www.samajalive.in
Monday, December 15, 2025
27.1 C
Bhubaneswar

ମୃତ୍ୟୁ ସଂଖ୍ୟ ୩୮- ତାମିଲନାଡୁ ଅଭିନେତା ତଥା ରାଜନେତା ବିଜୟଙ୍କ ରାଲିରେ ଦଳଚକଟା ଘଟଣା

ସମାଜ ଡିଜିଟାଲ ଡେସ୍କ: ତାମିଲନାଡୁରେ ଟିଭିକେ ମୁଖ୍ୟ ତଥା ତାମିଲ ଅଭିନେତା ବିଜୟଙ୍କ ନିର୍ବାଚନୀ ରାଲିରେ ଶନିବାର ରାତିରେ ହୋଇଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ଅନେକ ପୁରୁଷଙ୍କ ସହ ୬ ଜଣ ଶିଶୁ ଏବଂ ୧୬ ଜଣ ମହିଳା ରହିଛନ୍ତି। ଏହା ସହିତ ୫୦ରୁ ଅଧିକ ଲୋକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାମିଲନାୁଡ ମୁଖ୍ୟମନ୍ତ୍ରୀ ଏହାର ବିଚାପ ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି


ଶନିବାର କରୁର ଜିଲାରେ ବିଜୟଙ୍କ ନିର୍ବାଚନୀ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା। ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପୁଲିସ ମୁତୟତ ହୋଇଥିଲେ ହେଁ ଅସମ୍ଭାଳ ଭିଡ଼ ଯୋଗୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇ ନ ଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ବିଜୟ ଅଧାରୁ ଭାଷଣ ବନ୍ଦ କରିଥିଲେ। ଉପସ୍ଥିତ ପୁଲିସ କର୍ମଚାରୀଙ୍କୁ ସହାୟତା ମାଗିଥିଲେ। କିଛି ସମୟ ମଧ୍ୟରେ ଅନେକ ଲୋକ ଚେତାଶୂନ୍ୟ ହୋଇପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ଘଟଣାସ୍ଥଳରେ କିଛି ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ କେତେଜଣ ଡାକ୍ତରଖାନାରେ ଆଖି ବୁଜିଥିଲେ। ଶ୍ଵାସରୁଦ୍ଧ ହୋଇ ଚେତାଶୂନ୍ୟ ହେବା ପରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତରଖାନାରେ ଆହତମାନଙ୍କର ଚିକିତ୍ସା ଚାଲିଥିବାବେଳେ ଅନ୍ୟ ହସ୍ପିଟାଲରୁ ଡାକ୍ତରମାନଙ୍କୁ କରୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories