www.samajalive.in
Monday, December 8, 2025
27.1 C
Bhubaneswar

ଏହି ସହରରେ ସମ୍ପୂର୍ଣ୍ଣ ଭାବେ ନିଷେଧ ଆମିଷ ଭୋଜନ..

ନୂଆଦିଲ୍ଲୀ : ଖାଦ୍ୟକୁ ନେଇ ସଭିଁଙ୍କର ନିଜ ନିଜର ପସନ୍ଦ ରହିଛି । କିଛି ଲୋକଙ୍କୁ ନିରାମିଷ ତ କିଛି ଲୋକଙ୍କୁ ଆମିଷ ପସନ୍ଦ । ମାତ୍ର ଏପରି ଏକ ସହର ବିଷୟରେ ଜାଣିଛନ୍ତି କି, ଯେଉଁଠାରେ ଆମିଷ ଭୋଜନ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।
ଏହି ସହରଟି ହେଉଛି ଗୁଜରାଟର ଭାବନଗର ଜିଲାର ପାଲିଟଣା ସହର, ଯାହା ଇତିହାସ ସୃଷ୍ଟି କରିଛି । ଏହା ଦୁନିଆର ପ୍ରଥମ ଏପରି ସହର ଯେଉଁଠାରେ ଆମିଷ ଖାଦ୍ୟ ବିକ୍ରି ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯାଇଛି ।

ଏହି ଐତିହାସିକ ନିଷ୍ପତ୍ତି ପଛରେ ଜୈନ ସାଧୁଙ୍କ ଭୂମିକା ରହିଛି ବୋଲି କୁହାଯାଏ । ୨୦୧୪ରେ ପ୍ରାୟ ୨୦୦ ଜୈନ ସାଧୁ ସହରର ପ୍ରାୟ ୨୫୦ ଆମିଷ ଦୋକାନକୁ ବନ୍ଦ କରିବା ପାଇଁ ଆନ୍ଦୋଳନ କରିଥିଲେ ।
ସରକାର ଜୈନ ସାଧୁଙ୍କ ଭାବନାକୁ ସମ୍ମାନ ଜଣାଇ ପ୍ରତିବନ୍ଧକ ଲାଗୁ କରିଥିଲେ । ଏବେ ପାଲିଟଣାରେ କେବଳ ଆମିଷ ଦୋକାନ ବନ୍ଦ ନୁହେଁ ବରଂ ଜୀବଜନ୍ତୁଙ୍କ ହତ୍ୟା ଉପରେ ମଧ୍ୟ ରୋକ ଲଗାଯାଇଛି । ଯେଉଁମାନେ ନିୟମ ଭଙ୍ଗ କରୁଛନ୍ତି, ତାଙ୍କୁ ଦଣ୍ଡ ଭୋଗିବାକୁ ପଡୁଛି।

ଦେଖନ୍ତୁ ଭିଡିଓ ; ଭୟଙ୍କର ଦୁର୍ଘଟଣାର ଲାଇଭ୍ ଦୃଶ୍ୟ ଦେଖି ଅଟକି ଯିବ ନିଶ୍ୱାସ..

- Advertisement -

ପାଲିଟଣା ସହର ମୁଖ୍ୟତଃ ଜୈନ ତୀର୍ଥ ସ୍ଥାନ ରୂପେ ଜଣାଶୁଣା । ଏହି ନିଷ୍ପତ୍ତି ଏହାର ପବିତ୍ରତାକୁ ବଜାୟ ରଖିବା ପାଇଁ ସହାୟକ ହେବ ବୋଲି କୁହାଯାଉଛି । ସହରରେ ଏବେ ଅନେକ ଶାକାହାରୀ ଭୋଜନାଳୟ ଖୋଲି ସାରିଛି । ଏଠାରେ ବିଭିନ୍ନ ପ୍ରକାର ଶାକାହାରୀ ଭୋଜନ ପରଷା ଯାଉଛି।
ଏହି ନିଷ୍ପତ୍ତିକୁ ନେଇ କିଛି ଲୋକେ ଆଲୋଚନା ମଧ୍ୟ କରୁଛନ୍ତି । କିଛି ଲୋକଙ୍କ ମତାନୁଯାୟୀ, ଏହା ଖାଦ୍ୟପେୟର ସ୍ୱାଧୀନତା ଉପରେ ହସ୍ତକ୍ଷେପ କରୁଛି । ଏଥିରେ ପର୍ଯ୍ୟଟକଙ୍କ ଉପରେ ପ୍ରଭାବ ପକାଇପାରେ । କାରଣ କିଛି ପର୍ଯ୍ୟଟକ ଆମିଷ ଖାଇବାକୁ ପସନ୍ଦ କରନ୍ତି।

ଚାକିରି ଠାରୁ ଆରମ୍ଭ କରି ଚମକିବ ଭାଗ୍ୟ, ଶ୍ରାବଣରେ ଆପଣାନ୍ତୁ ସରଳ ଉପାୟ..

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories