Patra electronics

ସିଟ୍ରୋନ୍ ର ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ମିଡ୍ ସାଇଜ୍ ଏସ୍‌ୟୁଭି ସି୩ ଏୟାରକ୍ରସ୍ ଏସ୍‌ୟୁଭି 

ଭୁବନେଶ୍ୱର: ଫ୍ରେଂଚ୍ କାର୍ ନିର୍ମାତା ସିଟ୍ରୋନ୍‌ର ନୂତନ ଅଫରିଙ୍ଗ୍‌, ବହୁପ୍ରତିକ୍ଷୀତ ସି୩ ଏୟାରକ୍ରସ୍ ଏସ୍‌ୟୁଭି ଏବେ ଭାରତରେ ୯.୯୯ ଲକ୍ଷ ଟଙ୍କା (ଏକ୍ସଶୋ’ରୁମ୍‌-ନୂଆଦିଲ୍ଲୀ)ର ଏକ ସ୍ୱତନ୍ତ୍ର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହେଉଛି । ନୂଆ ସିଟ୍ରୋନ୍ ସି୩ ଏୟାରକ୍ରସ୍ ଏସ୍‌ୟୁଭିରେ ୯୦%ରୁ ଅଧିକ ସ୍ଥାନୀୟକରଣ ରହିଛି ଏବଂ ଏହାକୁ ଭାରତୀୟ ଉପଭୋକ୍ତାଙ୍କ ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରିବା ପାଇଁ ଡିଜାଇନ୍ କରାଯାଇଛି ।

ନୂଆ ସିଟ୍ରୋନ୍ ସି୩ ଏୟାରକ୍ରସ୍ ଏସ୍‌ୟୁଭି: ପ୍ରାରମ୍ଭିକ ମୂଲ୍ୟଗୁଡିକ (ଏକ୍ସ-ଶୋ’ରୁମ୍ ନୂଆଦିଲ୍ଲୀ)

ସି୩ ଏୟାରକ୍ରସ୍ ଟ୍ରିମ୍‌ ଏମ୍‌ଏସ୍‌ଆର୍‌ପି ଲକ୍ଷ ଟଙ୍କା (ଏକ୍ସଶୋ’ରୁମ୍ ନୂଆଦିଲ୍ଲୀ)
ସି୩ ଏୟାରକ୍ରସ୍ ୟୁ ୧.୨ଟି ୫ ଏସ୍‌ଟିଆର୍‌ ୯୯୯,୦୦୦
ସି୩ ଏୟାରକ୍ରସ୍ ପ୍ଲସ୍ ୧.୨ଟି ୫ ଏସ୍‌ଟିଆର୍‌ ୧୧,୩୪,୦୦୦
ସି୩ ଏୟାରକ୍ରସ୍ ମ୍ୟାକ୍ସ ୧.୨ଟି ୫ ଏସ୍‌ଟିଆର୍‌ ୧୧,୯୯,୦୦୦
ସି୩ ଏୟାରକ୍ରସ୍ ପ୍ଲସ୍ ୧.୨ଟି ୫+୨ ଏସ୍‌ଟିଆର୍‌ ୧୧,୬୯,୦୦୦
ସି୩ ଏୟାରକ୍ରସ୍ ମ୍ୟାକ୍ସ ୧.୨ଟି ୫+୨ ଏସ୍‌ଟିଆର୍‌ ୧୨,୩୪,୦୦୦
ଡୁଆଲ ଟୋନ୍ (କେବଳ ପ୍ଲସ୍ ଓ ମ୍ୟାକ୍ସ) : ୨୦,୦୦୦ ଟଙ୍କା

ଭାଇବ୍ ପ୍ୟାକ୍ ପ୍ଲସ୍ ଭାରିଆଂଟ୍‌: ୨୫,୦୦୦ ଟଙ୍କା

ଭାଇବ୍ ପ୍ୟାକ୍ ମ୍ୟାକ୍ସ ଭାରିଆଂଟ୍‌: ୨୨,୦୦୦ ଟଙ୍କା

ନୂଆ ସିଟ୍ରୋନ୍ ସି୩ ଏୟାରକ୍ରସ୍ ଏସ୍‌ୟୁଭିର ଲଂଚ୍ ସମ୍ପର୍କରେ ଷ୍ଟେଲାଂଟିସ୍ ଇଣ୍ଡିଆର ସିଇଓ ଓ ପରିଚାଳନା ନିର୍ଦ୍ଦେଶକ ରୋଲାଣ୍ଡ ବୌଚାରା କହିଛନ୍ତି, ‘ଆମେ ଚତୁର ଭାରତୀୟ ଉପଭୋକ୍ତାଙ୍କ ପାଇଁ ନିର୍ମିତ ଆମର ଭାରତରେ ପରିକଳ୍ପିତ, ବିକଶିତ ଓ ନିର୍ମିତ ବହୁ ପ୍ରତିକ୍ଷୀତ ନୂଆ ସି୩ ଏୟାରକ୍ରସ୍ ଏସ୍‌ୟୁଭିର ଶୁଭାରମ୍ଭ କରି ଆନନ୍ଦିତ । ଏହି ଏସ୍‌ୟୁଭିକୁ ସିଟ୍ରୋନ୍‌ର ଡିଏନ୍‌ଏ- ଆରାମ ଓ ଉଦ୍ଭାବନର ପ୍ରମୁଖ ଉପାଦାନ ସହିତ ନିର୍ମାଣ କରାଯାଇଛି । ଏହା ଗତ ସେପ୍ଟେମ୍ବରରେ ବୁକିଙ୍ଗ୍ ଆରମ୍ଭ ହେବା ପରଠାରୁ ଦେଶବ୍ୟାପୀ ଅତ୍ୟଧିକ ସକାରାତ୍ମକ ପ୍ରତିକ୍ରିୟା ହାସଲ କରିଛି । ଆମେ ପାର୍ବଣ ଋତୁର ଚାହିଦାକୁ ପୂରଣ କରିବା ପାଇଁ ଆମର ଉତ୍ପାଦନ ବୃଦ୍ଧି କରିଛୁ । ଆମର ସମ୍ପ୍ରସାରିତ ଓ ବର୍ଦ୍ଧିତ ନେଟ୍‌ୱର୍କ, ଶ୍ରେଣୀ-ଅଗ୍ରଣୀ ଫିଚର, ସ୍ୱତନ୍ତ୍ର ଆକର୍ଷଣୀୟ ଷ୍ଟାଇଲିଂ ଏବଂ ଅତୁଳନୀୟ ଦକ୍ଷତା ସହିତ ସି୩ ଏୟାରକ୍ରସ୍ ଏସ୍‌ୟୁଭିର ଡେଲିଭରି କରିବା ପାଇଁ ପ୍ରସ୍ତୁତ ରହିଛି ।”

୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ସମସ୍ତ ଡେଲିଭରୀ ପାଇଁ ଏବେ କିଣନ୍ତୁ ୨୦୨୪ରେ ପଇଠ କରନ୍ତୁ । ନିଜର ଫାଇନାନ୍ସ ସହଯୋଗୀ ସହଭାଗୀତାରେ ସିଟ୍ରୋନ ଫାଇନାନ୍ସ ଏକ ସ୍ୱତନ୍ତ୍ର ଋଣ ସୁବିଧା ପ୍ରଦାନ କରୁଛି । ଯେଉଁଠାରେ ଗ୍ରାହକମାନେ ଏହି କାରକୁ ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ କିଣିପାରିବେ, ଯେବେକି ଇଏମଆଇ ୨୦୨୪ରୁ ଆରମ୍ଭ ହେବ, ଯାହାକି ଗ୍ରାହକଙ୍କୁ ଏହି ପାର୍ବଣ ସମୟରେ ଅଲ-ନ୍ୟୁ ସିଟ୍ରୋନ ସି୩ ଏୟାରକ୍ରସ ଏସୟୁଭିର ଅନୁଭୂତି ନେବାର ଆନନ୍ଦ ଯୋଗାଇଦେବ ।

୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ସମସ୍ତ ଡେଲିଭରି ପାଇଁ ୩ ବର୍ଷ / ୩୦,୦୦୦ କିମି ପାଇଁ ନିର୍ଦ୍ଧାରିତ ମେଂଟେନାନ୍ସ ଓ ସର୍ଭିସ୍ ସୁବିଧା । ଏଥିରେ ରୁଟିନ୍ ସର୍ଭିସ୍‌, ମେଂଟେନାନ୍ସ, ପାର୍ଟସ୍ ଓ ପାରିଶ୍ରମିକ (ୱେୟାର ଆଣ୍ଡ ଟିୟର ପାର୍ଟସ ଅନ୍ତର୍ଭୁକ୍ତ ନାହିଁ) ସାମିଲ ରହିଛି । ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ସମସ୍ତ ଡେଲିଭରି ପାଇଁ ଏବେ କ୍ରୟ କରନ୍ତୁ ଓ ୨୦୨୪ରେ ଟଙ୍କା ପଇଠ କରନ୍ତୁ । ନିଜର ଫାଇନାନ୍ସ ପାର୍ଟନରଙ୍କ ସହ ସହଭାଗିତାରେ ସିଟ୍ରୋନ୍ ଫାଇନାନ୍ସ ଏକ ସ୍ୱତନ୍ତ୍ର ଋଣ ଅଫର୍ ପ୍ରଦାନ କରୁଛି ଯେଉଁଠାରେ ଗ୍ରାହକମାନେ ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଏହି କାର୍ କ୍ରୟ କରିପାରିବେ ଏବଂ ଏହାର ଇଏମ୍‌ଆଇ ଆସନ୍ତା ବର୍ଷ ୨୦୨୪ରୁ ଆରମ୍ଭ ହେବ, ଯାହା ଗ୍ରାହକଙ୍କୁ ପାର୍ବଣ ସମୟରେ ନୂଆ ସିଟ୍ରୋନ୍ ସି୩ ଏୟାରକ୍ରସ୍ ଏସ୍‌ୟୁଭିର ଅନୁଭୂତିର ଆନନ୍ଦ ପ୍ରଦାନ କରିବ । ସି୩ ଏୟାରକ୍ରସ୍ ଏସ୍‌ୟୁଭିର ଲଂଚ୍ ସହିତ ସିଟ୍ରୋନ୍ ଏହାର ସହଯୋଗୀ ଇନ୍ସୁରାନ୍ସ କମ୍ପାନୀଗୁଡିକ ସହ ମିଶି ଦୁଇଟି ନୂଆ ଗ୍ରାହକ-କୈନ୍ଦ୍ରିକ ଭେଇକିଲ ଇନ୍ସୁରାନ୍ସ ଆଡ୍‌-ଅନ୍‌ର ଶୁଭାରମ୍ଭ କରିଛି ।

ନୂଆ ଆଡ୍‌-ଅନ୍‌ଗୁଡିକ ଜରୁରୀକାଳିନ ଚିକିତ୍ସା ସମ୍ବନ୍ଧିତ ସମ୍ପୂର୍ଣ୍ଣ ଖର୍ଚ୍ଚ ସୁରକ୍ଷା ସମେତ ଦୁର୍ଘଟଣା କାରଣରୁ ହସ୍ପିଟାଲରେ ଭର୍ତି ହେବା, ଆମ୍ବୁଲାନ୍ସ ଖର୍ଚ୍ଚ ଆଦି ପ୍ରଦାନ କରିବ । ଇଏମ୍‌ଆଇ ପ୍ରୋଟେକ୍ଟ କଭର୍ ସହିତ ସିଟ୍ରୋନ୍ ଗ୍ରାହକମାନେ ବୀମା ଅଧିନରେ କଭର୍ ହୋଇଥିବା କ୍ଷତି କାରଣରୁ ମରାମତି ହେଉଥିବା ନିଜର ବୀମାକୃତ ଯାନ ପାଇଁ ଇଏମ୍‌ଆଇ ସୁରକ୍ଷା (୧ରୁ ୬ ମାସ) ଗ୍ରହଣ କରିବେ । ଗ୍ରାହକମାନେ ଶିଳ୍ପରେ ଏକ ପ୍ରଥମ ଧରଣର ପଦକ୍ଷେପ ୟୁସେଜ୍ ବେସ୍‌ଡ ଇନ୍ସୁରାନ୍ସ (ୟୁବିଆଇ)ର ଲାଭ ପାଇପାରିବେ । ଯାନର ବ୍ୟବହାର ଚାଳନା ବ୍ୟବହାର ସହ ସଂଯୋଜିତ ଏହି ଅଭିନବ ବୀମା ନବୀକରଣ ବୀମା ପ୍ରିମିୟମ ଉପରେ ସଂଚୟ ସହିତ ସଡକ ସୁରକ୍ଷାକୁ ପ୍ରୋତ୍ସାହିତ କରୁଛି ।

ସିଟ୍ରୋନ୍ ଅଭିନବ ସମାଧାନ ଓ ଅଫର୍ ମାଧ୍ୟମରେ ମାଲିକାନା ଅନୁଭୂତିକୁ ଉନ୍ନତ କରିବା ପାଇଁ ପ୍ରତିବଦ୍ଧ ରହିଛି । ନୂଆ ସି୩ ଏୟାରକ୍ରସ୍ ଏସ୍‌ୟୁଭି ୨୪/୭ ରୋଡ୍‌ସାଇଡ୍ ଆସିଷ୍ଟାନ୍ସ ସମେତ ଦୁଇ ବର୍ଷ କିମ୍ବା ୪୦,୦୦୦ କିମି (ଯାହା ପ୍ରଥମେ ଆସିବ)ର ଷ୍ଟାଣ୍ଡାର୍ଡ ୱାରେଂଟି ପ୍ରୋଗ୍ରାମ ଏବଂ ୧୨ ମାସ କିମ୍ବା ୧୦,୦୦୦ କିମି (ଯାହା ପ୍ରଥମେ ଆସିବ)ର ଏକ ଆକ୍‌ସେସରି ୱାରେଂଟି ସହ ଆସିବ । ସିଟ୍ରୋନ୍ ଏକ୍ସଟେଣ୍ଡେଡ୍ ୱାରେଂଟି, ମେଂଟେନାନ୍ସ ପ୍ୟାକେଜ୍ ପ୍ରଦାନ କରୁଛି ଯାହା ଆମର ନେଟ୍‌ୱର୍କରେ ଉପଲବ୍ଧ ରହିଛି ।

Comments are closed.