www.samajalive.in
Monday, December 15, 2025
24.1 C
Bhubaneswar

ଏଣିକି ୩ ସନ୍ତାନ ଜନ୍ମ ଦେଇପାରିବେ ଚୀନ ଦମ୍ପତି; ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ଆଇନ ବଦଳାଇଲେ ସରକାର

ବେଜିଂ: ବୃଦ୍ଧା ବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ଏବଂ ଜନସଂଖ୍ୟା ବୃଦ୍ଧିରେ ଗତିରୋଧ ଯୋଗୁ ଚିନ୍ତିତ ହୋଇପଡ଼ିଥିବା ଚୀନ ଏକ ବଡ଼ ନିଷ୍ପତ୍ତି ନେଇଛି। ଚୀନ ସରକାର ପରିବାର ନିୟୋଜନ ନିୟମକୁ କୋହଳ କରିବା ଲାଗି ଘୋଷଣା କରିଛନ୍ତି। ସୋମବାର ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ଏଣିକି ଚୀନରେ ଦମ୍ପତିମାନେ ୩ ସନ୍ତାନ ଜନ୍ମ ଦେଇପାରିବେ। ପୂର୍ବରୁ ଏଠାରେ କେବଳ ଦୁଇଟି ସନ୍ତାନ ଜନ୍ମ ଦେବାକୁ ଅନୁମତି ରହିଥିଲା।

ନିକଟରେ ଚୀନ ଜନସଂଖ୍ୟାର ତଥ୍ୟ ସାମ୍ନାକୁ ଆସିଥିଲା। ଜନସଂଖ୍ୟାର ବଡ଼ ଅଂଶ ବୁଢ଼ା ହେବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଚୀନ ଏଭଳି ନିଷ୍ପତ୍ତି ନେଇଛି। ଚୀନ ଗଣମାଧ୍ୟମ ଅନୁସାରେ, ନୂଆ ନୀତିକୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଞ୍ଜୁରୀ ଦେଇଛନ୍ତି। ଯାହାଫଳରେ ଦଶନ୍ଧି ଧରି ଚାଲି ଆସୁଥିବା ଦ୍ଵେତ ସନ୍ତାନ ନୀତିକୁ ଶେଷ କରିଦିଆଯିବ।

- Advertisement -

ନିକଟରେ ଚୀନ ଜାରି କରିଥିବା ଜନସଂଖ୍ୟା ତଥ୍ୟରୁ ଜଣାପଡ଼ିଥିଲା ଯେ, ଦେଶରେ ଗତ ୧ ଦଶନ୍ଧି ହେବ ସନ୍ତାନ ଜନ୍ମ ହାର ସବୁଠୁ କମ୍‌ ରହିଥିଲା। ଏହାର ମୁଖ୍ୟ କାରଣ ଥିଲା ଦ୍ଵେତ-ସନ୍ତାନ ନୀତି। ତଥ୍ୟ ଅନୁସାରେ, ୨୦୧୦ରୁ ୨୦୨୦ ମଧ୍ୟରେ ଚୀନରେ ଜନସଂଖ୍ୟା ବୃଦ୍ଧି ହାର ୦.୫୩% ରହିଥିଲା। ୨୦୦୦ରୁ ୨୦୨୧ ମଧ୍ୟରେ ଏହା ୦.୫୭% ଥିଲା। ଅର୍ଥାତ ଗତ ଦୁଇ ଦଶନ୍ଧିରେ ଜନସଂଖ୍ୟା ବୃଦ୍ଧି ହାର ହ୍ରାସ ପାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories