www.samajalive.in
Monday, December 15, 2025
15.1 C
Bhubaneswar

ଅବସର ନେଲେ ପ୍ରଧାନ ବିଚାରପତି ରମଣା, ଆଜି ଶପଥ ନେବେ ଜଷ୍ଟିସ ଲଳିତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମଣା ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି। ଜଷ୍ଟିସ ରମଣା ଏହି ପଦରେ ଏକବର୍ଷ ୪ମାସ ରହିଥିବାବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ବିଚାର କରିଛନ୍ତି। ଦେଶରେ ପ୍ରଚଳିତ ଦେଶଦ୍ରୋହ ଆଇନ ବା ଆଇପିସିର ଧାରା ୧୨୪-ଏ କୁ ରଦ୍ଦ କରିବା ତାଙ୍କର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ରାୟ ଥିଲା। ଏହା ସହିତ ଲୋକସଂଖ୍ୟା ତୁଳନାରେ ବିଚାରପତି ନିଯୁକ୍ତି କରିବା ଉପରେ ସେ ଗୁରୁତ୍ବ ଦେଇଥିଲେ। ନିଜର କାର୍ଯ୍ୟକାଳ ସମୟରେ ଜଷ୍ଟିସ ରମଣା ୨୫୫ ନ୍ୟାୟିକ ଅଧିକାରୀଙ୍କ ନିଯୁକ୍ତି ପାଇଁ ସୁପାରିସ କରିଥିଲେ।

ଏହା ସହିତ ତାଙ୍କ ଅମଳରେ ସୁପ୍ରିମକୋର୍ଟରେ ୧୧ଜଣ ବିଚାରପତି ନିଯୁକ୍ତି ପାଇଥିଲେ। ସାଧାରଣ ଜନସଭାରେ ଉଦ୍‌ବୋଧନ ଦେବା ବେଳେ ସେ ସାଧାରଣ ନାଗରିକଙ୍କ ଅଧିକାରର ସୁରକ୍ଷା ଉପରେ ଗୁରୁତ୍ବାରୋପ କରିଆସିଥିଲେ। ତାଙ୍କର କହିବାର ଥିଲା ଯେ ପ୍ରତ୍ୟେକ ନାଗରିକ ନିଜର ଅଧିକାର ଓ କର୍ତ୍ତବ୍ୟ ବାବଦରେ ସଚେତନ ରହିବା ଦରକାର। ଏହାଦ୍ବାରା ଗଣତନ୍ତ୍ର ସଜୀବ ଓ ବିକଶିତ ହୋଇପାରିବ। ଅବସର ଗ୍ରହଣ ଅବସରରେ ଜଷ୍ଟିସ ରମଣା ଦେଶରେ ବିଚାରାଧୀନ ମାମଲାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ ମାମଲାଗୁଡିକର ତ୍ବରିତ ଶୁଣାଣି ଉପରେ ସର୍ବାଧିକ ଗୁରୁତ୍ବ ଦିଆଯିବା ଦରକାର। ମାମଲାର ଶୁଣାଣିକୁ ତ୍ବରିତ ଶୁଣାଣି ନିମନ୍ତେ ଆଧୁନିକ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ୧୯୫୭ ଅଗଷ୍ଟ ୨୭ରେ ଆନ୍ଧ୍ରପ୍ରଦେଶରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ରମଣା ୧୯୮୩ ଫେବୃଆରୀ ୧୦ରେ ନ୍ୟାୟିକ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୦ ଜୁନ ୨୭ରେ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ପରେ ଏହି ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ। ୨୦୧୩ରେ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ୨୦୧୪ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦନ୍ନୋତି ପାଇଥିଲେ। ଜଷ୍ଟିସ ରମଣାଙ୍କ ଅବସର ପରେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଉଦୟ ଉମେଶ ଲଲିତଙ୍କୁ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories