www.samajalive.in
Saturday, December 13, 2025
14.1 C
Bhubaneswar

କରୋନା ପୋଛିଦେଲା ସିନ୍ଦୁର, ସ୍ବାମୀଙ୍କ ଜୀବନ ବଞ୍ଚାଇ ପାରିଲାନି ସାବିତ୍ରୀ

ସାରନଗରୀ : ଆଜି ଥିଲା ପ୍ରତ୍ୟେକ ସଧବା ନାରୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ। ପୁରାଣ ଯୁଗର ସ୍ୱାଧୀ, ସତୀ ନାରୀ ସାବିତ୍ରୀ ଯମ ଦେବତାଙ୍କୁ ନିଜ ସତୀତ୍ୱର ପରିଚୟ ଦେଇ ସ୍ୱାମୀ ସତ୍ୟବାନଙ୍କୁ ମୃତ୍ୟୁ କବଳରୁ ରକ୍ଷା କରିଥିଲେ। ସେବେଠାରୁ ପତିଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପୁରପଲ୍ଲୀରେ ପାଳିତ ହୋଇ ଆସୁଛି। ଅନ୍ୟପକ୍ଷରେ ବିଧବା ନାରୀମାନଙ୍କ ପାଇଁ ସାବିତ୍ରୀ ବ୍ରତ ମୂଲ୍ୟହୀନ, ଅର୍ଥହୀନ ତଥା ପୀଡ଼ାଦାୟକ ସଦୃଶ! ଏଭଳି ମହିଳାମାନଙ୍କ ଇହକାଳ ପରକାଳର ଦେବତା ଆଜି ଏକ ଅଫେରା ରାଇଜରେ, କେବଳ ରହି ଯାଇଛି ସେମାନଙ୍କ ମାନସପଟ୍ଟରେ ସ୍ୱାମୀଙ୍କ କିଛି ସ୍ମୃତି ଓ ଅନୁଭୂତି । ସ୍ୱାମୀଙ୍କୁ କରୋନା କାଳରେ ହରାଇବା ପରେ, ଭାଙ୍ଗି ନପଡ଼ି ସଂଘର୍ଷ ଓ ସାହାସିକତାର ପରିଚୟ ଦେଇ ଏହି ନାରୀମାନେ ସଂସାର ରଥକୁ ଆଗେଇ ନେଉଛନ୍ତି। ଦକ୍ଷିଣ ରାଉରକେଲା ଅଞ୍ଚଳର ଏହିଭଳି କିଛି ଦୁଃଖିନି ନାରୀ ଯେଉଁ ମାନଙ୍କ କପାଳରେ ଏଥର ଜୁଟିନି ସାବିତ୍ରୀ ବ୍ରତ! ନିୟତି ଚକ୍ରରେ ଅକାଳରେ କରୋନା ପୋଛି ଦେଇଛି ଏମାନଙ୍କ ମଥାରୁ ସିନ୍ଦୁର! ଏଭଳି କିଛି ନାରୀମାନଙ୍କ ମତାମତକୁ ନେଇ ଏକ ବିଶେଷ ଉପସ୍ଥାପନା…
ମଞ୍ଜୁଶର୍ମା ମହାପାତ୍ର: ମୁଁ ସାରନଗରୀର ‘ଇ’ ବ୍ଲକରେ ବାସ କରେ। ମୋ ସ୍ୱାମୀ ଡାକ୍ତର ସ୍ୱର୍ଗତ ଡାକ୍ତର ରାହାସ ବିହାରୀ ମହାପାତ୍ର ଗତ ୨୦୨୦ ଅଗଷ୍ଟ ୨୮ ତାରିଖରେ ଆରପାରିକୁ ଚାଲିଗଲେ । ଗତବର୍ଷ କରୋନା କଟକଣାରେ ଶେଷଥର ପାଇଁ ସାବିତ୍ରୀ ବ୍ରତ ପାଳନ କରିଥିଲି। ପ୍ରତିବର୍ଷ ମୋ ସ୍ୱାମୀ ମୋ ପାଇଁ ସମ୍ବଲପୁରୀ ଶାଢୀ ଆଣିଥାନ୍ତି, ଗତବର୍ଷ ୨ଟା ଶାଢୀ ଆଣିଥିଲେହେଁ, ତାହା ସେମିତି ଖୋଳ ମଧ୍ୟରେ ଏବେବି ରହିଛି। ଏଥର ସାବିତ୍ରୀ ବ୍ରତର ପାଳନର ସୁଯୋଗ ମୋ ଭାଗ୍ୟରେ ଆଉ ନାହିଁ। ଖାଲି ଏତିକି କହିବି, ଯେଉଁ ନାରୀମାନଙ୍କ ମଥାରୁ କରୋନା ସିନ୍ଦୁର ଛଡ଼ାଇ ନେଇଛି, ସେମାନେ ଧର୍ଯ୍ୟହରା ହୁଅନ୍ତୁ ନାହିଁ, ମନରେ ସାହାସ ରଖନ୍ତୁ। ରାତି ପରେ ଦିନ ଓ ସୁଖ ପରେ ଦୁଃଖ ଲାଗି ରହିଛି। ଈଶ୍ୱର ବିଶ୍ୱାସୀ ହୋଇ ସେମାନେ ଆଗଭର ହୁଅନ୍ତୁ, ଏତିକି କାମନା କରୁଛି।

ସସ୍ମିତା ନାୟକ : ମୁଁ ଜଣେ ଗୃହିଣୀ। ଫର୍ଟିଲାଇଜର ଟାଉନସିପରେ ମୋ ଘର। ମୋ ସ୍ୱାମୀ ସ୍ୱର୍ଗତଃ ନିରଞ୍ଜନ ନାୟକ ଜଣେ ଆରଏସପି କର୍ମଚାରୀ ଥିଲେ । କରୋନା ମୋ ସ୍ୱାମୀଙ୍କୁ ମୋ ଠାରୁ ଛଡ଼ାଇ ନେଲା। ସେ କରୋନା ମହାମାରୀ ସହ ଲଢେଇ କରି ଚିକିତ୍ସାରତ ଅବସ୍ଥାରେ ଗତ ମେ ମାସରେ ସେ ଇହଳୀଳା ସମ୍ବରଣ କଲେ। ଏଥର ସାବିତ୍ରୀ ବ୍ରତ ପାଳନ ମୋ ପାଇଁ ସାତସପନ ହୋଇଗଲା! ସ୍ୱାମୀଙ୍କ କଥା ମନେ ପଡୁଥିଲେ ବି ପିଲାମାନଙ୍କ ମୁଁହଁକୁ ଦେଖି ସଂସାର ରଥକୁ ଗଡ଼ାଇ ନେଉଛି। କାଳରୂପୀ କରୋନା ମହାମାରୀରୁ ବର୍ତ୍ତିବାକୁ ହେଲେ ସମସ୍ତେ କୋଭିଡ଼ ନିୟମ ଅନୁସରଣ କରନ୍ତୁ । କରୋନାରେ ସ୍ୱାମୀଙ୍କୁ ଅକାଳରେ ହରାଇଥିବା ନାରୀମାନେ ବିଚଳିତ ନହୋଇ ଦୃଢମନା ହୁଅନ୍ତୁ ।
ରଚିତା ପୃଷ୍ଟି: ଦକ୍ଷିଣ ରାଉରକେଲା ଅନ୍ତର୍ଗତ ବାଲିଯୋଡ଼ି ଅଞ୍ଚଳରେ ମୋର ଘର। ମୋ ଇହକାଳ ପରକାଳର ଦେବତା ମୋ ସ୍ୱାମୀ ସ୍ୱର୍ଗତଃ ରଞ୍ଜନ ପୃଷ୍ଟିଙ୍କର ମେଡିସିନ ଦୋକାନ ଥିଲା। ଚଳିତ ବର୍ଷ ଏପ୍ରିଲ ୨୯ ତାରିଖରେ କରୋନାରେ ପୀଡ଼ିତ ହୋଇ ତାଙ୍କର ଅକାଳରେ ପରଲୋକ ହୋଇଗଲା। ସେ କରୋନା ସହ ଲଢେଇ କରି ଶେଷରେ ଯୁଦ୍ଧରେ ହାରି ଯାଇଥିଲେ। ମୁଁ ସବୁଦିନ ପାଇଁ ତାଙ୍କୁ ହରାଇ ବସିଲି। ଏଥର ସାବିତ୍ରୀ ବ୍ରତ ପାଳନ ମୋ କପାଳକୁ ଜୁଟିଲା ନାହିଁ। ଭାରି ଦୁଃଖ ଲାଗୁଛି। ଖାଲି ଏତିକି କହିବି, ଯେଉଁ ନାରୀମାନେ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି, ସେମାନେ କରୋନା ରୂପୀ ଯମଦୂତ ଠାରୁ ସେମାନଙ୍କ ସ୍ୱାମୀ ଓ ପରିବାରକୁ ରକ୍ଷା କରନ୍ତୁ, ସର୍ବଦା ମନରେ ସାହାସ ବାନ୍ଧି କରୋନା ସହିତ ଲଢେଇ ଜାରି ରଖନ୍ତୁ। କରୋନା ନିଶ୍ଚୟ ହାରିବ, ଆମେ ଜିତିବା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories