଲା ନ୍ୟାସନାଲ ଲ ୟୁନିଭର୍ସିଟି ଏବଂ ଜାଇକା ପ୍ରକଳ୍ପ ହେଉଛି ତାଙ୍କର ମାନସ ସନ୍ତାନ ବୋଲି ଆଜିର ସ୍ମୁତି ସଭାରେ ମତ ପ୍ରକାଶ ପାଇଛି। ତାଙ୍କ ସ୍ମୁତିରେ କଟକ ସହରର ଏକ ପ୍ରମୁଖ ରାସ୍ତାର ନାମକରଣ କରାଯିବ ଏବଂ ଏକ ବୃହତ ପାର୍କ ନିର୍ମାଣ କରାଯିବ ବୋଲି କହିଛନ୍ତି ଶ୍ରୀ ମାଝୀ।
Popular Categories



