ନିଃସ୍ୱାର୍ଥ ସେବା ସଂଗଠନ ଲୋକାର୍ପିତ

ଚୌଦ୍ୱାର: ନିଜକୁ ସମାଜ ସେବାରେ ନିୟୋଜିତ କରିବା ଲକ୍ଷରେ ଏକାଠି ହୋଇଛନ୍ତି କିଛି ଯୁବକ ଓ ଯୁବତୀ। ଗଢିଛନ୍ତି ଏକ ନିଃସ୍ୱାର୍ଥ ସେବା ସଂଗଠନ ନାମରେ ଏକ ସ୍ବେଛାସେବୀ ଅନୁଷ୍ଠାନ। ଚୌଦ୍ୱାର ଅଞ୍ଚଳରେ ଗଢି ଉଠିଥିବା ଏହି ସଂଗଠନ ଆଗାମୀ ଦିନରେ ସମାଜରେ ଦୁସ୍ଥ,ଅସହାୟ ତଥା ଗରିବ ବର୍ଗର ଲୋକାମନଙ୍କୁ ସହାୟତାର ହାତ ବଢାଇବା ପାଇଁ ପ୍ରତିଶୃତି ବଦ୍ଧ ଏହି ସଂଗଠନର କର୍ମକର୍ତ୍ତା। ଗୁରୁବାର ସଂଗଠନର ପ୍ରତିଷ୍ଠା ଦିବସ ଚୌଦ୍ୱାର ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତିଙ୍କୁ ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜସେବୀ ସହଦେବ ବରାଳ, ଅଶୋକ ନାୟକ, ଶ୍ରାବଣୀ ବରାଳ, ସମୀର ବରାଳ, ଶୁଭଶ୍ରୀ ପ୍ରୀୟଦର୍ଶିନୀ ସାହୁ, ଜନ୍ମୋଜୟ ନାୟକ, ସତ୍ୟବ୍ରତ ନାୟକ, ପ୍ରଶାନ୍ତ ବିଶ୍ୱାଳ, ବିଳାଶିନି ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ସଂଗଠନକୁ ସବୁ ସମୟରେ ସହଯୋଗ ଯୋଗାଇ ଦିଆଯିବ ବୋଲି ଆଇଆଇସି ସୁଚନା ଦେଇଥିଲେ।

Comments are closed.