www.samajalive.in
Monday, December 15, 2025
26.1 C
Bhubaneswar

ଦୁର୍ଘଟଣା ରୋକିବ ନୂଆ ପ୍ରଯୁକ୍ତି ବିଦ୍ୟା, ହାତ ଛାଡ଼ିଲେ ବନ୍ଦ ହେବ ବାଇକ୍

ନୂଆଦିଲ୍ଲୀ, ୨୪ା୧୧: ରାସ୍ତାରେ ବାଇକ୍ ଚଳାଇବା ସମୟରେ ହାତ ଛାଡିଲେ ଏଣିକି ଷ୍ଟାର୍ଟ ବନ୍ଦ ହୋଇଯିବ। ରାସ୍ତାରେ କିଛି ଦୁଇଚକିଆ ଯାନ ଚାଳକଙ୍କ ଅବହେଳା ଯୋଗୁଁ ଘଟୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ଏଭଳି ଏକ ପ୍ରଯୁକ୍ତିବିଦ୍ୟା ଖୁବ୍ ଶୀଘ୍ର ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। ରାସ୍ତାରେ ମଟର ସାଇକଲରେ ଷ୍ଟଣ୍ଟ ବା ଦୁଃସାହସିକ କାର୍ଯ୍ୟ ଫଳରେ ଦୁର୍ଘଟଣା ଘଟୁଛି। ଏଭଳି ଅବହେଳା ଯୋଗୁଁ କିଛି ନିର୍ଦ୍ଧାରିତ ଚାଳକ ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛନ୍ତି। ଏହାର ସମାଧାନ ପାଇଁ ବାଇକର ହ୍ୟାଣ୍ଡେଲରେ ଏକ ସେନ୍ସର ଲଗାଯିବ। ଯେଉଁମାନେ ହାତ ଛାଡି ଚଲାନ୍ତି ବା ମୋବାଇଲ ବ୍ୟବହାର କରନ୍ତି ସେମାନଙ୍କ ହାତ ଛାଡିବାର ମାତ୍ର ୬-୭ ସେକେଣ୍ଡ ମଧ୍ୟରେ ଗାଡିର ବେଗ କମିବା ସହ ଶେଷରେ ଷ୍ଟାର୍ଟ ବନ୍ଦ ହୋଇଯିବ। ଟ୍ରାଫିକ୍ ବ୍ୟବସ୍ଥା କଟକଣା ଓ ଜୋରିମାନା ସତ୍ତ୍ବେ ମଧ୍ୟ ଅମାନିଆଙ୍କ ରୋକିବା ସହଜ ହୋଇପାରୁନଥିବାରୁ ଏହି ସମାଧାନକୁ ଗୁରୁତ୍ବ ଦିଆଯାଉଛି। ସରକାରୀ ରିପୋର୍ଟ ଅନୁସାରେ ଦୁଇଚକିଆ ଯାନ ଦୁର୍ଘଟଣା ବଢିବାରେ ଲାଗିଛି। ୨୦୨୧ ମସିହାରେ ଦୁଇଚକିଆ ଯାନ ଦୁର୍ଘଟଣାରେ ୬୯,୩୮୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୨୩ରେ ଏହି ସଂଖ୍ୟା ବୃଦ୍ଧି ପାଇ ୭୭,୫୩୯ ହୋଇଥିଲା। ୨୦୨୩ରେ ଦୁଇଚକିଆ ଯାନ ଚାଳକଙ୍କ ଅବହେଳାପୂର୍ଣ୍ଣ ଚାଳନା ଯୋଗୁଁ ୪୮,୧୮୧ ଜଣଙ୍କ ମୃତ୍ୟୁ ହୋଇଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories