www.samajalive.in
Monday, December 15, 2025
16.1 C
Bhubaneswar

ହୁଗୁଳିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : ୮ ଆହତ

ହୁଗୁଳି : ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକାଣ୍ଡ ଓ ସଂଘର୍ଷ ଜାରି ରହିଥିବାବେଳେ ଏବେ ହୁଗୁଳିରେ ମଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ପ୍ର୍ରାୟ ୮ ଜଣ ଆହତ ହୋଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ହୁଗୁଳି ଜିଲ୍ଲା ଚନ୍ଦନନଗର ଲକ୍ଷ୍ମୀ ବଜାରରେ ରାଜେଶ କୁମାର ବେଆଇନ ଭାବେ ମଦ ବିକ୍ରି କରୁଥିଲେ। ଏହି ସମୟରେ କିଛି ମଦ୍ୟପ ଯୁବକ ରାଜେଶଙ୍କୁ ମଦ ମାଗିଥିଲେ। କିନ୍ତୁ ମଦ ପାଇଁ ଅଧିକ ଟଙ୍କା ମାଗିବାରୁ ରାଜେଶଙ୍କ ସହିତ ମଦ୍ୟପଙ୍କ ଯୁକ୍ତି ତର୍କ ହୋଇଥିଲା। ପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା।ଲିଚୁପଟି ଏବଂ ଉର୍ଦ୍ଦୁ ବଜାରର ଦୁଇ ଗୋଷ୍ଠୀ ମଧ୍ୟରେ ସଂର୍ଘଷ ସମୟରେ ୬ଟି ବୋମା ଫିଙ୍ଗା ଯାଇଥିବା ଜଣା ପଡ଼ିଛିି। ରାଜ୍ୟର ବିଭିନ୍ନ ସ୍ଥାନରେ ତାଲାବନ୍ଦ ଜାରି ରହିଥିବା ବେଳେ ମଦ ପିଇବା ପାଇଁ ଲୋକେ ବ୍ୟସ୍ତ ଓ ବିବ୍ରତ ହୋଇ ପଡ଼ିଛନ୍ତି। ତେବେ ମଦ ବ୍ୟବସାୟୀ ରାଜେଶ ଓ ମଦ୍ୟପମାନଙ୍କ ମଧ୍ୟରେ ଗଣ୍ଡଗୋଳ ଏତେ ବଢ଼ିଗଲା ଯେ, ଶେଷରେ ଗୁଳି ଚାଳନା ହୋଇଥିଲା।
ଏହା ସହ ମଦ୍ୟପ ଗୋଷ୍ଠୀ ବଜାରରେ ୨୯ଟି ଦୋକାନକୁ ପୋଡି ଦେଇଥିଲେ । ତେବେ ଏଥିରେ ଅନେକ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି। ସମଗ୍ର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories