www.samajalive.in
Monday, December 15, 2025
26.1 C
Bhubaneswar

ଜୁଆ ଆଡ୍ଡାରେ ଚଡାଉ:୧୧ ଗାଡି ଜବତ, ୪ ଅଟକ

ସିମୁଳିଆ: ସିମୁଳିଆ ପୁଲିସ ଜୁଆ ଆଡ୍ଡା ଉପରେ ଚଡାଉ କରି ଜୁଆ ଖେଳ ସାମଗ୍ରୀ, ଟଙ୍କା ସମେତ ବାଇକ ଜବତ କରି ୪ ଜୁଆଡିଙ୍କୁ ଅଟକ ରଖିଛି। ସୂଚନାରୁ ପ୍ରକାଶ, ସିମୁଳିଆ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ଜୁଆ ଖେଳ ଚାଲିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ମଙ୍ଗଳବାର ସନ୍ଧ୍ୟା ସମୟରେ କୌଣସି ସୂତ୍ରରୁ ଖବର ପାଇ ସିମୁଳିଆ ଥାନା ଅଧିକାରୀ କ୍ରିଷ୍ଣା ପିଙ୍ଗୁଆଙ୍କ ନେତୃତ୍ୱରେ ସିମୁଳିଆ ଥାନା ଅନ୍ତରା ପଞ୍ଚାୟତର ଉତ୍ସଙ୍ଗ ଗ୍ରାମରେ ଅତର୍କିତ ଚଡାଉ କରାଯାଇଥିଲା। ଚଡାଉ ସମୟରେ ଜୁଆଡ଼ିମାନେ ଛତ୍ରଭଙ୍ଗ ଦେଇ ସ୍ଥାନ ଛାଡି ପଳାଇ ଯାଇଥିଲେ। ଘଟଣା ସ୍ଥଳରୁ ୪ଜଣଙ୍କୁ ଧରି ଅଟକ ରଖି ତଦନ୍ତ ଜାରି ରଖିଛି ପୁଲିସ। ସେମାନଙ୍କ ନିକଟରୁ ଜୁଆ ଖେଳ ସାମଗ୍ରୀ, ନଗଦ ୨୧ହଜାର ୧୨୦ଟଙ୍କା, ୧୧ଟି ବାଇକ ଜବତ କରିଛି। ଏହି ଚଡାଉରେ ସବ ଇନ୍ସପେକ୍ଟର କ୍ଷୀରୋଦ ସାହୁ, ଏଏସଆଇ ବିଶ୍ୱଜିତ ସେଠୀ ଓ ଟିମ ସାମିଲ ଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories