ଭାରତୀୟ ଆକାଶସୀମାରେ ଚୀନ ହେଲିକପ୍ଟର

0

ନୂଆଦିଲ୍ଲୀ : ସୋମବାର ଚୀନ ବାୟୁସେନାର ଏକ ହେଲିକପ୍ଟର ଉତ୍ତରାଖଣ୍ଡ ନିକଟରେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତୀୟ ଆକାଶସୀମାରେ ଅନୁପ୍ରବେଶ କରିଥିବା ଜଣାପଡିଛି। ଚାମୋଲି ଜିଲା ଅନ୍ତର୍ଗତ ବାରାହୋଟି ଅଞ୍ଚଳରେ ଚୀନର ଏହି ହେଲିକପ୍ଟର ଉଡୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଗତ ଏକ ମାସ ମଧ୍ୟରେ ଚୀନ ହେଲିକପ୍ଟରଗୁଡିକ ଚାରିଥର ଭାରତୀୟ ଆକାଶସୀମା ଉଳ୍ଲଘଂନ କରିଥିବା ଜଣାପଡିଛି। ମାର୍ଚ୍ଚ ୧୦ରେ ଚୀନର ଏକ ହେଲିକପ୍ଟର ବାରାହୋଟି ସହରରେ ଭାରତୀୟ ସୀମାର ୪ କିମି ଅଞ୍ଚଳକୁ ପ୍ରବେଶ କରି ପ୍ରାୟ ପାଞ୍ଚ ମିନିଟ ଧରି ଉଡିଥିଲା। ମାର୍ଚ୍ଚ ୮ରେ ଚୀନର ଦୁଇଟି ହେଲିକପ୍ଟର ଲଦାଖ ଅଞ୍ଚଳରେ ୧୮ କିମି ଭାରତୀୟ ସୀମାକୁ ପ୍ରବେଶ କରି ପଇଁତରା ମାରିଥିଲା। ଏହାପୂର୍ବରୁ ଫେବୃଆରୀ ୨୭ରେ ଚୀନର ଆଉ ଗୋଟିଏ ହେଲିକପ୍ଟର ଲଦାଖର ଡେପ୍‌ସାଙ୍ଗ୍‌ ଓ ଟ୍ରିଗ୍‌ ଅଞ୍ଚଳରେ ଅନୁପ୍ରବେଶ କରିଥିବାର ପ୍ରମାଣ ମିଳିଥିଲା।

Leave A Reply