www.samajalive.in
Monday, December 15, 2025
26.1 C
Bhubaneswar

ଆଉ ରହିବନି ପଙ୍କଚର୍ ସମସ୍ୟା, ଏକ୍ସଏଲ ୧୦୦ରେ ଆସିଲା ଟ୍ୟୁବଲେସ୍ ଟାୟାର

ଭୁବନେଶ୍ବର, ୨୭ା୯: ଟିଭିଏସ୍ ଭାରତୀୟ ବଜାରରେ ନିଜ ଲୋକପ୍ରିୟ ମୋପେଡ୍ ଏକ୍ସଏଲ୍ ୧୦୦ର ନୂଆ ଭାରିଆଣ୍ଟ ଲଞ୍ଚ୍ କରିଦେଇଛି। କମ୍ପାନୀ ଏହାକୁ ଏକ୍ସଏଲ୍ ୧୦୦ ହେଭି ଡ୍ୟୁଟି ଆଲୟ ନାଁ ଦେଇଛି। ଏଥିରେ ଆଲୟହ୍ବିଲ୍ ସହିତ ଟ୍ୟୁବଲେସ୍ ଟାୟାର ଓ ଏଲଇଡି ହେଡଲାଇଟ୍ ଦିଆଯାଇଛି। ଏହାର ଏକ୍ସ ଶୋରୁମ୍ ଦାମ୍ ୫୯,୮୦୦ ଟଙ୍କା ରଖିଛି କମ୍ପାନୀ। ଏହା ସହିତ ଏକ୍ସଏଲ୍ ୧୦୦ର ଲାଇନଅପ ଏବେ ସମୁଦାୟ ୫ ଭାରିଆଣ୍ଟ ପର୍ଯ୍ୟନ୍ତ ପହଞ୍ଚିଛି।

ଏଥିରେ ୯୯.୭ ସିସି ଏୟାର କୁଲ୍ଡ ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ଦିଆଯାଇଛି ଯାହା ୪.୩ ବିଏଚପିର ପାଓ୍ବର ଓ ୬.୫ ଏନଏମର ଟର୍କ ଉତ୍ପନ କରିବ। ଉଭୟ ଫ୍ରଣ୍ଟ୍ ଏବଂ ରିୟରରେ ଡ୍ରମ୍ ବ୍ରେକ୍ ମିଳିବ। ପୂର୍ବରୁ ଏଥିରେ ସ୍ପୋକ୍ ହ୍ବିଲ୍ସ ମିଳୁଥିଲା। କିନ୍ତୁ ଏବେ ଆଲୟ ହ୍ବିଲ୍ ସହିତ ଏହାର ଲୁକ୍ ଅଧିକ ଆକର୍ଷକ ଲାଗୁଛି। ଟ୍ୟୁବଲେସ୍ ଟାୟାର ଯୋଗୁଁ ଏହାର ପଙ୍କଚର ସମସ୍ୟା ଏଣିକି ଦୂର ହେବ। ଏତେ ପରିବର୍ତ୍ତନ ସତ୍ତ୍ବେ ଏହାର ଓଜନ ୮୯ କିଲୋଗ୍ରାମ ରଖାଯାଇଥିବା କମ୍ପାନୀ ସୂଚନା ଦେଇଛି। ଗ୍ରାହକ ଏହାର ନୂଆ ଭାରିଆଣ୍ଟକୁ ଲାଲ୍, ବ୍ଲୁ ଏବଂ ଗ୍ରେ ରଙ୍ଗର ବିକଳ୍ପ ସହିତ କ୍ରୟ କରିପାରିବେ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories