www.samajalive.in
Monday, December 15, 2025
17.1 C
Bhubaneswar

ଚୋରି ଅଭିଯୋଗରେ ଦୁଇ ଗିରଫ

ନନ୍ଦନକାନନ,୨୭ା୯(ନି.ପ୍ର):ନିର୍ମାଣାଧୀନ ଘରୋଇ ପ୍ରଶାନ୍ତି ହସ୍ପିଟାଲରୁ କପର ପ୍ଲେଟ୍‌ ଚୋରି ଅଭିଯୋଗରେ ନନ୍ଦନକାନନ ଥାନା ପୁଲିସ ୨ଜଣଙ୍କୁ ଗିରଫ କରି ଶନିବାର ଅଦାଲତ ଚାଲାଣ କରିଛି। ଗିରଫ ଅଭିଯୁକ୍ତଦ୍ବୟ ହେଲେ ନନ୍ଦନକାନନ ଥାନା ପଦାସାହି ଗ୍ରାମର ଶିକର ବେଉରା ଓ ଚୋରି ସାମଗ୍ରୀ ରଖିଥିବା କବାଡ଼ିଆ ବାରଙ୍ଗ ଥାନା ସୀତାରାମ ବଜାରର ସୁନିଲ କୁମାର ଗୁପ୍ତା।

ପୁଲିସ ସୂଚନା ଅନୁଯାୟୀ, ଗତ୨୧ତାରିଖ ସେମାନେ ଘରୋଇ ନିର୍ମାଣାଧୀନ ପ୍ରଶାନ୍ତି ହସ୍ପିଟାଲରୁ ୨କେଜି ୨ଶହ ଗ୍ରାମ ଓଜନର କପର ପ୍ଲେଟ୍‌ ଚୋରି କରି ନେଇଥିଲେ। ଏ ନେଇ ହସ୍ପିଟାଲର ସୁରକ୍ଷା କର୍ମୀ ପ୍ରତାପ କୁମାର ଜେନା ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ଶିକରକୁ ଗିରଫ କରିଥିଲା। ପଚରାଉଚରା ବେଳେ ସେ ବିକ୍ରି କରିଥିବା ଚୋରି ସାମଗ୍ରୀକୁ ଏକ କବାଡ଼ିଆ ଦୋକାନରୁ ଜବତ କରିବା ସହିତ ଦୋକାନୀକୁ ମଧ୍ୟ ଗିରଫ କରି ଅଦାଲତ ଚାଲାଣ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories