www.samajalive.in
Sunday, December 7, 2025
16.1 C
Bhubaneswar

ଲୁଟ୍‌ର ଶିକାର ହେଲେ ସିଆଇଡି ଇନ୍ସପେକ୍ଟର ସଚିନ୍‌

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ଧାରାବାହିକ ‘ସିଆଇଡି’ରେ ଇନ୍ସପେକ୍ଟର ସଚିନ ଭୂମିକାରେ ଅଭିନୟ କରିଥିବା ଅଭିନେତା ହୃଷିକେଶ ପାଣ୍ଡେ ଲୁଟ୍‌ର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମୁମ୍ବାଇରେ ଅଭିନେତାଙ୍କଠାରୁ ନଗଦ ଟଙ୍କା, ଜରୁରୀ କାଗଜପତ୍ର ଓ ତାଙ୍କର ଅନ୍ୟ ଆବଶ୍ୟକୀୟ ଜିନିଷ ଚୋରି ହୋଇଯାଇଛି। ଅଭିନେତା ନିଜ ପରିବାର ସହିତ ଏକ ଶୀତତାପ ନିୟନ୍ତ୍ରିତ ବସରେ ଦର୍ଶନୀୟ ସ୍ଥାନ ଭ୍ରମଣରେ ଯାଉଥିଲେ। ଏହି ସମୟରେ ତାଙ୍କର ସମସ୍ତ ଜିନିଷ ଚୋରି ହୋଇଥିଲା, ଯାହାକୁ ସେ ଏକ ସ୍ଲିଙ୍ଗ୍ ବ୍ୟାଗରେ ରଖିଥିଲେ।

ହୃଷିକେଶଙ୍କ କହିବା ମୁତାବକ, ଜୁନ୍‌ ୫ ତାରିଖରେ ସେ ଓ ତାଙ୍କ ପରିବାର ଏଲିଫେଣ୍ଟା ଗୁମ୍ଫା ପରିଦର୍ଶନ କରିବା ପରେ କୋଲାବାରୁ ତାରଦେବ ଯାଉଥିବା ଏକ ବସ୍‌ରେ ଯାତ୍ରା କରିବା ସମୟରେ ଏହି ଘଟଣା ଘଟିଛି। ଅଭିନେତା କହିଛନ୍ତି, ‘‘ତାହା ଏକ ଏସି ବସ୍‌ ଥିଲା ଓ ଆମେ ପ୍ରାୟ ସନ୍ଧ୍ୟା ୬ଟା ୩୦ ସମୟରେ ବସ୍‌ରେ ଚଢିଥିଲୁ। ତଳକୁ ଓହ୍ଲାଇବା ପରେ ମୁଁ ମୋର ସ୍ଲିଙ୍ଗ୍‌ ବ୍ୟାଗ୍‌ ଯାଞ୍ଚ କରିବା ପରେ ଜାଣିବାକୁ ପାଇଲି ଯେ, ନଗଦ ଟଙ୍କା, କ୍ରେଡିଟ୍‌ କାର୍ଡ, ଆଧାର କାର୍ଡ, ପ୍ୟାନ୍‌ କର୍ଡ ଓ ଅନ୍ୟାନ୍ୟ ଜରୁରୀ ନଥିପତ୍ର ନାହିଁ। ଏନେଇ ମୁଁ କୋଲାବା ଥାନା ସହ ମଲାଡ଼ ଥାନାରେ ଅଭିଯୋଗ କରିଥିଲି’’।

- Advertisement -

ସିଆଇଡିରେ ଜଣେ ପୁଲିସ ଅଧିକାରୀ ଭାବେ ଅଭିନୟ କରିଥିବା ହୃଷିକେଶ ପୁଣି କହିଛନ୍ତି, ‘‘ଯେହେତୁ ମୁଁ ସିଆଇଡି ଇନ୍ସପେକ୍ଟରଙ୍କ ଭୂମିକାରେ ବହନ କରିଥିଲି, ଏହା ଏକ ପରିହାସ ପାଲଟିଛି ଯେ ଶୋ’ରେ ଲୋକମାନେ କେମିତି ସେମାନଙ୍କ ସମସ୍ୟା ନେଇ ଆମ ପାଖକୁ ଆସନ୍ତି ଏବଂ ଆମେ ଏହାର ସମାଧାନ କରୁ। ବାସ୍ତବ ଜୀବନରେ ମଧ୍ୟ ଲୋକମାନେ ସମସ୍ୟା ନେଇ ମୋ ପାଖକୁ ଆସୁଥିଲେ ଏବଂ ମୁଁ ସେଗୁଡ଼ିକର ସମାଧାନ କରିବାରେ ସାହାଯ୍ୟ କରୁଥିଲି। କିନ୍ତୁ ବର୍ତ୍ତମାନ ମୁଁ ଲୁଟ୍‌ର ଶିକାର ହୋଇଛି। ମୁଁ ଆଶା କରୁଛି ପୁଲିସ ବିଭାଗ ଏହି ମାମଲାର ସମାଧାନ କରିବ’’।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories