www.samajalive.in
Wednesday, December 10, 2025
23.1 C
Bhubaneswar

ପୂର୍ବତନ ମନ୍ତ୍ରୀ ସମୀର ଦେ ଥିଲେ ନୂଆ କଟକର ପ୍ରମୁଖ ବିନ୍ଧାଣି: ମୁଖ୍ୟମନ୍ତ୍ରୀ

ସମାଜ ଲାଇଭ: ପୂର୍ବତନ ମନ୍ତ୍ରୀ ସମୀର ଦେ ଥିଲେ ନୂଆ କଟକର ପ୍ରମୁଖ ବିନ୍ଧାଣି। ତିନି ଥର କଟକକୁ ପ୍ରତିନିଧିତ୍ୱ କରିବା ସହିତ ସେ କଟକ ବାସୀଙ୍କ ହୃଦୟରେ ଘର କରିଯାଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସମୀର ଦେଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କୁ ମନେ ପକାଇଛନ୍ତି ଅଗଣିତ କଟକ ବାସିନ୍ଦା ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନ ସମୁଦାୟ। କଟକର ସହିଦ ଭବନ ପରିସରରେ ଆୟୋଜିତ ସମୀର ଦେ ସ୍ମୁତି ସଭାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବହୁ ବିଶିଷ୍ଟ ଵ୍ୟକ୍ତି ତାଙ୍କ ସ୍ମୁତି ଚାରଣ କରିଛନ୍ତି। ସମୀର ଦେ କେବଳ ଜଣେ ରାଜନେତା ନୁହଁନ୍ତି ଜଣେ ଦକ୍ଷ ସଙ୍ଗଠକ, କ୍ରୀଡା ସଙ୍ଗଠକ ଏବଂ କଟକ ଭାଇଚାରାକୁ ଆଗକୁ ବଢ଼ାଇବାରେ ସେ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କ କାର୍ଯ୍ୟକାଳ ଭିତରେ ରେଭେନ୍ସା କଲେଜ ବିଶ୍ୱ ବିଦ୍ୟାଳୟରେ ପରିଣତ ହୋଇଥିଲା। କଟକରେ ସ୍ଥାପିତ ହୋଇଥିଲା ନ୍ୟାସନାଲ ଲ ୟୁନିଭର୍ସିଟି ଏବଂ ଜାଇକା ପ୍ରକଳ୍ପ ହେଉଛି ତାଙ୍କର ମାନସ ସନ୍ତାନ ବୋଲି ଆଜିର ସ୍ମୁତି ସଭାରେ ମତ ପ୍ରକାଶ ପାଇଛି। ତାଙ୍କ ସ୍ମୁତିରେ କଟକ ସହରର ଏକ ପ୍ରମୁଖ ରାସ୍ତାର ନାମକରଣ କରାଯିବ ଏବଂ ଏକ ବୃହତ ପାର୍କ ନିର୍ମାଣ କରାଯିବ ବୋଲି କହିଛନ୍ତି ଶ୍ରୀ ମାଝୀ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories