ଟୁରି ନଦୀ ଅସ୍ଥାୟୀ ପୋଲ ଉପରେ ଦୁଇ ଫୁଟ ପାଣି
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିସ୍ଥିତ ଟୁରି ନଦୀର ଅସ୍ଥାୟୀ ପୋଲ ଉପରେ ଦୁଇ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ଫଳରେ ଉମରକୋଟ-ନବରଙ୍ଗପୁର ମଧ୍ୟରେ ଯାତାୟତ ବିଚ୍ଛିନ୍ନ ହୋଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶହ ଶହ ଗାଡି । ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ପାପଡାହାଣ୍ଡି ବିଡ଼ିଓ ଏବଂ ତହସିଲଦାର ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
Comments are closed.