www.samajalive.in
Wednesday, December 10, 2025
15.1 C
Bhubaneswar

ଜୁଆ ଆଡ୍ଡାରେ ଚଡାଉ:୧୧ ଗାଡି ଜବତ, ୪ ଅଟକ

ସିମୁଳିଆ: ସିମୁଳିଆ ପୁଲିସ ଜୁଆ ଆଡ୍ଡା ଉପରେ ଚଡାଉ କରି ଜୁଆ ଖେଳ ସାମଗ୍ରୀ, ଟଙ୍କା ସମେତ ବାଇକ ଜବତ କରି ୪ ଜୁଆଡିଙ୍କୁ ଅଟକ ରଖିଛି। ସୂଚନାରୁ ପ୍ରକାଶ, ସିମୁଳିଆ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ଜୁଆ ଖେଳ ଚାଲିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ମଙ୍ଗଳବାର ସନ୍ଧ୍ୟା ସମୟରେ କୌଣସି ସୂତ୍ରରୁ ଖବର ପାଇ ସିମୁଳିଆ ଥାନା ଅଧିକାରୀ କ୍ରିଷ୍ଣା ପିଙ୍ଗୁଆଙ୍କ ନେତୃତ୍ୱରେ ସିମୁଳିଆ ଥାନା ଅନ୍ତରା ପଞ୍ଚାୟତର ଉତ୍ସଙ୍ଗ ଗ୍ରାମରେ ଅତର୍କିତ ଚଡାଉ କରାଯାଇଥିଲା। ଚଡାଉ ସମୟରେ ଜୁଆଡ଼ିମାନେ ଛତ୍ରଭଙ୍ଗ ଦେଇ ସ୍ଥାନ ଛାଡି ପଳାଇ ଯାଇଥିଲେ। ଘଟଣା ସ୍ଥଳରୁ ୪ଜଣଙ୍କୁ ଧରି ଅଟକ ରଖି ତଦନ୍ତ ଜାରି ରଖିଛି ପୁଲିସ। ସେମାନଙ୍କ ନିକଟରୁ ଜୁଆ ଖେଳ ସାମଗ୍ରୀ, ନଗଦ ୨୧ହଜାର ୧୨୦ଟଙ୍କା, ୧୧ଟି ବାଇକ ଜବତ କରିଛି। ଏହି ଚଡାଉରେ ସବ ଇନ୍ସପେକ୍ଟର କ୍ଷୀରୋଦ ସାହୁ, ଏଏସଆଇ ବିଶ୍ୱଜିତ ସେଠୀ ଓ ଟିମ ସାମିଲ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories