www.samajalive.in
Thursday, December 11, 2025
27.1 C
Bhubaneswar

ରାଉରକେଲା ସମେତ ସେଲ୍‌ର ସମସ୍ତ ହସ୍ପିଟାଲରେ ଏକମୋ ମେସିନ୍‍ ବ୍ୟବସ୍ଥା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ

-ସେଲ୍‌ ଭିଲାଇ ଇସ୍ପାତ୍‍ କାରଖାନାର ଅକ୍ସିଜେନ୍‍ ସଂଯୁକ୍ତ ୧୧୪ ବେଡ୍‍ ବିଶିଷ୍ଟ କୋଭିଡ୍‍  ଯତ୍ନ କେନ୍ଦ୍ରର ଲୋକାର୍ପଣ
-ଏହି ହସ୍ପିଟାଲରେ ଅମ୍ଳଜାନ ସଂଯୁକ୍ତ ଶଯ୍ୟା ସଂଖ୍ୟା ୫୦୦କୁ ବଢ଼଼ାଯିବାର ଯୋଜନା
-ଛତିଶଗଡର ଲୋକପ୍ରତିନିଧିଙ୍କ ଅନୁରୋଧକୁ ରଖି ଭିଲାଇରେ ୫୦ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ/ଭୁବନେଶ୍ୱର :  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଆଭାସୀ ଜରିଆରେ ଛତିଶଗଡ଼ରେ ସେଲର ଭିଲାଇ ଇସ୍ପାତ୍‍ କାରଖାନା ପରିସରରେ ଅମ୍ଳଜାନ ସଂଯୁକ୍ତ ୧୧୪ ବେଡ୍‍ ବିଶିଷ୍ଟ ଜୁମ୍ବୋ କୋଭିଡ୍‍ ଯତ୍ନ କେନ୍ଦ୍ରର ଲୋକାର୍ପଣ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସେଲ୍‌ ଦ୍ୱାରା ପରିଚାଳିତ ରାଉରକେଲା ସମେତ ସମସ୍ତ ହସ୍ପିଟାଲ ଗୁଡିକରେ ଏକମୋ ମେସିନ୍‍ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଲୋକାର୍ପିତ ଏହି କୋଭିଡ୍‍ ହସ୍ପିଟାଲରେ ଆଗାମୀ ଦିନରେ ଦୁଇଟି ପର୍ଯ୍ୟାୟରେ ଅମ୍ଳଜାନ ସଂଯୁକ୍ତ ବେଡ୍‍ ସଂଖ୍ୟା ୫୦୦କୁ ବଢ଼଼ାଯିବାର ଯୋଜନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତମାନର କୋଭିଡ୍‍ ମହାମାରୀର ସଂକଟ ସମୟରେ ଦେଶର ଇସ୍ପାତ୍‍ ପ୍ଲାଂଟ୍‍ ନିକଟରେ କୋଭିଡ୍‍ ହସ୍ପିଟାଲ ନିର୍ମାଣ କରିବା ପାଇଁ ଆହ୍ୱାନ କରିଛନ୍ତି। କୋଭିଡ୍‍-୧୯ ମୁକାବିଲାରେ ଭାରତକୁ ମଜବୁତ୍‍ କରିବା ପାଇଁ ‘ଯେଉଁଠି ସମସ୍ୟା, ସେଇଠି ଚିକିତ୍ସା’, ଏଭଳି ପରିକଳ୍ପନା ପ୍ରଧାନମନ୍ତ୍ରୀ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଛତିଶଗଡ଼ ଭିଲାଇ ଇସ୍ପାତ୍‍ କାରଖାନା ନିକଟରେ ଆରମ୍ଭ ହୋଇଥିବା ଏହି ଅତିରିକ୍ତ ମେଡ଼ିକାଲ ସୁବିଧା କୋଭିଡ୍‍-୧୯ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବାରେ ସହାୟକ ହେବ।
ଏହି ଅବସରରେ ଶ୍ରୀ ପ୍ରଧାନ ଛତିଶଗଡର ଲୋକପ୍ରତିନିଧିଙ୍କ ଅନୁରୋଧକୁ ରଖି ଭିଲାଇରେ ୫୦ଟି ଆଇସିୟୁ ବେଡର ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଛନ୍ତି।
ଦେଶରେ ଇସ୍ପାତ୍‍ କାରଖାନାମାନେ ଇସ୍ପାତ୍‍ ଉତ୍ପାଦନ କମ୍‍ କରି ଅକ୍ସିଜେନ୍‍ ଉତ୍ପାଦନକୁ ଅଧିକ ଗୁରୁତ୍ୱ ଦେଇ ବିଭିନ୍ନ ମେଡ଼ିକାଲ ପର୍ଯ୍ୟନ୍ତ ଅମ୍ଳଜାନ ପହଁଚାଇ ଉଦାହରଣ ତିଆରି କରିଛନ୍ତି। ଦେଶକୁ ଅମ୍ଳଜାନ ଯୋଗାଇବା ଦିଗରେ ଭିଲାଇ ଇସ୍ପାତ୍‍ କାରଖାନାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶା ହେଉ କିମ୍ବା ଛତିଶଗଡ଼ ଏ ଦୁଇଟି ରାଜ୍ୟରେ ଥିବା ସବୁ ଇସ୍ପାତ୍‍ କାରଖାନାମାନେ କୋଭିଡ୍‍-୧୯ ସମୟରେ ନିଜର ଦାୟିତ୍ୱକୁ ପାଳନ କରିଛନ୍ତି। ଭିଲାଇ ଇସ୍ପାତ୍‍ କାରଖାନା ଚଳିତବର୍ଷ ଏପ୍ରିଲ ଏବଂ ମେ ମାସରେ ୨୦ ହଜାର ତରଳ ମେଡ଼ିକାଲ ଅମ୍ଳଜାନ ଉତ୍ପାଦନ କରିଛି। ସମସ୍ତଙ୍କ ସହଯୋଗରେ ଲୋକଙ୍କୁ ଅମ୍ଳଜାନ ଯୋଗାଯାଇପାରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରି ଥିବା ବେଳେ ଏହି ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଛତିଶଗଡ ସରକାରଙ୍କ ସହ କର୍ପୋରେଟ୍‍ ଅନୁଷ୍ଠାନ ଗୁଡିକ ମିଳିତ ଭାବେ କାମ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ ଦେଶର କର୍ପୋରେଟ୍‍ ଅନୁଷ୍ଠାନ ଯଥା ତୈଳ ପିଏସୟୁ ଏବଂ ଇସ୍ପାତ୍‍ ମନ୍ତ୍ରଣାଳୟର କର୍ପୋରେଟ୍‍ ଅନୁଷ୍ଠାନ ଗୁଡିକ ନିଜର ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକା ଦେଉଛନ୍ତି।
ସେହିପରି ଛତିଶଗଡରେ ସେଲ୍‌ ଭଳି ଅନ୍ୟାନ୍ୟ କର୍ପୋରେଟ୍‍ ଅନୁଷ୍ଠାନ ଗୁଡିକ ମଧ୍ୟ ଛତିଶଗଡରେ କମରୁ କମ୍‍ ସମୟ ମଧ୍ୟରେ ଟିକାକରଣକୁ ବଢ଼ାଇବା ପାଇଁ ଛତିଶଗଡ ସରକାରଙ୍କ ସହ ମିଶି କରି କାମ କରନ୍ତୁ।
ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ୍‍ ରାଷ୍ଟ୍ର ମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ଛତିଶଗଡ଼ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଟି.ଏସ.ସିଂହ ଦେବ, ଛତିଶଗଡ଼ ଲୋକ ନିର୍ମାଣ ବିଭାଗ ମନ୍ତ୍ରୀ ତାମ୍ରଧ୍ୱଜ ସାହୁ, ସେଲ୍‌ ଅଧ୍ୟକ୍ଷା ସୋମା ମଣ୍ଡଳ ଭିସି ଜରିଆରେ ଉପସ୍ଥିତ ଥିଲେ।

Hot this week

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories