www.samajalive.in
Monday, December 15, 2025
27.1 C
Bhubaneswar

ଭାରତରେ ପ୍ରଥମ, ବଜାରକୁ ଆସିଲା ବିନା ଚାଳକ ବିଶିଷ୍ଟ ଅଟୋ

ଭୁବନେଶ୍ବର, ୩ା୧୦: ଓମେଗା ସିକି ମୋବିଲିଟି ବିଶ୍ବର ପ୍ରଥମ ସ୍ବୟଂଚାଳିତ ଇଲେକ୍ରିଟ୍ ତିନି ଚକିଆ ଭାରତୀୟ ବଜାରକୁ ନେଇଆସିଛି। କମ୍ପାନୀ ଏହାର ନାଁ ଦେଇଛି ‘ସ୍ବୟଂଗତି’। ଏହାର ଦାମ୍ ମାତ୍ର ୪ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏହାକୁ ବାଣିଜ୍ୟିକ କାରବାର ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇଛି।
ସ୍ବୟଂଗତିକୁ କମ୍ପାନୀର କୃତ୍ରିମ ବୁଦ୍ଧିମତା ଆଧାରିତ ‘ଅଟୋନୋମି ସିଷ୍ଟମ’ରେ ପ୍ରସ୍ତୁତ କରାଯାଇଛି। ଏହା ସ୍ବଳ୍ପ ଦୂରତା ବିଶିଷ୍ଟ ଯାତ୍ରା ଯଥା ଏୟାରପୋର୍ଟ, ସ୍ମାର୍ଟ କ୍ୟାମ୍ପସ, କମ୍ପାନୀ ପରିସର ମଧ୍ୟରେ ଏବଂ ଗହଳି ଅଞ୍ଚଳରେ ବିନା ଡ୍ରାଇଭରରେ ଆରାମରେ ଯାତ୍ରା କରିପାରିବ। ଏକ ରିପୋର୍ଟ ଅନୁସାରେ ବୈଶିକ ଅଟୋନୋମସ୍ ଗାଡି ବଜାର ୨୦୩୦ ସୁଦ୍ଧା ୬୨୦ ବିଲିୟନ୍ ଡଲାରରୁ ଅଧିକ ହୋଇଯିବ। ଅନେକ ଗାଡି ନିର୍ମାତା ଏହି କ୍ଷେତ୍ରରେ ଅଗ୍ରସର ହେଉଛନ୍ତି। ଏହା ମଧ୍ୟରେ ଓଏସଏମ୍ ପାଦେ ଆଗେଇ ଏହି ସଫଳତା ହାସଲ କରିଛି। ୭ ଷ୍ଟପ୍ ଥିବା ଓ ଲୋକେ ଚଲାବୁଲା କରୁଥିବା ଏକ ରାସ୍ତାରେ ସ୍ବୟଂଗତି ସଫଳତା ପୂର୍ବକ ୩ କିଲୋମିଟର ଯାତ୍ରା କରିପାରିଛି। ୪ ଲକ୍ଷ ଟଙ୍କା ମୂଲ୍ୟର ମେଡ୍ ଇନ୍ ଇଣ୍ଡିଆ ଟ୍ୟାଗ୍ ବିିଶିଷ୍ଟ ଏହି ଅଟୋ ଅଟୋମୋବାଇଲ କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories